କଟକ-ଭୁବନେଶ୍ୱରରେ ଅପରାଧ ନିୟନ୍ତ୍ରଣ କରିବା ପାଇଁ ୩ଟି ଥାନାକୁ ମଞ୍ଜୁରୀ ଦେଲେ CM ନବୀନ

ନୂଆ ତିନି ଥାନା ମଧ୍ୟରୁ ଭୁବନେଶ୍ୱର ୟୁ.ପି.ଡି.ରେ ଦୁଇଟି ଥାନା ଖୋଲିବ। ପାହାଳ ଓ ଇନଫୋ ଭ୍ୟାଲିରେ ଏହି ଦୁଇଟି ନୂଆ ଥାନା ଖୋଲାଯିବ। ସେହିଭଳି କଟକର ବୟାଳିଶମୌଜା ବା ବେଂଟକାରରେ ଅନ୍ୟ ଗୋଟିଏ ଥାନା ଖୋଲାଯିବ ବୋଲି ମୁଖ୍ୟ ମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ହୋଇଥିବା ପ୍ରେସ ରିଲିଜରେ ସ୍ପଷ୍ଟ କରାଯାଇଛି।

କଟକ-ଭୁବନେଶ୍ୱରରେ ଅପରାଧ ନିୟନ୍ତ୍ରଣ କରିବା ପାଇଁ ୩ଟି ଥାନାକୁ ମଞ୍ଜୁରୀ ଦେଲେ CM ନବୀନ

କଟକ-ଭୁବନେଶ୍ୱରରେ ଅପରାଧ ନିୟନ୍ତ୍ରଣ କରିବା ପାଇଁ ୩ଟି ଥାନାକୁ ମଞ୍ଜୁରୀ ଦେଲେ CM ନବୀନ

  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟରେ ପୁଣି ଖୋଲିବ ତିନୋଟି ନୂଆ ଥାନା । କଟକ-ଭୁବନେଶ୍ୱର କମିଶନରେଟ ପୋଲିସରେ ଅପରାଧ ନିୟନ୍ତ୍ରଣ କରିବା ପାଇଁ ୩ଟି ଥାନାକୁ ମଞ୍ଜୁରୀ କରିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ତିନୋଟି ନୂଆ ଶାଖାର ଦାୟିତ୍ୱ ଜଣେ ନୂଆ ଡି.ସି.ପି. କ୍ରାଇମ କୁ ଦିଆଯିବ । ତେଣୁ ଟ୍ବିନସିଟିରେ ଅପରାଧ ତଦନ୍ତ କରିବା ଓ ଆଇନଶୃଙ୍ଖଳା ବଜାୟ ରଖିବା ଦିଗରେ ପୋଲିସର ଏହି ତିନି ଥାନା ବେଶ ସହାୟକ ହେବ ବୋଲି ଆଶା ରଖିଛନ୍ତି ପୋଲିସ କମିଶନର।

ନୂଆ ତିନି ଥାନା ମଧ୍ୟରୁ ଭୁବନେଶ୍ୱର ୟୁ.ପି.ଡି.ରେ ଦୁଇଟି ଥାନା ଖୋଲିବ। ପାହାଳ ଓ ଇନଫୋ ଭ୍ୟାଲିରେ ଏହି ଦୁଇଟି ନୂଆ ଥାନା ଖୋଲାଯିବ। ସେହିଭଳି କଟକର ବୟାଳିଶମୌଜା ବା ବେଂଟକାରରେ ଅନ୍ୟ ଗୋଟିଏ ଥାନା ଖୋଲାଯିବ ବୋଲି ମୁଖ୍ୟ ମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ହୋଇଥିବା ପ୍ରେସ ରିଲିଜରେ ସ୍ପଷ୍ଟ କରାଯାଇଛି। କମିଶନରେଟ ପୋଲିସରେ ଅପରାଧ ନିୟନ୍ତ୍ରଣ ପାଇଁ ୩ଟି ଥାନା ବେଶ ସହାୟକ ହେବ ବୋଲି ମୁଖ୍ୟ ମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ପ୍ରେସ ରିଲିଜରେ କୁହାଯାଇଛି।

“ଜଣେ ଡି.ସି.ପି.ଙ୍କ ଅଧିନରେ ଏହି ସ୍ୱତନ୍ତ୍ର ଶାଖା କାର୍ଯ୍ୟ କରିବ। ଏଥିରେ ଜଣେ ଅତିରିକ୍ତ ଡି.ସି.ପି. ୩ ଜଣ ଏ.ସି.ପି. ୯ ଜଣ ଇନସପେକ୍ଟର, ୧୨ ଜଣ ସବ-ଇନସପେକ୍ଟର, ୩ ଜଣ ଏ.ଏସ.ଆଇ. ୩ ଜଣ କନେଷ୍ଟବଳ ଭଳି ମୋଟ୍ ୫୯ ଜଣ କର୍ମଚାରୀ କାର୍ଯ୍ୟ କରିବେ,’’ କହିଛନ୍ତି ପୋଲିସ ଡି.ଜି ଅଭୟ । ଏହାସହ ସେ ମୁଖ୍ୟ ମନ୍ତ୍ରୀଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

ରାଜ୍ୟରେ ପୁଣି ଖୋଲିବ ତିନୋଟି ନୂଆ ଥାନା


ଟ୍ବିନସିଟିରେ ଦିନକୁ ଦିନ ସଙ୍ଗଠିତ ଅପରାଧ, ଅର୍ଥନୈତିକ ଅପରାଧ ଓ ଡ୍ରଗ୍ସ କାରବାର ବୃଦ୍ଧି ପାଉଛି । ତେଣୁ ଏହା ଉପରେ ରୋକ ଲଗାଇବା ପୋଲିସ ପାଇଁ ସମ୍ଭବ ହେଉନି। ଚୋରି, ଛିନତାଇ, ଲୁଟ ଭଳି ଘଟଣା ପ୍ରତିଦନ ମାଳମାଳ ଅଭିଯୋଗ ଥାନାକୁ ଆସୁଛି । ତେଣୁ ଅଳ୍ପ ସଖ୍ୟାରେ କର୍ମଚାରୀ ଥିବାରୁ ସବୁ ମାମଲା ଗୁଡିକୁ ପୋଲିସ ସଠିକ୍ ଢ଼ଙ୍ଗରେ କାର୍ଯ୍ୟକାରୀ କରିପାରୁ ନାହିଁ।

‘‘ଦିନକୁ ଦିନ ରାଜଧାନୀରେ ଲୋକ ସଂଖ୍ୟା ବଢ଼ୁଛି। ସେହି ଅନୁପାତରେ ଅପରାଧ ମଧ୍ୟ ବୃଦ୍ଧି ପାଉଛି । ତେଣୁ ମୁଖ୍ୟ ମନ୍ତ୍ରୀଙ୍କ ମଞ୍ଜୁରୀ ପରେ ଖୁବ୍ ଶୀଘ୍ର ଥାନା ଗୁଡ଼ିକର କାର୍ଯ୍ୟ ଆରମ୍ଭ ହେବ । ଏଥି ପାଇଁ ଜଣେ କ୍ରାଇମ ଡି.ସି.ପି.ଙ୍କୁ ଦାୟିତ୍ୱ ଦିଆଯିବ। ଏବେ ଯେହେତୁ କୁଇକ୍ ଆକ୍ସନ ଟିମ୍ ଓ ସ୍ପେସାଲ ସ୍କ୍ୱାର୍ଡ଼ କାମ କରୁଛି, ତେଣୁ ନୂଆ ଥାନା ହେବା ପରେ ଏହା ଉପରେ କିଛି ପ୍ରଭାବ ପଡ଼ିବ ନାହିଁ,’’ କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶି।

କଟକ-ଭୁବନେଶ୍ୱରରେ ଏବେ ୪୧ଟି ପୋଲିସ ଷ୍ଟେସନ ରହିଛି । ଭୁବନେଶ୍ୱର ୟୁ.ପି.ଡି.ରେ ୨୨ଟି ଥାନା ଓ ୨ଟି ଟ୍ରାଫିକ୍ ଥାନା ରହିଛି। ପୁଣି ଦୁଇଟି ଥାନା ହେଲେ ଭୁବନେଶ୍ୱରରେ ଥାନା ସଂଖ୍ୟା ୨୪ରେ ପହଞ୍ଚିବ । ବରିଷ୍ଠ ଆଇନଜୀବୀ ସିଦ୍ଧାର୍ଥ ଦାସ କହିଛନ୍ତି, “ନୂଆ ପୋଲିସ ଷ୍ଟେସନ୍ ଖୋଲିବା ସ୍ୱାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ସେହି ଅନୁସାରେ ନୂଆ ପୋଲିସ କର୍ମଚାରୀଙ୍କୁ ନିଯୁକ୍ତି ହେବା ଆବଶ୍ୟକ । ନଚେତ୍ ପୁଣି କର୍ମଚାରୀଙ୍କ ଅଭାବ ରହିବ।’’
Published by:Lipina Das
First published:
)}