ଧାମନଗରରେ ବିଜେପି ଜିତିବା ନେଇ ଆଶାବାଦୀ ଥିଲେ ମୁଖ୍ୟମନ୍ତ୍ରୀ!

ଧାମନଗର ଉପନିର୍ବାଚନ ଫଳାଫଳରେ ବିଜୁ ଜନତା ଦଳ ବିଚଳିତ ନୁହେଁ । ଧାମନଗରରେ ବିଜେପି ଜିତିବ ବୋଲି ଆଶା କରିଥିଲୁ: ସିଏମ ନବୀନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (ପ୍ରତୀକାତ୍ମକ ଛବି)

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ବିଜୁ ଜନତା ଦଳ ସବୁ ବେଳେ ଜନମତକୁ ସମ୍ମାନ ଦେଇ ଆସିଛି, ଧାମନଗର ଜନମତକୁ ସମ୍ମାନ ଦେଉଛୁ । ଦିବଂଗତ ବିଧାୟକ ବହୁତ ଲୋକପ୍ରିୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି, ' ଧାମନଗର ଉପନିର୍ବାଚନ ଫଳାଫଳରେ ବିଜୁ ଜନତା ଦଳ ବିଚଳିତ ନୁହେଁ । ଧାମନଗରରେ ବିଜେପି ଜିତିବ ବୋଲି ଆଶା କରାଯାଉଥିଲା। ୨୦୨୪ ନିର୍ବାଚନର ବିଜେଡି ଜିତି ସରକାର କରିବ। କାହିଁକି ନା ଆମେ ଲୋକଙ୍କ ସହ ଓ ସେମାନଙ୍କ ସୁବିଧା ଅସୁବିଧାରେ ରହିଛୁ ।'

ଇଣ୍ଡିଆନ ଏକ୍ସପ୍ରେସ ଦ୍ଵାରା ଭୁବନେଶ୍ୱରରେ ଆୟୋଜିତ ଓଡିଶା ସାହିତ୍ୟ ଉତ୍ସବରେ ଯୋଗ ଦେବା ଅବସରରେ ମୁଖ୍ୟମନ୍ତ୍ରୀ ଧାମନଗର ଉପନିର୍ବାଚନ ଫଳାଫଳକୁ ନେଇ ଏପରି କହିଛନ୍ତି ।



ଧାମନଗର ପ୍ରଥମ ରାଉଣ୍ଡର ଗଣନା ଅନୁଯାୟୀ ବିଜେପି ପ୍ରାର୍ଥୀ ଆଗୁଆ ରହିଥିଲେ। ପ୍ରଥମ ଥର ପାଇଁ ଉପ ନିର୍ବାଚନରେ ଶାସକ ବିଜେଡ଼ି ଦଳକୁ ହରାଇଛି ବିଜେପି। ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସ୍ଥିତପ୍ରଜ୍ଞ ସୂରଜ ବିଜୟ ହାସଲ କରିଛନ୍ତି। ସେ ନିକଟତମ ପ୍ରତିଦ୍ଵନ୍ଦ୍ଵୀ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ୯,୮୦୨ ଭୋଟ୍‌ରେ ପରାସ୍ତ କରିଥିଲେ। ସୂର୍ଯ୍ୟବଂଶୀଙ୍କ ବିଜୟୀ ପରେ ସାରା ରାଜ୍ୟରେ ଖୁସିର ମାହୋଲ ଖେଳିଉଠିଛି। ବିଜେପି କର୍ମୀମାନେ ଖୁସିରେ ମିଠା ବାଣ୍ଟିକି ଖୁସିର ସହ ପାଳନ କରୁଛନ୍ତି ଏହି ମହା ବିଜୟ।

https://odia.news18.com/news/odisha/celebration-begins-after-winning-of-bjp-in-dhamnagar-6ssm-061122-ssm-134409.html

ଏହି ଉତ୍ସବର ସାମିଲ ହୋଇ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଥିଲେ ଆଜିଠୁ ନବୀନ ସରକାରକୁ ଗୁଡବାଏ କହିବାର ସମୟ ଆସିଛି। ସେପଟେ ବିଜେପି ରାଜ୍ୟ ସଭାପତି ସମୀର ରଞ୍ଜନ ମହାନ୍ତି ଖୁସି ହୋଇ କହିଛନ୍ତି ଏହା ଓଡ଼ିଆ ସ୍ୱାଭିମାନର ବିଜୟ। ସେ ପ୍ରଚାର କରିଥିବା ସମସ୍ତ ରାଜନେତାକୁ ପ୍ରଶଂସା କରିଛନ୍ତି ଓ ତାଙ୍କର କୃତଜ୍ଞତା ଜଣାଇଛନ୍ତି। ସେ ଶେଷରେ କହିଥିଲେ ଯେ ଏହା ଗଣତନ୍ତ୍ରର ବିଜୟ। ସେହିପରି ଦଳର ବିଜୟ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି । ସେ ଲେଖିଛନ୍ତି ଯେ ଧାମନଗର ଉପନିର୍ବାଚନରେ ଧର୍ମର ଜୟ ହୋଇଛି ତଥା ଧାମନଗରର ବିଜୟ ହୋଇଛି।
Published by:Soumya Das
First published: