ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ (ପ୍ରତୀକାତ୍ମକ ଛବି)
News18 Odia Digital
ଭୁବନେଶ୍ୱର: କେନ୍ଦ୍ର ବଜେଟକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ନାହାଁନ୍ତି। କୃଷି, କୃଷକ କଲ୍ୟାଣ, ଉଚ୍ଚଶିକ୍ଷା, ଗ୍ରାମୀଣ ବିକାଶ ଓ ମହିଳା ଓ ଶିଶୁ ବିକାଶ କ୍ଷେତ୍ରରେ ବ୍ୟୟବରାଦ କମିଥିବାରୁ ଏହା ସାମଗ୍ରିକ ଅଭିବୃଦ୍ଧିକୁ ପ୍ରଭାବିତ କରିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। ମଧ୍ୟମ ଓ ଗରିବ ବର୍ଗର ଲୋକେ ଦରବୃଦ୍ଧି ଓ ମୁଦ୍ରାସ୍ପୀତିକୁ ନେଇ ଗୁରୁତର ପ୍ରଭାବିତ ହୋଇଥିବା ବେଳେ ବଜେଟରେ ଏ ଦିଗକୁ ଅଣଦେଖା କରାଯାଇଛି।
ମହାମାରୀ ବେଳେ ମନରେଗା ଖର୍ଚ୍ଚ କାଟ କରିବା ମଧ୍ୟ ଗରିବ ଲୋକଙ୍କ ସମସ୍ୟାକୁ ବୃଦ୍ଧି କରିବ । ଖାଦ୍ୟ ସବସିଡି ହ୍ରାସ ପାଇବା ମଧ୍ୟ ଶସ୍ୟ ସଂଗ୍ରହ ନୀତିକୁ ପ୍ରଭାବିତ କରିବ, ଯାହାର ପୁନର୍ବିଚାର ହେବା ଆବଶ୍ୟକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଦରଦାମ ବୃଦ୍ଧି, ଏଲପିଜି ସବସିଡି ହ୍ରାସ ପାଇବା ମଧ୍ୟବିତଙ୍କ ଉପରେ ଚାପ ବଢ଼ାଇବ । ଓଡ଼ିଶା ମିଲେଟ୍ ମିଶନ, ପୁଷ୍ଟିକର ଖାଦ୍ୟ ନିରାପତ୍ତା ଓ କୃଷକଙ୍କ ବଢ଼ାଇବା ପାଇଁ ଗେମ୍ ଚେଞ୍ଜର ହୋଇଛି । କେନ୍ଦ୍ରୀୟ ବଜେଟରେ ମାଣ୍ଡିଆ ବା ମିଲେଟକୁ ଗୁରୁତ୍ୱ ଦିଆଯାଇଥିବାରୁ ଖୁସି ପ୍ରକାଶ କରିଛନ୍ତି ନବୀନ ।
ଓଡ଼ିଶାର ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ର ଭଳି ନାର୍ଯ୍ୟ ଦାବିକୁ ଅବେହଳା କରାଯାଇଥିବା ନବୀନ ପ୍ରତିକ୍ରୟା ରଖିଛନ୍ତି। ସେପଟେ ବୈଷୟିକ ଭିତ୍ତିଭୂମି ଉପରେ ଏହି ବଜେଟ୍ ସକାରାତ୍ମକ ପ୍ରଭାବ ପକାଇବ ଏବଂ କରୋନା ମହାମାରୀ ସମୟରେ ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ପ୍ରସ୍ତାବିତ ବୈଷୟିକ ବିକାଶର ନକ୍ସା ଦେଶକୁ ଆଗକୁ ନେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।