ମୋଦିଙ୍କ ସହ ଆଲୋଚନା ପରେ ଥାର୍ଡଫ୍ରଣ୍ଟକୁ ନେଇ ନବୀନଙ୍କ ବଡ଼ ବୟାନ !

ତୃତୀୟ ସାମ୍ମୁଖ୍ୟକୁ ନେଇ ନବୀନଙ୍କ ସ୍ପଷ୍ଟୋକ୍ତି ପରେ ଭିନ୍ନ ମୋଡ଼ ନେବ କି ରାଜନୀତି ?

ଥାର୍ଡ ଫ୍ରଣ୍ଟକୁ ଝଟ୍‌କା !

ଥାର୍ଡ ଫ୍ରଣ୍ଟକୁ ଝଟ୍‌କା !

  • News18 Odia
  • Last Updated :
  • Delhi, India
  • Share this:
News18 Odia Digital

ବିଜେପି ବିରୋଧୀ ମେଳିକୁ ବଡ଼ ଝଟକା ! ଥାର୍ଡ ଫ୍ରଣ୍ଟ (Third Front) ବା ତୃତୀୟ ସାମ୍ମୁଖ୍ୟକୁ ବିଡେଡି ସୁପ୍ରିମୋଙ୍କ ନନୀବ ନପଟ୍ଟନାୟକ (Naveen Pattnaik)ଙ୍କ ବଡ଼ ବୟାନ । ଏନେଇ ଦିଲ୍ଲୀରେ ନିଜ ଦଳର ଆଭିମୁଖ୍ୟ ସ୍ପଷ୍ଟ କରି ଦେଇଛନ୍ତି ନବୀନ । ଏହି ବୟାନ ସମ୍ଭବତଃ ତୃତୀୟ ସାମ୍ମୁଖ୍ୟକୁ ଅଭିଯାନ ପାଇଁ ନୀତୀଶ କୁମାର ଓ ମମତା ବାନାର୍ଜୀଙ୍କ ପ୍ରୟାସକୁ ପାଣିଚିଆ କରିପାରେ ।  ଆଉ ସବୁଠୁ ବଡ଼ କଥା ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ  ।

ତୃତୀୟ ସାମ୍ମୁଖ୍ୟକୁ ନେଇ କଣ କହିଲେ ନବୀନ ?

ମାର୍ଚ୍ଚରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା TMC ସୁପ୍ରିମୋ ମମତା ବାନାର୍ଜୀ (Mamata Banarjee) ଓ କିଛି ଦିନ ତଳେ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁର ବରିଷ୍ଠ ନେତା ନୀତିଶ କୁମାର (Nitish Kumar)  ନବୀନ ପଟ୍ଟନାୟକଙ୍କୁ ସକ୍ଷାତ ପରେ ତୃତୟୀ ସାମ୍ମୁଖ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଯଦିଓ ନବୀନ ସ୍ପଷ୍ଟ ଭାବେ ଏହି ସାକ୍ଷାତରେ ସେଭଳି କୌଣସି ରାଜନୈତିକ ଚର୍ଚ୍ଚା ହୋଇନ ବୋଲି କହିଥିଲେ ତଥାପି ଥାର୍ଡ ଫ୍ରଣ୍ଟ କଳ୍ପନାଜଳ୍ପନା ଥମୁନଥିଲା । ହେଲେ ଗୁରୁବାର ନବୀନଙ୍କ ବୟାନ ସବୁ ସ୍ପଷ୍ଟ କରି ଦେଇଛି । ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ ଆଲୋଚନା ପରେ ନବୀନ ପଟ୍ଟନାୟକ କହିଛନ୍ତି ଯେ ବିଜୁ ଜନତା ଦଳ ଥାର୍ଡ ଫ୍ରଣ୍ଟରେ ନାହିଁ  । ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi)ଙ୍କ ସହ କୌଣସି ରାଜନୈତିକ ଆଲୋଚନା ହୋଇନି ।

ଆଗକୁ କଣ ହେବ ବିଜେଡିର ଆଭିମୁଖ୍ୟ ?

ବିଜେପି ଓ କଂଗ୍ରେସଠାରୁ ସମଦୂରତ୍ବ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ନବୀନ କହିଛନ୍ତି ଆଗାମୀ ନିର୍ବାଚନରେ ବି ସମଦୂରତ୍ବ ବଜାୟ ରହିବ ଏବଂ ବିଜୁ ଜନତା ଦଳ ଏକା ନିର୍ବାଚନ ଲଢିବ। ବିଜେପି ବିରୋଧୀ ମୋର୍ଚ୍ଚା ଖୋଲିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗତ ୯ ତାରିଖରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ତେଣୁ ମୋଦିଙ୍କ ସହ ସାକ୍ଷାତ ଏବଂ ନବୀନଙ୍କ ଆଭିମୁଖ୍ୟକୁ ନେଇ ଚାଲିଥିଲା ଆକଳନ। ତେବେ ନବୀନ ସ୍ପଷ୍ଟ କରିଛନ୍ତି ଯେ ମୋଦିଙ୍କ ସହ କୌଣସି ରାଜନୈତିକ ଆଲୋଚନା ହୋଇନାହିଁ।



ପିଏମ-ସିଏମ ସାକ୍ଷାତକୁ ନେଇ ବିଜେଡି କହିଛି ଯେ, ‘ନବୀନ ଜଣେ ଦେଶର ବଡ଼ ନେତା। ଓଡ଼ିଶାର ବିକାଶ ଓ ସ୍ବାର୍ଥ ପାଇଁ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନାରେ କୌଣସି ଅସ୍ବଭାବିକତା ନାହିଁ। ଏହାକୁ ରାଜନୈତିକ ଦୃଷ୍ଟି କୋଣରୁ ଦେଖିବା ଉଚିତ ନୁହେଁ।’ ସେପଟେ ବିଜେପି କହିଛି କି ଓଡ଼ିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ବାର ସବୁବେଳେ ଉନ୍ମୁକ୍ତ। ଆଉ କଂଗ୍ରେସ ମତରେ ମୋଦିଙ୍କ ସହ ସବୁବେଳେ ରହିଛନ୍ତି ନବୀନ। ଜାତୀୟ ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି ନବୀନ ପଟ୍ଟନାୟକ। ସେହିକ୍ରମରେ ନବୀନଙ୍କ ପ୍ରତିଟି ପଦକ୍ଷେପ ଉପରେ ରହିଥାଏ ସମସ୍ତଙ୍କର ନଜର।
Published by:nihar panda
First published: