ନବ ଦାସ ହତ୍ଯା ମାମଲା: ଗୋପାଳ ଆଚରଣ ବିଶ୍ଳେଷଣ ପାଇଁ ଆମେରିକାରୁ ଆସିବେ ଟିମ!

Naba Das Murder Case: ସାଇକୋ କିଲର୍‌ କି ଗୋପାଳ ? ଖୋଳତାଡ଼ କରିବ ଆମେରିକାର ତଦନ୍ତକାରୀ ସଂସ୍ଥା FBI !

ଖୋଳତାଡ଼ କରିବ ଆମେରିକାର ତଦନ୍ତକାରୀ ସଂସ୍ଥା

ଖୋଳତାଡ଼ କରିବ ଆମେରିକାର ତଦନ୍ତକାରୀ ସଂସ୍ଥା

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ନବ ଦାସ ହତ୍ୟା ମାମଲା(Naba Das Death Case)ରେ ବିଧାନସଭାରେ ବଡ଼ ବୟାନ ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(Naveen Patnaik)। ବିରୋଧୀଙ୍କ ହଟ୍ଟଗୋଳ ଭିତରେ ବିବୃତ୍ତି ରଖିଛନ୍ତି ମୁଖ୍ୟମନ୍ତ୍ରୀ। ଅଭିଯୁକ୍ତ ଗୋପାଳର ଆଚରଣ ବିଶ୍ଳେଷଣ ପାଇଁ ଆମେରିକାର ତଦନ୍ତକାରୀ ସଂସ୍ଥା ଫେଡେରାଲ ବ୍ୟୁରୋ ଅଫ ଇନଭେଣ୍ଟିଗେସନ (Federal Bureau of Investigation) ସହାୟତା ମଗାଯାଇଛି ବୋଲି ସ୍ପଷ୍ଟ କରିଛନ୍ତି ମୁଖ୍ଯମନ୍ତ୍ରୀ ।

ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଏ ପ୍ରସଙ୍ଗରେ ଗୃହ ମନ୍ତ୍ରାଳୟକୁ ଅନୁରୋଧ କରାଯାଇଛି । ନବ ଦାସ ହତ୍ୟା ଘଟଣାର ତଦନ୍ତ ପାଇଁ ଯାହା ବି କିଛି ଆବଶ୍ୟକ ତାହା ନିଶ୍ଚିତ କରାଯିବ। ହାଇକୋର୍ଟଙ୍କ ଦ୍ବାରା ନିଯୁକ୍ତ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ବାରା ମାମଲାର ତଦନ୍ତ ଚାଲିଛି । ଆଉ ଏହା ଉପରେ ସମସ୍ତଙ୍କର ବିଶ୍ବାସ ରହିବା ଉଚିତ । ଏହି ପ୍ରସଙ୍ଗକୁ ନେଇ ରାଜନୀତି କରାଯାଉଥିବାରୁ ଦୁଃଖ ପ୍ରକାଶ କରିଛନ୍ତି ।

ରାଜ୍ୟପାଳଙ୍କ ମୁହଁରେ ରାଜ୍ୟ ସରକାର ମିଛ କୁହାଉଛନ୍ତି : ସୁର ରାଉତରାୟ

ନବଦାସ ହତ୍ଯା ମାମଲାକୁ ନେଇ ବିରୋଧୀ ଦଳ ବିଜେପି ଗତକାଲି ହଲ୍ଲାବୋଲ କରିଥିଲେ । ଗୃହ ଆଗରେ ପ୍ରତିବାଦ କରିବା ସହ ପ୍ଲାକାର୍ଡ଼ ପ୍ରଦର୍ଶନ କରିଥିଲେ । ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ସିବିଆଇ ତଦନ୍ତ ପାଇଁ ଉଭୟ ବିଜେପି ଓ କଂଗ୍ରେସ ଦାବି କରିଆସୁଛନ୍ତି ।


ବିଧାନ ସଭାରେ ବକ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଗତ ଜାନୁଆରୀ ୨୯ ଅପରାହ୍ନ ୧୨.୩୫ ବେଳେ ଗୋପାଳ ଦାସ ନାମକ ଜଣେ ସହକାରୀ ପୋଲିସ ସବ୍‌ଇନ୍‌ସପେକ୍ଟର ନବ କିଶୋର ଦାସଙ୍କ ଉପରକୁ ଗୁଳି ଚଳାଇ ଥିଲେ। ଗୋପାଳ ତାଙ୍କ ସର୍ଭିଲ ପିସ୍ତଲରୁ ଗୁଳି ଚଳାଇଥିଲେ । ଏହି ଘଟଣାଟି ଏକ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଏହାର ତଦନ୍ତ ଦାୟିତ୍ବ ତୁରନ୍ତ କ୍ରାଇମ ବ୍ରାଞ୍ଚକୁ ଦିଆଯାଇଥିଲା । ତଦନ୍ତରେ ସ୍ବଚ୍ଛତାକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ମାନ୍ୟବର ହାଇକୋର୍ଟଙ୍କୁ ଜଣେ କାର୍ଯ୍ୟରତ/ଅବସରପ୍ରାପ୍ତ ହାଇକୋର୍ଟ ଜଜ୍‌ଙ୍କୁ ମନୋନୀତ କରି ଏହି କେସ୍‌ର ତଦନ୍ତ କାର୍ଯ୍ୟ ତଦାରଖ କରିବା ପାଇଁ ଅନୁରୋଧ କରିଥିଲେ । ମାନ୍ୟବର ହାଇକୋର୍ଟ ଏହି ତଦନ୍ତ କାର୍ଯ୍ୟ ତଦାରଖ କରିବା ପାଇଁ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେ.ପି ଦାସଙ୍କୁ ମନୋନୀତ କରିଛନ୍ତି । ସାକ୍ଷୀ ମାନଙ୍କର ବକ୍ତବ୍ୟ ତଥା ଅଭିଯୁକ୍ତର ଜେରାକୁ ଭିତ୍ତିକରି ଗୋପାଳ ଦାସର ମାନସିକ ଅବସ୍ଥାର ଅନୁଶୀଳନ ଏକ ୪ ଜଣିଆ ମାନସିକରୋଗ ବିଶେଷଜ୍ଞ ବୋର୍ଡଙ୍କ ଦ୍ବାରା କରାଯାଇଅଛି।  ଏତଦ୍‌ବ୍ୟତୀତ ଅଭିଯୁକ୍ତ ସତ କହୁଛି କି ନାହିଁ ପରୀକ୍ଷା କରିବା ପାଇଁ ତାର Forensic Psychological Assessment ଏବଂ Layered voice Analysis Test ନୂଆଦିଲ୍ଲୀ କେନ୍ଦ୍ରୀୟ Forensic Science Laboratoryର ବିଶେଷଜ୍ଞମାନଙ୍କ ଦ୍ବାରା କରାଯାଇଅଛି ।


ଏଭଳି କେସ୍‌ରେ ଅପରାଧୀର ବ୍ୟବହାରିକ ବିଶ୍ଲେଷଣ କ୍ଷେତ୍ରରେ ବିଶେଷ ଦକ୍ଷତା ଅର୍ଜନ କରିଥିବା ଯୁକ୍ତରାଷ୍ଟ୍ର ଆମେରିକାର ପ୍ରସିଦ୍ଧ ଅନୁଷ୍ଠାନ Federal Bureau of Investigationର ସହାୟତା ନେବା ପାଇଁ  ରାଜ୍ୟ କ୍ରାଇମ ବ୍ରାଞ୍ଚ ଉଦ୍ୟମ କରୁଛି । ଆମେରିକାର FBI ସଂସ୍ଥାର Behavioral  Support Unit ଦ୍ବାରା ଅଭିଯୁକ୍ତର ବ୍ୟବହାରିକ ମୂଲ୍ୟାୟନ କରିବାରେ ସାହାଯ୍ୟ କରିବାପାଇଁ ଓଡିଶା ସରକାର ଭାରତ ସରକାରଙ୍କ ଗୃ ମନ୍ତ୍ରାଳୟର ସହାୟତା କାମନା କରିଛନ୍ତି ।


ତେବେ ଏଭଳି ଏକ ସମ୍ବେଦନଶୀଳ କେସ୍‌ର ଯେଉଁଭଳି ଢଙ୍ଗରେ ରାଜନୀତିକରଣ କରାଯାଉଛି, ତାହା କେବଳ ମୋତେ ନୁହେଁ, ସାରା ଓଡିଶାବାସୀଙ୍କୁ ବ୍ୟଥିତ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
Published by:Soumya Das
First published: