CMC ଡେପୁଟି ମେୟର ପ୍ରାର୍ଥୀଙ୍କ ନାଁ ଚୂଡାନ୍ତ କଲା BJD; କିଛି ସମୟ ପରେ ହେବ ଘୋଷଣା

ଡେପୁଟି ମେୟର ପଦ ପାଇଁ ଏକାଧିକ କର୍ପୋରେଟର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରନ୍ତି ତେବେ ଏନେଇ ନିର୍ବାଚନର ପୂରା ପ୍ରକ୍ରିୟାକୁ ଅନୁସରଣ କରାଯିବ। ଅପରାହ୍ନ ୧.୩୦ ଠାରୁ ନିର୍ବାଚନ ଆରମ୍ଭ ହେବ ବୋଲି କହିଛନ୍ତି ସିଏମସି କମିଶନର ଅନନ୍ୟା ଦାସ ।

CMC ଡେପୁଟି ମେୟର ପ୍ରାର୍ଥୀଙ୍କ ନାଁ ଚୂଡାନ୍ତ କଲା BJD

CMC ଡେପୁଟି ମେୟର ପ୍ରାର୍ଥୀଙ୍କ ନାଁ ଚୂଡାନ୍ତ କଲା BJD

  • Share this:
News18 Odia Digital

କଟକ: ଆଜି ଅନୁଷ୍ଠିତ ହୋଇଛି ସିଏମସିର ଶପଥ ଗ୍ରହଣ ଉତ୍ସବ। କଟକ ଶହୀଦ ଭବନରେ ଚାଲିଛି କାର୍ଯ୍ୟକ୍ରମ । ପ୍ରଥମେ ସକାଳ ୯ଟାରେ ମେୟରଙ୍କ ଶପଥ ଗ୍ରହଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହା ପରେ ଜଣକ ପରେ ଜଣେ ସମସ୍ତ ୫୯ ଜଣ କର୍ପୋରେଟରମାନେ ଶପଥ ଗ୍ରହଣ କରିଛନ୍ତି। ଏହି ଶପଥ ଗ୍ରହଣ କାର୍ଯ୍ୟ ଶେଷ ହେବା ପରେ ସକାଳ ୧୦ଟା ବେଳେ ଡେପୁଟି ମେୟର ପଦ ପାଇଁ କର୍ପୋରେଟରମାନେ ମତଦାନ କରିଛନ୍ତି।

ଯଦି ଡେପୁଟି ମେୟର ପଦ ପାଇଁ ଏକାଧିକ କର୍ପୋରେଟର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରନ୍ତି ତେବେ ଏନେଇ ନିର୍ବାଚନର ପୂରା ପ୍ରକ୍ରିୟାକୁ ଅନୁସରଣ କରାଯିବ। ଅପରାହ୍ନ ୧.୩୦ ଠାରୁ ନିର୍ବାଚନ ଆରମ୍ଭ ହେବ ବୋଲି କହିଛନ୍ତି ସିଏମସି କମିଶନର ଅନନ୍ୟା ଦାସ ।

ସିଏମସିର ମୋଟ ୫୯ ମଧ୍ୟରୁ ୩୮ଟି ସିଟ ଜିତି ଥିବା ଶାସକ ଦଳର ସଂଖ୍ୟା ଗରିଷ୍ଠତା ହାସଲ କରିସାରିଥିବାରୁ ଡେପୁଟି ମେୟର ସିଟଟି ବିଜେଡି ହିଁ ଦଖଲ କରିବ ତାହା ସ୍ପଷ୍ଟ ହୋଇ ଯାଇଛି । ଡେପୁଟି ମେୟର ନିର୍ବାଚନକୁ ନେଇ ବିଜେଡି ହୁଇପ ଜାରି କରିଥିବା ବେଳେ ଏସମ୍ପର୍କରେ ନିଜ ଦଳର ନିର୍ବାଚିତ କର୍ପୋରେଟରଙ୍କୁ ଅବଗତ କରାଇଛନ୍ତି ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ। ଏହା ସହିତ ଜିଲ୍ଲା ସଭାପତିଙ୍କ ବାସ ଭବନରେ ଆୟୋଜିତ ହୋଇଥିବା ଏହି କର୍ପୋରେଟରମାନଙ୍କ ଏହି ବୈଠକରେ ନବନିର୍ବାଚିତ କର୍ପୋରେଟରମାନଙ୍କୁ ଡେପୁଟି ମେୟର ନିର୍ବାଚନ ସହିତ ହୁଇପକୁ ଅମାନ୍ୟ କଲେ ଏହାର ପରିଣାମ ଭୟଙ୍କର ହୋଇ ପାରେ ବୋଲି ମଧ୍ୟ ଚେତାବନୀ ମଧ୍ୟ ଦିଆଯାଇଥିଲା।

ଏହାରି ଭିତରେ ବିଜେଡି ପକ୍ଷରୁ ଦଳ ନିଜ ଡେପୁଟି ମେୟର ପ୍ରାର୍ଥୀଙ୍କୁ ଚୟନ କରି ସାରିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଡେପୁଟି ମେୟର ପ୍ରାର୍ଥୀଙ୍କ ନାଁ ଲେଖାଥିବା ଏକ ଚିଠିକୁ ଏକ ବନ୍ଦ ଲଫାପାରେ ବିଜେଡିର କଟକ ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟଙ୍କ ନିକଟକୁ ପଠାଇଛନ୍ତି। ଏହି ଚିଠିଟି ଆଜି ଶହୀଦ ଭବନରେ ହୋଇଥି ଡେପୁଟି ମେୟର ନିର୍ବାଚନ ସମୟରେ ଲଫାପାରୁ ବାହାର କରାଯିବ ବୋଲି କହିଛନ୍ତି ଦେବାଶିଷ ସାମନ୍ତରାୟ।

ସେପଟେ ବିଜେଡି କାହାକୁ ଡେପୁଟି ମେୟର କରିବ ସେନେଇ ସସପେନ୍ସ ଜାରି ରହିଥିବା ବେଳେ ୪୯ ଓ୍ବାର୍ଡର କର୍ପୋରେଟର ଦମୟନ୍ତୀ ମାଝିଙ୍କୁ ଦଳ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି। ଦେବାଶିଷ ସାମନ୍ତରାୟଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିବା ବୈଠକରେ ଦମୟନ୍ତୀଙ୍କୁ ଆଗଧାଡ଼ିରେ ବସାଯିବା ଓ ବୈଠକ ସ୍ଥଳର ପରିପାଶ୍ବିକ ସ୍ଥିତି ଦମୟନ୍ତୀଙ୍କ ସପକ୍ଷରେ ଥିବା ସ୍ପଷ୍ଟ ବାରି ହେଉଥିଲା।

ସେହିପରି ୫୯ ୱାର୍ଡ ବିଶିଷ୍ଟ ସିଏମସିରେ ବିଜେଡି ୩୮ଟି ୱାର୍ଡରେ କବଜା କରିଥିବା ବେଳେ କଂଗ୍ରେସ ୮ଟି, ବିଜେପି ୭ଟି ଓ ସ୍ବାଧୀନ ୬ଟି ସିଟ୍ ପାଇଛନ୍ତି । ମିଳିଥିବା ସୂଚନା ମୁତାବକ ଆଜି କେବଳ ବିଜେଡି ହିଁ ଡେପୁଟି ମେୟର ପଦ ପାଇଁ ନିଜ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ।

"ଯେହେତୁ ମେୟର ଜଣେ ପୁରୁଷ ହୋଇଛନ୍ତି ତେଣୁ ଡେପୁଟି ମେୟର ଜଣେ ମହିଳା ହିଁ ହେବେ। ନିର୍ବାଚନରେ ଜିତିଥିବା ମହଳା କର୍ପୋରେଟରଙ୍କ ମଧ୍ୟରେ ଡେପୁଟି ମେୟର ହେବା ପାଇଁ ଯୋଗ୍ୟ ପ୍ରାର୍ଥୀ ଅଛନ୍ତି। ସେହିଭଳି ଜଣେ ଯୋଗ୍ୟ ପ୍ରାର୍ଥୀଙ୍କ ନାଁକୁ ମୁଖ୍ୟ ମନ୍ତ୍ରୀ ଚୟନ କରିଛନ୍ତି," କହିଥିଲେ କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ।
Published by:Lipina Das
First published: