ଆଜି ମୋଦିଙ୍କୁ ଭେଟିବେ ନବୀନ ପଟ୍ଟନାୟକ; ୩ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

Naveen-Modi Meet Today: ଆଜି ମୋଦି-ନବୀନ ଭେଟ। ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟିବାର କାର୍ଯ୍ୟକ୍ରମ ରହିଛି।

ଆଜି ମୋଦିଙ୍କୁ ଭେଟିବେ ନବୀନ ପଟ୍ଟନାୟକ

ଆଜି ମୋଦିଙ୍କୁ ଭେଟିବେ ନବୀନ ପଟ୍ଟନାୟକ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Naveen-Modi Meet Today: ଆଜି ମୋଦି-ନବୀନ ସାକ୍ଷାତ (Naveen-Modi Meet)। ଆଜି ପ୍ରଧାନମନ୍ତ୍ରୀଙ୍କୁ (PM Narendra Modi) ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patniak)। ଅପରାହ୍ନ ସାଢ଼େ ୪ଟାରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ନବୀନ (Naveen Patnaik)।

ବିଭିନ୍ନ ସରକାରୀ କାର୍ଯ୍ୟ ନେଇ ହୋଇପାରେ ଆଲୋଚନା। ତିନି ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ। ସରକାରୀ କାର୍ଯ୍ୟରେ ଦିଲ୍ଲୀ ଯାଇଛନ୍ତି ମୁଖ୍ୟମନ୍ତ୍ରୀ।

ଆସନ୍ତାକାଲି ମଧ୍ୟ କେତେକ ସରକାରୀ କାର୍ଯ୍ୟ ରହିଛି। କେନ୍ଦ୍ର ସରକାରଙ୍କ ପାଖରେ ବକେୟା କାର୍ଯ୍ୟ ନେଇ ଭେଟଘାଟ। ରାଜ୍ୟର ବିକାଶ ନେଇ ଆଲୋଚନା କରିବା ସହ ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ପ୍ରଧାନମନ୍ତ୍ରୀଙ୍କ ପାଖରେ ରଖି ପାରନ୍ତି ମୁଖ୍ୟମନ୍ତ୍ରୀ ।

ପ୍ରକାଶ ଥାଉକି ଗତ ୯ ତାରିଖରେ ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ (Naveen Patnaik) ଭେଟିଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର (Nitish Kumar)। ପୂର୍ବରୁ ମମତା ବାନାର୍ଜୀ ବି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ।

ପଢ଼ନ୍ତୁ ଏହି ଖବର:  Pan Card: ଏହି ପାନ୍ କାର୍ଡ଼ଧାରୀଙ୍କୁ ହୋଇପାରେ ଜେଲ! ନୂଆ ନିୟମ ଜାଣି ହେବେ ଆଶ୍ଚର୍ଯ୍ୟ

ନୀତିଶଙ୍କ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା ବେଶ୍ ଜୋର ଧରିଥିଲା। ଆସନ୍ତା ୧୩ରେ ଦିଲ୍ଲୀ ଗସ୍ତ ସାରି ଭୁବନେଶ୍ୱର ଫେରିବେ ମୁଖ୍ୟମନ୍ତ୍ରୀ।
Published by:Lipina Das
First published: