ବାଲେଶ୍ବରରେ BSKY ସ୍ମାର୍ଟ କାର୍ଡ଼ ବାଣ୍ଟିବା ସହ କୋଟି କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ କରିଛନ୍ତି CM ନବୀନ

ମୁଖ୍ୟ ମନ୍ତ୍ରୀ ୩୬୬ କୋଟି ୮୯ ଲକ୍ଷ ଟଙ୍କାର ୭୭ଟି ପ୍ରକଳ୍ପର ଲୋକାର୍ପଣ କରିବା ସହ ୧୧୮୬ କୋଟି ୭ ଲକ୍ଷ ଟଙ୍କାର ୧୦୯ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଜିଲ୍ଲାର ୧୨ଟି ବ୍ଲକ୍‌ର ୫ ଲକ୍ଷ ୧୩ ହଜାର ୩୫୨ ପରିବାରକୁ ଏହି ସ୍ମାର୍ଟ କାର୍ଡ଼ ବଣ୍ଟନ ହୋଇଛି ।

ବାଲେଶ୍ବରରେ BSKY ସ୍ମାର୍ଟ କାର୍ଡ଼ ବଣ୍ଟିବା ସହ କୋଟି କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ କରିଛନ୍ତି CM ନବୀନ

ବାଲେଶ୍ବରରେ BSKY ସ୍ମାର୍ଟ କାର୍ଡ଼ ବଣ୍ଟିବା ସହ କୋଟି କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ କରିଛନ୍ତି CM ନବୀନ

  • Share this:
News18 Odia Digital

ବାଲେଶ୍ବର: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେବାରେ ଲାଗିଛି ଗୋଟିଏ ପରେ ଗୋଟିଏ ଜିଲ୍ଲା । ଏହି ଅବସରରେ ଶୁକ୍ରବାର ବାଲେଶ୍ବର ଗସ୍ତରେ ଯାଇଥିଲେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ବିଏସକେଓ୍ବାଇ ସ୍ମାର୍ଟ କାର୍ଡ଼ ବଣ୍ଟନ କରିବା ସହ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟ ମନ୍ତ୍ରୀ ।

ଏହି ଅବସରରେ ମୁଖ୍ୟ ମନ୍ତ୍ରୀ ୩୬୬ କୋଟି ୮୯ ଲକ୍ଷ ଟଙ୍କାର ୭୭ଟି ପ୍ରକଳ୍ପର ଲୋକାର୍ପଣ କରିବା ସହ ୧୧୮୬ କୋଟି ୭ ଲକ୍ଷ ଟଙ୍କାର ୧୦୯ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଜିଲ୍ଲାର ୧୨ଟି ବ୍ଲକ୍‌ର ୫ ଲକ୍ଷ ୧୩ ହଜାର ୩୫୨ ପରିବାରକୁ ଏହି ସ୍ମାର୍ଟ କାର୍ଡ଼ ବଣ୍ଟନ ହୋଇଛି ।

ସେହିପରି ବାଲେଶ୍ବର ଜିଲ୍ଲାର ୧୯ ଲକ୍ଷ ଲୋକଙ୍କୁ ମିଳିବ ସ୍ମାର୍ଟ ସ୍ବାସ୍ଥ୍ୟ ସେବା । ଏହି ଅବସରରେ ମୁଖ୍ୟ ମନ୍ତ୍ରୀ କହିଛନ୍ତି, ‘‘୬୦୦ ମିସନ ଶକ୍ତି SHGର ମହିଳା ମାଛ ଚାଷ କରିବା ଖୁସିର କଥା । ମହିଳାମାନଙ୍କ ହାତକୁ ଆହୁରି ଅଧିକ କାମ ଯୋଗାଇ ଦିଆଯିବ । BSKYରେ ମହିଳାଙ୍କୁ ୧୦ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟସେବା ମାଗଣାରେ ମିଳିବ । ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ଲୋକେ ଚିକିତ୍ସା ପାଇଁ ଜମି ବିକିବା, ଋଣ କରିବାର ଖବର ମୋତେ ଦୁଃଖ ଦିଏ । ରାଜ୍ୟରେ BSKY ସ୍ମାର୍ଟ କାର୍ଡ଼ ଗରିବ ଲୋକଙ୍କ ଦୁଃଖ ଦୂର କରିବ । ମୁଁ ଚାହେଁ ଟଙ୍କା ପାଇଁ କେହି ଚିକିତ୍ସାରୁ ବଞ୍ଚିତ ନ ହୁଅନ୍ତୁ । ଓଡ଼ିଶାବାସୀ ସୁସ୍ଥ ରହିବା ସହ ରାଜ୍ୟ ଓ ଦେଶର ବିକାଶରେ ସହାୟକ ହୁଅନ୍ତୁ ।

ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ହେଲିକାପ୍ଟର ଯୋଗେ ଆସି ବାଲେଶ୍ବର ପୋଲିସ ପଡ଼ିଆରେ ଓହ୍ଲାଇଥିଲେ । ଏହାପରେ ପଡ଼ିଆରେ ଆୟୋଜିତ ସଭାରେ ମୁଖ୍ୟ ମନ୍ତ୍ରୀ ଯୋଗ ଦେଇ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ହିତାଧିକାରୀଙ୍କୁ ସ୍ମାର୍ଟ ବଣ୍ଟନ କରିଛନ୍ତି ।

ସେହିପରି " ତିନି ଜଣ ଅତିରିକ୍ତ ଏସପି , ୧୩ ଜଣ ଡ଼ିଏସପି , ୨୨ ଜଣ ଇନ୍ସପେକ୍ଟର ସମେତ ୯୪ ଜଣ ଅଫିସର ଓ ୨୫ ପ୍ଲାଟୁନ ଫୋର୍ସ ସୁରକ୍ଷା ଦୃଷ୍ଟିରୁ ମୁତୟନ କରାଯାଇଥିଲେ ।
Published by:Lipina Das
First published:
)}