‘ଲକଡାଉନ୍ ଲିରିକ୍ସ’; ବୁକ ରିଲିଜ୍ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସଞ୍ଜୁକ୍ତା ଦାଶଙ୍କ ଦ୍ୱାରା ଲିଖିତ ଲକଡାଉନ ଲିରିକ୍ସ ପୁସ୍ତକର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 

‘ଲକଡାଉନ୍ ଲିରିକ୍ସ’ - ପୁସ୍ତକ

‘ଲକଡାଉନ୍ ଲିରିକ୍ସ’ - ପୁସ୍ତକ

  • Share this:
News 18 Odia Digital

ଭୁବନେଶ୍ୱର: ସଞ୍ଜୁକ୍ତା ଦାଶଙ୍କ ଦ୍ୱାରା ଲିଖିତ ଲକଡାଉନ ଲିରିକ୍ସ ପୁସ୍ତକର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରିପୋର୍ଟ ଅନୁଯାୟୀ, କବିତାଗୁଡ଼ିକ ମହାମାରୀ ସମୟରେ ଲେଖକଙ୍କ ଅନୁଭୂତି ଓ ଉତ୍ତେଜନା ବିଷୟରେ ଏକ ଅବିସ୍ମରଣୀୟ କାହାଣୀ ଲୋକଙ୍କ ପାଖରେ ପହଞ୍ଚାଇବାର ଚେଷ୍ଟା କରିଛନ୍ତି ଲେଖିକା। ଏହି କଠିନ ସମୟରେ ଆମ ସମସ୍ତଙ୍କ ଭାବନାକୁ ପ୍ରତିଫଳିତ କରିଥିବା ଦାଶଙ୍କ ସୃଜନଶୀଳ ପ୍ରତିଭାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ।

ଦାଶ ଜଣେ ପରିଚିତ ଓ ଜ୍ଞାନୀ ସାହିତ୍ୟିକ। ଅନ୍ତସ୍ୱର, ଅମୃତ ଅନ୍ୱେଶ ଓ ଅପେକ୍ଷାରେ ଏବେ ବି ଭଲି ଓଡ଼ିଆ ବହି ତାଙ୍କର ରଚନା। ଇଂରାଜୀ ଲିଟେରଚରରେ ପ୍ରଥମ କରି ସେ ଲକଡାଉନ ଲିରିକ୍ସ ଲେଖିଛନ୍ତି। କବିତାଗୁଡ଼ିକ ମହାମାରୀ ସମୟରେ ଲେଖକଙ୍କ ଅନୁଭୂତି ଓ ବିବ୍ରତତାର ଏକ ଅବିସ୍ମରଣୀୟ କାହାଣୀ। ଦୀର୍ଘ ଦିନ ଧରି ସମାଜର ଏହି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯାତ୍ରା ସମୟରେ ଲେଖକ ମାନବିକତାର ସମସ୍ତ ଆଘାତ ଓ ଦୁଖକୁ ଲେଖିକା ତାଙ୍କ କବିତା ରେ ଉଲ୍ଲେଖ କରିଛନ୍ତି। ନୂଆ ଦିଲ୍ଲୀର ଲେଖକ ପ୍ରେସ୍ ଦ୍ୱାରା ପ୍ରକାଶିତ ଇଂରାଜୀ ସାହିତ୍ୟରେ ଲକଡାଉନ୍ ଲିରିକ୍ସ ହେଉଛି ତାଙ୍କର ପ୍ରଥମ ପ୍ରୟାସ।
Published by:Soumyashree Mishra
First published: