CMC ନିର୍ବାଚନରେ ନିୟୋଜିତ ହେବେ ୧୨୦୦ ପୋଲିଂ କର୍ମଚାରୀ; ୧୪ ତାରିଖରୁ ଦିଆଯିବ ତାଲିମ

ପୌର ନିର୍ବାଚନ କାର୍ଯ୍ୟ ପରିଚାଳନା କରିବାକୁ ଥିବା ୧୨୦୦ କର୍ମଚାରୀଙ୍କୁ ତାଲିକା ଭୁକ୍ତ କରିଛି ପ୍ରଶାସନ। ସେହି କର୍ମଚାରୀମାନଙ୍କୁ ଆସନ୍ତା ୧୪ ରୁ ୧୬ ପର୍ଯ୍ୟନ୍ତ ତିନି ଦିନ ଧରି ତାଲିମ ଦେବା ପାଇଁ ନିଶ୍ଚତି ହୋଇଛି।

CMC ନିର୍ବାଚନରେ ନିୟୋଜିତ ହେବେ ୧୨୦୦ ପୋଲିଂ କର୍ମଚାରୀ

CMC ନିର୍ବାଚନରେ ନିୟୋଜିତ ହେବେ ୧୨୦୦ ପୋଲିଂ କର୍ମଚାରୀ

  • Share this:
News18 Odia Digital

କଟକ: ଆସନ୍ତା ୨୪ ତାରିଖରେ ଅନୁଷ୍ଠିତ ହେବ ସିଏମସି ନିର୍ବାଚନ। ନିର୍ବାଚନକୁ ଦିନ ଯେତିକି ଯେତିକି ପାଖେଇ ଆସୁଛି ସେତିକି ତୀବ୍ର ହେଉଛି କଟକ ସହରର ରାଜନୀତି। ନିଜ ନିଜ ସପକ୍ଷରେ ଜନମତ ସୃଷ୍ଟି କରିବା ପାଇଁ ପ୍ରାର୍ଥୀମାନେ ଜୋରଦାର ଉଦ୍ୟମ ଆରମ୍ଭ କରିଛନ୍ତି। ଏହାରି ଭିତରେ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିଛି ପ୍ରଶାସନ।

ଏହି କ୍ରମରେ ନିର୍ବାଚନ କାର୍ଯ୍ୟ ପରିଚାଳନା କରିବାକୁ ଥିବା ୧୨୦୦ କର୍ମଚାରୀଙ୍କୁ ତାଲିକା ଭୁକ୍ତ କରିଛି ପ୍ରଶାସନ। ସେହି କର୍ମଚାରୀମାନଙ୍କୁ ଆସନ୍ତା ୧୪ ରୁ ୧୬ ପର୍ଯ୍ୟନ୍ତ ତିନି ଦିନ ଧରି ତାଲିମ ଦେବା ପାଇଁ ନିଶ୍ଚତି ହୋଇଛି। କଟକ ସ୍ଥିତ ଭୁବନାନନ୍ଦ ଇଞ୍ଜିନିୟରିଂ ସ୍କୁଲରେ ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେପଟେ ସହରରେ ଥିବା ମୋଟ ୪୪୯ଟି ବୁଥ ମଧ୍ୟରୁ କିଛି କିଛି ବୁଥକୁ ପିଙ୍କ ବୁଥ ଓ ଆଉ କିଛି ବୁଥକୁ ମଡେଲ ବୁଥ କରିବା ପାଇଁ ନିଷ୍ପତ୍ତି କରିବା ସହ ସେଗୁଡ଼ିକର ତାଲିକା ପ୍ରସ୍ତୁତ କରାଯାଇ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟକୁ ପଠାଯାଇଛି। ଏହା ବ୍ୟତୀତ ସମ୍ବେଦନଶିଳ ବୁଥଗୁଡ଼ିକ ସହ ଷ୍ଟ୍ରଙ୍ଗ ରୁମରେ ସିସିଟିଭି ବ୍ୟବସ୍ଥାର ସମିକ୍ଷା କରିଛନ୍ତି କଟକ ଜିଲ୍ଲାପାଳ।

"ଆସନ୍ତା ପୌର ନିର୍ବାଚନ ପାଇଁ ଯେଉଁ ଯେଉଁ ପଦକ୍ଷେପମାନ ଗ୍ରହଣ କରାଯିବ ସେ ନେଇ ନିର୍ବାଚନ ପରିଚାଳନା ଦାୟିତ୍ବ ଦିଆଯାଇଥିବା ଅଧିକାରୀମାନଙ୍କ ଆଲୋଚନା କରାଯାଉଛି। ସହରରେ ଥିବା ମୋଟ ୪୪୯ଟି ବୁଥ ମଧ୍ୟରୁ କେତୋଟି ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ ରହିଛି, ସେଗୁଡ଼ିକର ତାଲିକା ପ୍ରସ୍ତୁତ କରାଯିବା ସହ ନିର୍ବାଚନ କାର୍ଯ୍ୟକୁ ସୁରୁଖୁରୁରେ ସମ୍ପର୍ଣ୍ଣ କରିବା ପାଇଁ ଯାହା ଆବଶ୍ୟକ ସେହି ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ," କହିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ।

ସେପଟେ ଆସନ୍ତା ୧୪ ତାରିଖରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ପରେ ବିଦ୍ଧିବଦ୍ଧ ପ୍ରଚାର ଆରମ୍ଭ ହେବାକୁ ଥିବାରୁ ଏହା ପୂର୍ବରୁ ନିଜ ପ୍ରସ୍ତୁତି ଶେଷ କରିଛି କଟକ କମିଶନେଟ ପୋଲିସ। କମିଶନରେଟ ପୋଲିସ ଅଧିନରେ ଥିବା ପ୍ରତିଟି ଥାନାକୁ ଗୋଟିଏ ଗୋଟିଏ କ୍ଲଷ୍ଟରରେ ବିଭକ୍ତ କରାଯାଇଥିବା ବେଳେ ଏହି ସେକ୍ଟର ଗୁଡ଼ିକ ଉପରେ ନଜର ରଖିବା ପାଇଁ ୨୬ଟି ପାଟ୍ରୋଲିଂ ପାର୍ଟିଙ୍କୁ ନିୟୋଜିତ କରାଯାଇଛି।

ଆସନ୍ତା ୧୪ ତାରିଖରୁ ବିଭିନ୍ନ ସେକ୍ଟରେ ଫୁଟ୍ ମାର୍ଚ୍ଚ କରିବା ପାଇଁ ମଧ୍ୟ ଥାନାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହା ବ୍ୟତୀତ ସହର ମଧ୍ୟ ଚାଲୁଥିବା ବିଭିନ୍ନ କାର୍ଯକଳାପ ଉପରେ ନଜର ରଖିବା ପାଇଁ ନିଜର ଗୁଇନ୍ଦା ସୁତ୍ରମାନଙ୍କୁ କାର୍ଯ୍ୟକ୍ଷମ କରିଛି ପୋଲିସ। ଜେଲ ଫେରନ୍ତା, ପେଶାଦାର ଅପରାଧୀ, ନିର୍ବାଚନ ସମୟରେ ଗଣ୍ଡଗୋଳ ଆଶଙ୍କା ଥିବା ଅସମାଜିକ ବ୍ୟକ୍ତିଙ୍କ ସହ ବେଆଇନ ନିଶା କାରବାର ଉପରେ ମଧ୍ୟ ସତର୍କ ନଜର ରଖିଛି କମିଶନରେଟ ପୋଲିସ।

ନିର୍ବାଚନକୁ ଦୃଷ୍ଟିରେ ରଖି ଆମେ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛୁ। ସେହି ପ୍ଲାନ୍ ମୁତାବକ ସମସ୍ତ କାର୍ଯ୍ୟ କରାଯିବ। ବିଶେଷ କରି ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସମ୍ପର୍ଣ୍ଣ କରିବା ଉପରେ ଆମର ଗୁରୁତ୍ବ ରହିବ। ଯଦି କୌଣସି ସ୍ଥାନରେ ବେଆଇନ କାର୍ଯ୍ୟ ହୁଏ ତେବେ ସେହି କ୍ଷେତ୍ରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କହିଛନ୍ତି କଟକ ଡିସିପି।
Published by:Lipina Das
First published: