ରାଜଧାନୀ ଦିଲ୍ଲୀରେ ଭଉଣୀକୁ ଭେଟି ଶୁଭେଚ୍ଛା ଜଣାଇଲେ ଭାଈ; ରାତି ପାହିଲେ ଶପଥ ଗ୍ରହଣ
News 18 Odia Digital
ନୂଆଦିଲ୍ଲୀ; ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀରେ ବିଜେଡି ସାଂସଦଙ୍କ ସହ ଦ୍ରୌପଦୀଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ । ଆଜି ସନ୍ଧ୍ୟାରେ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡିର ସମସ୍ତ ସାଂସଦ ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଆସନ୍ତାକାଲି ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତ ଦିଲ୍ଲୀ ଆଭିମୁଖେ ଯାତ୍ରା କରିଛନ୍ତି ।
ଦ୍ରୌପଦୀଙ୍କୁ ପ୍ରାର୍ଥିନୀ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ତାଙ୍କ ପାଇଁ ଅଧିକରୁ ଅଧିକ ସମର୍ଥନ ଯୋଗାଡ଼ ଲାଗି ପଦକ୍ଷେପ ନେଇଥିଲେ ସେଥିପାଇଁ ଧନ୍ୟବାଦ ଜଣାଇଛନ୍ତି ସାଂସଦ ଅଚ୍ୟୁତ ସାମନ୍ତ । ଦ୍ରୌପଦୀ ମୁର୍ମୁଙ୍କ ସ୍ଵର୍ଗବାସୀ ପୁତ୍ର କିଟରେ ପାଠ ପଢ଼ିଛନ୍ତି ଏବଂ ତାଙ୍କ ଜାମାତା ମଧ୍ୟ କିସରେ ପାଠ ପଢିବାସହ ଜଣେ ଉଚ୍ଚ ସ୍ତରର ରଗଵୀ ଖେଳାଳି ଥିଲେ । ସେ କହିଛନ୍ତି ମୁଁ ନିଜେ ୩୦ ବର୍ଷ ହେଲା ଜନଜାତିଙ୍କ ଲାଗି କାମ କରେ, ତାଙ୍କୁ ବହୁତ ଆଦର କରେ , ସେଥିପାଇଁ ମୁଁ ବହୁତ ଖୁସି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।