CM ନବୀନ ପଟ୍ଟନାୟକ ହିତାଧିକାରୀଙ୍କୁ ଘର ମରାମତି ସହାୟତା ପ୍ରଦାନ କରିଛନ୍ତି

ନବୀନ ପଟ୍ଟନାୟକ ଗତ ଡିସେମ୍ବର ୨୧ରେ ଘର ମରାମତି ସହାୟତା ଦେବାକୁ ଘୋଷଣା କରିଥିଲେ। ସେହିଭଳି, BPGY ଓ PMAY-G ଯୋଜନା ଅଧୀନରେ ଘର ପାଇବାକୁ ବଞ୍ଚିତ ହୋଇଥିବା ଗରିବ ଓ ଯୋଗ୍ୟ ଲୋକଙ୍କୁ ପ୍ରତ୍ୟେକଙ୍କ ଘର ମରାମତି ପାଇଁ ୫,୦୦୦ ଟଙ୍କା ଦିଆଯିବ।

CM ନବୀନ ପଟ୍ଟନାୟକ ହିତାଧିକାରୀଙ୍କୁ ଘର ମରାମତି ସହାୟତା ପ୍ରଦାନ କରିଛନ୍ତି

CM ନବୀନ ପଟ୍ଟନାୟକ ହିତାଧିକାରୀଙ୍କୁ ଘର ମରାମତି ସହାୟତା ପ୍ରଦାନ କରିଛନ୍ତି

  • Share this:
News18 Odia Digital

ଭୁବନେଶ୍ବର: ତାଙ୍କର ପୂର୍ବ ଘୋଷଣା ଅନୁଯାୟୀ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତ୍ୟେକ ହିତାଧିକାରୀଙ୍କୁ ଘର ମରାମତି ସହାୟତା ପାଇଁ ୩,୦୦୦ ଟଙ୍କା ପ୍ରଦାନ କରିଛନ୍ତି। ପଟ୍ଟନାୟକ ବିଜୁ ପକ୍କା ଘର ଯୋଜନା (BPGY) ଓ କେନ୍ଦ୍ରର ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା-ଗ୍ରାମୀଣ (PMAY-G) ହିତାଧିକାରୀଙ୍କୁ ସେମାନଙ୍କ ଘର ମରାମତି ପାଇଁ ଆର୍ଥିକ ସହାୟକ ପ୍ରଦାନ କରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏକ ଐତିହାସିକ ନିଷ୍ପତ୍ତିରେ ନବୀନ ପଟ୍ଟନାୟକ ଗତ ଡିସେମ୍ବର ୨୧ରେ ଘର ମରାମତି ସହାୟତା ଦେବାକୁ ଘୋଷଣା କରିଥିଲେ। ସେହିଭଳି, BPGY ଓ PMAY-G ଯୋଜନା ଅଧୀନରେ ଘର ପାଇବାକୁ ବଞ୍ଚିତ ହୋଇଥିବା ଗରିବ ଓ ଯୋଗ୍ୟ ଲୋକଙ୍କୁ ପ୍ରତ୍ୟେକଙ୍କ ଘର ମରାମତି ପାଇଁ ୫,୦୦୦ ଟଙ୍କା ଦିଆଯିବ।

ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ପ୍ରାୟ ୧,୪୪୪ କୋଟି ଟଙ୍କା ଖର୍ଚ୍ଚ କରିବେ ଓ ୩୨ ଲକ୍ଷ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏହି ଅର୍ଥ ପ୍ରଦାନ କରାଯିବ।

“ସମସ୍ତ କଚା ଘରକୁ ପକ୍କାରେ ପରିଣତ କରିବା ପାଇଁ ଆମେ ୨୦୧୪ରେ ନିଷ୍ପତ୍ତି ନେଇଥିଲୁ। ଏହି ବର୍ଷ ମଧ୍ୟରେ ସମୁଦାୟ ୩୧ ଲକ୍ଷ ପକ୍କା ଘର ନିର୍ମାଣ କରାଯାଇଛି ଓ ରାଜ୍ୟରେ ସମ୍ପୂର୍ଣ୍ଣ ଘର ନଆସିବା ପର୍ଯ୍ୟନ୍ତ ଉଦ୍ୟମ ଜାରି ରହିବ,’’ କହିଥିଲେ ନବୀନ।

CMO ତରଫରୁ ଏକ ପ୍ରେସ ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ କରୋନା ମହାମାରୀ ସମୟରେ ୧୨.୨୫ ଲକ୍ଷ ପରିବାର ଏପର୍ଯ୍ୟନ୍ତ ଘର ପାଇନାହାଁନ୍ତି, ଯଦିଓ ସେମାନେ PMAY-G ଅଧୀନରେ ଯୋଗ୍ୟ ବିବେଚିତ ହୋଇଥିଲେ । ଏହି ପରିବାରମାନେ ରହୁଥିବା ଘରଗୁଡ଼ିକର ମରାମତି ପାଇଁ ବିପିଜିଏଫରୁ ୫,୦୦୦ ଟଙ୍କା ରାଜ୍ୟ ଆର୍ଥିକ ସହାୟତା ପ୍ରଦାନ କରିବେ ବୋଲି ନବୀନ କହିଥିଲେ।
Published by:Lipina Das
First published:
)}