ଦଲାଲ ମୁକ୍ତ କରିବା ଘଟଣା; ବ୍ରହ୍ମପୁର ପୋଲିସର ପଦକ୍ଷେପକୁ CM ନବୀନଙ୍କ ପ୍ରଶଂସା

ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ଦଲାଲ ମୁକ୍ତ କରିବାରେ ବ୍ରହ୍ମପୁର ପୋଲିସର ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସା କରିଛନ୍ତି। ସେପଟେ ଗିରଫ ଦଲାଲଙ୍କ ମଧ୍ୟରେ ରହିଛନ୍ତି ଏମକେସିଜି ମେଡ଼ିକାଲର ଜଣେ ଝାଡ଼ୁଦାର ଓ ଦୁଇ ଆଟେଣ୍ଡାଣ୍ଟ।

ବ୍ରହ୍ମପୁର ପୋଲିସର ପଦକ୍ଷେପକୁ CM ନବୀନଙ୍କ ପ୍ରଶଂସା

ବ୍ରହ୍ମପୁର ପୋଲିସର ପଦକ୍ଷେପକୁ CM ନବୀନଙ୍କ ପ୍ରଶଂସା

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜି ମେଡ଼ିକାଲରୁ ଦଲାଲ ଗିରଫ ହେବା ଘଟଣାରେ ଧିରେ ଧିରେ ପୂରା ଘଟଣା ବାହାରକୁ ଆସିଛି। ଗତ ୧୮ ତାରିଖରେ ଏମକେସିଜି ମେଡ଼ିକାଲରୁ ୬ ଜଣ ଦଲାଲଙ୍କୁ ଗିରଫ କରିଥିଲା ବ୍ରହ୍ମପୁର ପୋଲିସ। ରୋଗୀ ଓ ସମ୍ପର୍କୀୟଙ୍କ ବେଶରେ ପୋଲସ ଏମକେସିଜି ମେଡ଼ିକାଲକୁ ଯାଇ ଦଲାଲମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା।

ବ୍ରହ୍ମପୁର ପୋଲିସର ଏଭଳି ଅଭିନବ ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ବ୍ରହ୍ମପୁର ପୋଲିସକୁ ସାଧୁବାଦ ଜଣାଇଛନ୍ତି। ସେ ଟ୍ବିଟରେ ଲେଖିଛନ୍ତି, ବ୍ରହ୍ମପୁର ଏମକେସିଜି ମେଡିକାଲକୁ ଦଲାଲ ମୁକ୍ତ କରିବା ପାଇଁ @SP_BERHAMPURଙ୍କ ଏପରି ଅଭିନବ ପ୍ରୟାସ ବେଶ ପ୍ରଶଂସନୀୟ। ମେଡିକାଲ ଆସୁଥିବା ରୋଗୀମାନଙ୍କୁ ଏହା ହଇରାଣ ହେବାରୁ ବଞ୍ଚାଇବା ସହ ଉତ୍ତମ ସେବା ଯୋଗାଇବାରେ ନିଶ୍ଚୟ ସହାୟକ ହେବ। #Odisha।’’

ନବୀନ ପଟ୍ଟନାୟକଙ୍କ ଟ୍ବିଟ


ଗିରଫ ହୋଇଥିବା ୬ ଜଣ ଦଲାଲଙ୍କ ମଧ୍ୟରେ ରହିଛନ୍ତି ଏମକେସିଜି ମେଡ଼ିକାଲର ଜଣେ ଝାଡୁଦାର ଓ ଦୁଇ ଜଣ ଆଟେଣ୍ଡାଣ୍ଟ।

ଝାଡୁଦାର ଜଣକ ନିଜର ପରିଚୟ ପତ୍ର ଅନ୍ୟ ଜଣଙ୍କୁ ଦେବା ପରେ ସମ୍ପୃକ୍ତ ବ୍ୟକ୍ତି ଓପିଡ଼ି ଟିକେଟ ଶୀଘ୍ର କରାଇ ଦେବା ନାମରେ ଲୋକଙ୍କ ଠାରୁ ଟଙ୍କା ନେଉଥିଲା। ସେହିପରି ଅନ୍ୟ ଦୁଇ ଜଣ ମେଡ଼ିକାଲର ଆଟେଣ୍ଡାଣ୍ଟମାନେ ରୋଗୀ ମାନଙ୍କର ସିଟି ସ୍କାନ ଓ ଅଲଟ୍ରାସାଉଣ୍ଡ ଶୀଘ୍ର କରାଇଦେବା ନାମରେ ଟଙ୍କା ଲୁଟୁଥିଲେ। ଅନ୍ୟ କିଛି ଜଣ ଦଲାଲ ଏମକେସିଜି ମେଡ଼ିକାଲରେ ନୁହେଁ ବରଂ ଘରୋଇ ମେଡ଼ିକାଲରେ ଭଲ ମେଡ଼ିସିନ କିଣାଇ ଦେବା ନାମରେ ଲୋକଙ୍କୁ ଠକୁଥିଲେ ବୋଲି ପୋଲିସ ତଦନ୍ତରେ ଜାଣିବାକୁ ପାଇଛି।

‘‘ଅନ୍ୟ କିଛି ଦଲାଲମାନେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ଼କୁ ନେଇ ମେଡ଼ିକାଲକୁ ଆସୁଥିବା ବେଳେ ସେମାନଙ୍କୁ ବିଭିନ୍ନ ଦିଗକୁ ନେଇ ପ୍ରଲୋଭିତ କରାଇ ଘୋରଇ ମେଡ଼ିକାଲକୁ ନେଇଯାଉଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ତେଣୁ ଯେଉଁ ଲୋକେ ଏଭଳି କିଛି ଦଲାଲ ମାନଙ୍କର ସମ୍ମଖୀନ ହେଉଛନ୍ତି ତେବେ ତୁରନ୍ତ ପୋଲିସକୁ ଜଣାନ୍ତୁ। ଯାହାଫଳରେ ପୋଲିସ ସେହି ଦଲାଲ ମାନଙ୍କୁ ଧରିବାରେ ସକ୍ଷମ ହୋଇପାରିବ। ଏହାଛଡ଼ା ଏଭଳି ନିୟମିତ ଭାବେ ମେଡ଼ିକାଲରେ ଚଢ଼ାଉ ଜାରି ରହିବ,’’ କହିଛନ୍ତି ବ୍ରହ୍ମପୁର ଏସପି ଶ୍ରବଣା ବିବେକ ଏମ।

ଏମକେସିଜି ମେଡ଼ିକାଲରେ ଦଲାଲ ରାଜ ଚାଲିଥିବା ନେଇ ଅଭିଯୋଗ ହେବା ପରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ପରେ ଦଲାଲ ମାନେ ଗିରଫ ହୋଇଥିବା ବେଳେ ଏହି ଦଲାଲ ମାନଙ୍କ ପଛରେ କିଏ ସବୁ ରହିଛି ସେମାନଙ୍କୁ ଧରିବା ନିମନ୍ତେ ମଧ୍ୟ ଯୋଜନା ଆରମ୍ଭ ହୋଇସାରିଛି। ଏଭଳି ଗରିବ ଲୋକଙ୍କୁ ଲୁଟିବା କ୍ଷେତ୍ରରେ ମେଡ଼ିକାଲ କର୍ମଚାରୀ ହୁଅନ୍ତୁ ବା ଅନ୍ୟ କେହାର ସମ୍ପୃକ୍ତି ରହିଥାଏ ତେବେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଏସପି ଶ୍ରବଣା ବିବେକ ଏମ।

ଏମକେସିଜି ମେଡ଼ିକାଲର ଇତିହାସରେ ପୋଲିସ ଏଭଳି ରୋଗୀ ଓ ସମ୍ପର୍କୀୟଙ୍କ ବେଶରେ ମେଡ଼ିକାଲକୁ ଯାଇ ଦଲାଲ ଧରିବା ପ୍ରଥମ ଘଟଣା ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ପୋଲିସର ଏହି ପଦକ୍ଷେପ ମେଡ଼ିକାଲକୁ ଦଲାଲ ମୁକ୍ତ କରିବାରେ କେତେ ସହାୟକ ହେଉଛି ତାହା ଆଗାମୀ ଦିନରେ ହିଁ ଜଣାପଡ଼ିବ।
Published by:Lipina Das
First published: