CM ନବୀନଙ୍କୁ ମିଳିଲା ଜୀବନବ୍ୟାପୀ ସାଧନା ସମ୍ମାନ; ପୁଣି ଟାର୍ଗେଟ କଲେ ବିରୋଧୀ

ବିକାଶମୂଳକ କାର୍ଯ୍ୟ ଓ ବରିଷ୍ଠ ନେତୃତ୍ବ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ। ଯାହାକୁ ନେଇ ଏମିତି କହିଛନ୍ତି ବିରୋଧୀ।

CM ନବୀନଙ୍କୁ ମିଳିଲା ଜୀବନବ୍ୟାପୀ ସାଧନା ସମ୍ମାନ

CM ନବୀନଙ୍କୁ ମିଳିଲା ଜୀବନବ୍ୟାପୀ ସାଧନା ସମ୍ମାନ

  • News18 Odia
  • Last Updated :
  • Share this:
News18 Odia Digital

ଭୁବନେଶ୍ବର: ଲୋକ ସେବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୨୫ ବର୍ଷ। ବିକାଶମୂଳକ କାର୍ଯ୍ୟ ଓ ବରିଷ୍ଠ ନେତୃତ୍ବ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନାରେ ସମ୍ମାନିତ କରିଛି କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି।

ଦଳର ମୁଖିଆଙ୍କୁ ଏଭଳି ସମ୍ମାନକୁ ସ୍ମରଣୀୟ କରିବାକୁ ଭରପୁର ଯୋଜନା କରିଛି ବିଜେଡି। ପୁଣି ଚର୍ଚ୍ଚାରେ ନବୀନ। କେତେବେଳେ ଶ୍ରେଷ୍ଠ ପ୍ରଶାସକ ତ କେତେବେଳେ ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ ପାଉଛନ୍ତି ତ ଆଉ କେବେ ନମ୍ୱର୍ ୧ ମୁଖ୍ୟମନ୍ତ୍ରୀ ତାଲିକାରେ ମଧ୍ୟ ସାମିଲ ହେଉଛନ୍ତି।

ଏବେ ଜୀବନବ୍ୟାପୀ ସାଧନା ସମ୍ମାନ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକ ସେବାରେ ତାଙ୍କ ୨୫ ବର୍ଷ ପାଇଁ ଜୀବନବ୍ୟାପୀ ସାଧନାରେ ସମ୍ମାନିତ ହୋଇଛନ୍ତି ସେ। ଦିଲ୍ଲୀରେ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ନବୀନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

ଲୋକ ସେବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୨୫ ବର୍ଷ


ନିଜ ନେତାଙ୍କ ପ୍ରତି ଏଭଳି ସମ୍ମାନ ନେଇ ଉତ୍ସାହିତ ବିଜେଡି କ୍ୟାମ୍ପ। କାର୍ଯ୍ୟକ୍ରମକୁ ସଫଳ ପାଇଁ ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର, ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଅରୁଣ ସାହୁ, ବ୍ୟୋମକେଶ ରାୟ ଓ ଦେବୀ ତ୍ରିପାଠୀଙ୍କ ସହ ଛାମୁଆ ସଙ୍ଗଠନର ଶତାଧିକ କର୍ମକର୍ତ୍ତା ଦୁଇ ଦିନ ହେବ ଦିଲ୍ଲୀରେ ଡେରା ପକାଇଛନ୍ତି। ସେପଟେ ମୁଖ୍ୟମନ୍ତ୍ରୀଙ୍କ ଏହି ସମ୍ମାନକୁ ନେଇ କଟାକ୍ଷ କରିଛନ୍ତି ବିରୋଧୀ।

ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, "ଏହା ଚାହିଁ ଜଳକା ଖେଳ। ବିଭିନ୍ନ ସଂସ୍ଥା ବିଭିନ୍ନ ନାଁରେ ବିଭିନ୍ନ ସମୟରେ ସମ୍ମାନ ପ୍ରଦାନ କରିଥାଏ। ଏହା କିଛି ନୂଆ କଥା ନୁହେଁ। ମୁଖ୍ୟମନ୍ତ୍ରୀ ସମ୍ମାନ ପାଆନ୍ତୁ। କିନ୍ତୁ ବିଜେଡି ରାଜନୀତିକ କାର୍ଡ ଖେଳିବାକୁ ଯେଉଁ ପ୍ରୟାସ କରାଯାଉଛି ତାହା ଲଜ୍ୟାଜନକ। ଏହାକୁ ପ୍ରଦର୍ଶନ ଓ ଶୋଭାଯାତ୍ରା କରି ବିଜେଡି ନବୀନଙ୍କୁ ଉପରକୁ ଟେକୁଛି। ରାଜନୈତିକ ଦୃଷ୍ଟିକୋଣରୁ ପ୍ରଦର୍ଶନ କରିବା ଅପେକ୍ଷା ଓଡ଼ିଶାର କାମ କରିବା ଆବଶ୍ୟକ। ବିକାଶର ଧାରା ଦେଖାଇଲେ ଇମେଜ ସେଲ ହୁଏ। ଇମେଜ ସେଲ ପାଇ ପଇସା ଖର୍ଚ୍ଚ କରିବାକୁ ପଡ଼େନି। ଏଇଟା କିଛି ବଡ଼ କଥା ନୁହେଁ। ଏଭଳି କାର୍ଯ୍ୟକ୍ରମ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ ଦଳକୁ ମନା କରିବା ଆବଶ୍ୟକ। ରାଜନୀତିକ ଦୃଷ୍ଟିକୋଣରୁ ଏହା ଦୁର୍ଭାଗ୍ୟଜନକ।’’

କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି ନିର୍ବାଚନ ଦୃଷ୍ଟିରୁ ବିଜେଡି ଏପରି ଆୟୋଜନ କରୁଛି। କେଉ ଆଧାରରେ ସମ୍ମାନ ପ୍ରଦାନ ଦିଆଯାଉଛି ଜଣାନାହିଁ। ଓଡ଼ିଆ ଭାଷା ନ ଜାଣି ଏତେ ଦିନ ଶାସନ କରୁଛନ୍ତି ଓ ଲୋକେ ଏଭଳି ଶାସନକୁ ବରଦାସ୍ତ କରୁଛନ୍ତି ତାହା ଅଷ୍ଟମ ଆଶ୍ଚର୍ଯ୍ୟ।’’

ସେପଟେ ବିରୋଧୀଙ୍କ ଆରୋପର କଡ଼ା ଜବାବ ରଖିଛି ବିଜେଡି। ମନ୍ତ୍ରୀ ସମୀର ରଂଜନ ଦାସ କହିଛନ୍ତି, "ନବୀନ ଜୀବନବ୍ୟାପି ସାଧନ ସମ୍ମାନ ପାଇବା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ। ନବୀନଙ୍କ ନେତୃତ୍ବେ ଆଜି ଓଡ଼ିଶାକୁ ବିଶ୍ୱ ଦରବାରରେ ପରିଚିତ କରିଛି। ନିଷ୍ଠାର ସହ କାମ କରିବାର ଏହା ନମୁନା। ବିରୋଧୀ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ବିରୋଧୀ ଯେବେ ଆକ୍ଷେପ କରିଛନ୍ତି ପଛକୁ ପଛକୁ ଯାଇଛନ୍ତି। ଓଡ଼ିଶାବାସୀ ସର୍ବଦା ଜବାବ ଦେଇଥିବା ବେଳେ ଆଗକୁ ବି ଦେବେ। ନିଜ ଦଳର ମୁଖିଆଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ନେଇ ବେଶ ଆମେ ବେଶ୍ ଉତ୍ସାହିତ ଅଛୁ।’’

ପ୍ରକାଶ ଥାଉକି ଦିଲ୍ଲୀ ପରେ ଓଡ଼ିଶାରେ ନବୀନଙ୍କୁ ସ୍ଵାଗତ ପାଇଁ ହୋଇଛି ବ୍ୟାପକ ଆୟୋଜନ। ମଙ୍ଗଳବାର ବିମାନବନ୍ଦରରୁ ନବୀନ ନିବାସ ପର୍ଯ୍ୟନ୍ତ ହଜାର ହଜାର କର୍ମୀଙ୍କୁ ଏକାଠି କରି ପାରମ୍ପରିକ ଶୈଳୀରେ ସ୍ଵାଗତ ପାଇଁ ଯୋଜନା କରିଛି ବିଜେଡି।
Published by:Lipina Das
First published: