CMC ମେୟର ଆସନ ପାଇଁ ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ନାମ ଘୋଷଣା ଚୂଡାନ୍ତ ପର୍ଯ୍ୟାୟରେ

ସିଏମସି ମେୟର ଆସନ ପାଇଁ ବିଜେଡିରୁ ଅଭିନେତା ଅରିନ୍ଦମ, ବିଜେପିରୁ ବିନୋଦ ଦାସ ଓ କଂଗ୍ରେସରୁ ଗିରିବାଳା ବେହେରା ପାର୍ଥୀ ହେବା ନେଇ ଚର୍ଚ୍ଚା।

CMC ମେୟର ଆସନ ପାଇଁ ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ନାମ ଘୋଷଣା ଚୂଡାନ୍ତ ପର୍ଯ୍ୟାୟରେ

CMC ମେୟର ଆସନ ପାଇଁ ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ନାମ ଘୋଷଣା ଚୂଡାନ୍ତ ପର୍ଯ୍ୟାୟରେ

  • Share this:
News18 Odia Digital

କଟକ: କଟକ ମହାନଗର ନିଗମର ମେୟର ଆସନ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ସରଗରମ ହୋଇଉଠିଛି ସହରର ରାଜନୀତି। ପାଖାପାଖି ଦୁଇ ବର୍ଷ ପରେ ମହାନଗର ନିଗମ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏହି ନିର୍ବାଚନରେ ପ୍ରଥମ ଥର ଲାଗି ମେୟରଙ୍କୁ ପ୍ରତ୍ୟକ୍ଷ ଭବେ ବାଛିବେ କଟକ ସହରରବାସୀ। ତେବେ କଟକ ମେୟର ଆସନଟି ଅଣ-ସଂରକ୍ଷିତ ଥିବାରୁ ଏହି ପଦଟି ହାସଲ କରିବା ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ନିଜ ନିଜର ପ୍ରସ୍ତୁତି ପ୍ରାୟତଃ ଶେଷ କରିସାରିଛନ୍ତି।

କୌଣସି ଦଳ ନିଜର ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିନଥିଲେ ମଧ୍ୟ ପୂର୍ବ ଅପେକ୍ଷା ଏବେ ପ୍ରାର୍ଥୀମାନଙ୍କ ଚେହେରା ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି। ସହରର ପ୍ରଥମ ନାଗରିକର ମାନ୍ୟାତା ମିଳୁଥିବା ମେୟର ପଦ ପାଇଁ ଜଣେ ଦମଦାର ପ୍ରାର୍ଥୀ ଦେବାକୁ ଯାଉଛି ଶାସକ ବିଜେଡି।

ସହରବାସୀଙ୍କ ପାଇଁ ପରିଚିତ ଚେହେରା ତଥା ଯିଏ ଲୋକଙ୍କର ବିଶ୍ବାସ ପାତ୍ର ହୋଇ ପାରିବେ ସେମିତି ଜଣେ ପ୍ରାର୍ଥୀଙ୍କୁ ଦଳ ମେୟର ରେସକୁ ଓହ୍ଲାଇବ ବୋଲି ସ୍ପଷ୍ଟ ହୋଇଛି। ଏହି କ୍ରମରେ ଅଭିନେତା ଅରିନ୍ଦମ ରଏଙ୍କ ନାଁ ସବୁ ଠାରୁ ଆଗରେ ରହିଥିବା ଜଣା ପଡ଼ିଛି। ଏପରିକି ଅରିନ୍ଦମଙ୍କ ନାଁ ଚୁଡ଼ାନ୍ତ ହୋଇ ସାରିଛି ଓ ଏଥିରେ କେବଳ ମୋହର ବାଜିବା ବାକି ରହିଥିବା ମଧ୍ୟ ବିଜେଡି ମହଲର ଆଲୋଚନା ହେଉଛି।

ବିଜେଡିରୁ ଅଭିନେତା ଅରିନ୍ଦମ ସିଏମସି ମେୟର ଆସନ ପାଇଁ ସାଜିପାରନ୍ତି ପ୍ରାର୍ଥୀ


ବେଶ କିଛି ବର୍ଷ ଧରି ଦଳର ଷ୍ଟାର ପ୍ରଚାରକ ଭାବେ ଦାୟୀତ୍ବ ତୁଲାଇ ଆସୁଥିବା ଅରିନ୍ଦମଙ୍କୁ ନିକଟରେ ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ପଦ ଦିଆଯାଇଥିଲା। ଏପରି କରି ଅରିନ୍ଦମଙ୍କୁ ମେୟର ଭାବେ ପ୍ରାର୍ଥୀ ଉପସ୍ଥାପିତ କରିବା ପୂର୍ବରୁ ଦଳ ତାଙ୍କୁ ଏକ ବିଶେଷ ମାନ୍ୟତା ଦେଇଥିବା ମଧ୍ୟ ଆଲୋଚନା ହେଉଛି।

ତେବେ ମେୟର ରେସରେ ତାଙ୍କ ନାଁ ଆସିବା ପରେ ନ୍ୟୁଜ୧୮ ଓଡ଼ିଆ ଡିଜିଟାଲକୁ ଏକ ସାକ୍ଷାତକାର ଦେଇ ଅରିନ୍ଦମ କହିଥିଲେ, "ଯଦି ଆମ ଦଳର ସୁପ୍ରିମୋ ଆଗାମୀ ଦିନରେ ମୋତେ ସେମିତି କିଛି ଦାୟୀତ୍ବ ଦିଅନ୍ତି, ତାହା ହେଲେ ସେ ମୋ ପ୍ରତି ପ୍ରକଟ କରିଥିବା ବିଶ୍ବାସ ଓ ଆସ୍ଥାକୁ ମୁଁ ଭଲ କରି ନିଭାଇବି ଓ ଲୋକଙ୍କ ପାଖରେ ଆପଣମାନେ ମୋତେ ସବୁ ବେଳେ ପାଇବେ।’’

ସେହିପରି ବିଜେପି ମଧ୍ୟ ନିଜର ମେୟର ପ୍ରାର୍ଥୀ କିଏ ହେବେ ତାହା ସ୍ପଷ୍ଟ କରି ନଥିଲେ ମଧ୍ୟ ଏହି ଆସନ ପାଇଁ ଦଳର ନିଜର କୋଷାଦ୍ଧକ୍ଷ ତଥା ଓଡ଼ିଶା ପ୍ରାଇଭେଟ୍ ଇଞ୍ଜିନିରିଂ କଲେଜ୍ ଆସୋସିଏସନ୍ ବା "ଓପେକା"ର ସାଧାରଣ ସମ୍ପାଦକ ବିନେଦ ଦାଶଙ୍କୁ ମେୟର ପ୍ରାର୍ଥୀ କରି ମୈଦାନକୁ ଉତାରିବାର ଆଶା ଅଧିକ ଥିବା ମଧ୍ୟ ଚର୍ଚ୍ଚା ହେଉଛି।

"ଓପେକା"ର ସାଧାରଣ ସମ୍ପାଦକ ବିନେଦ ଦାଶଙ୍କୁ ମେୟର ପ୍ରାର୍ଥୀ ବିଜେପି


ଅନ୍ୟପଟେ ନିଜର ମେୟର ପ୍ରାର୍ଥୀ କିଏ ହେବେ ଏନେଇ କଂଗ୍ରେସ ଦଳରେ ମଧ୍ୟ ଅଙ୍କ କଷା ଆରମ୍ଭ ହୋଇଯାଇଛି । କିନ୍ତୁ ଦଳ କାହାକୁ ପ୍ରାର୍ଥୀ କରିବ ସେ ନେଇ କଂଗ୍ରେସ କ୍ୟାମ୍ପ ସମ୍ପୂର୍ଣ୍ଣ ନିରବତା ଅବଲମ୍ବନ କରୁଛି। ଏହି ପଦ ପାଇଁ ଅନେକ ନେତା ଆଶା ବଳାଇଥିଲେ ମଧ୍ୟ ସିଏମସିର ପୂର୍ବତନ ଓ ଅନ୍ୟତମ ବରିଷ୍ଠ କର୍ପୋରେଟର ତଥା କଟକ ନଗର କଂଗ୍ରେସ ସଭାନେତ୍ରୀ ଗିରିବାଳା ବେହେରାଙ୍କ ନାଁ ଚର୍ଚ୍ଚାର ସବୁଠାରୁ ଆଗରେ ରହିଛି।

"ଦଳ ଯାହାକୁ କହିବ ସେ ଲଢ଼ିବେ । ମୁଁ ଦଳର ଜଣେ ଶୃଙ୍ଖଳିତ କର୍ମୀଭାବେ ୨୫ ବର୍ଷ ହେଲା କାମ କରି ଆସୁଛି । ଦଳ ମୋତେ ଯେତେ ବେଳେ ଯେଉଁ ଦାୟୀତ୍ବ ଦେଇଛି ତାହାକୁ ମୁଁ ତୁଲାଇଛି । ତେଣୁ ଦଳ ଯାହା ନିଷ୍ପତ୍ତି ନେବ ଆମେ ତାକୁ ମାନିବୁ," କହିଛନ୍ତି ବିନୋଦ ଦାଶ।

କଟକ ନଗର କଂଗ୍ରେସ ସଭାନେତ୍ରୀ ଗିରିବାଳା ବେହେରାଙ୍କ ନାଁ ଚର୍ଚ୍ଚାର ସବୁଠାରୁ ଆଗରେ ରହିଛି


"ସମ୍ପୂର୍ଣ୍ଣ ଭାବେ ଏହା ଦଳୀୟ ନିଷ୍ପତ୍ତି। ଏଥିରେ ମୁଁ ମୋର ବ୍ୟକ୍ତିଗତ ଟିପଣୀ ଦେବା ଠିକ୍ ହେବ ନାହିଁ । କିନ୍ତୁ ଆପଣ ଏତିକି ଜାଣି ରଖନ୍ତୁ ଯେ ଯେଉଁ ବ୍ୟକ୍ତି କଟକ ସହର ସହିତ ଓତପ୍ରତ ଭାବେ ଜଡ଼ିତ ଥିବେ, ସେ ସହରର ଲୋକଙ୍କ ସହିତ ଓ ସମସ୍ୟା ସହିତ ନିହାତି ଜଡ଼ିତ ଥିବେ । ସେହିଭଳି ଜଣେ ବ୍ୟକ୍ତିଙ୍କୁ ଆମ ଦଳ ପ୍ରାର୍ଥୀ କରିବ," କହିଛନ୍ତି ଗିରିବାଳା ବେହେରା।
Published by:Lipina Das
First published:
)}