ବିଦାୟୀ ମନ୍ତ୍ରୀଙ୍କୁ CM ନବୀନ ପଟ୍ଟନାୟକଙ୍କ ଆଶ୍ବସନା; ସାଙ୍ଗଠନିକ ସ୍ତରରେ ହେବ ଅଦଳବଦଳ

ମିଶନ ୨୦୨୪ ପାଇଁ କାମ କରିବେ ମନ୍ତ୍ରୀ ମଣ୍ଡଳରୁ ବାଦ ପଡ଼ିଥିବା ନେତାମାନେ। ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ପରେ ଏବେ ସାଙ୍ଗଠନିକ ସ୍ତରରେ ହେବାକୁ ଯାଉଛି ବ୍ୟାପକ ଅଦଳବଦଳ।

ବିଦାୟୀ ମନ୍ତ୍ରୀଙ୍କୁ CM ନବୀନ ପଟ୍ଟନାୟକଙ୍କ ଆଶ୍ବସନା

ବିଦାୟୀ ମନ୍ତ୍ରୀଙ୍କୁ CM ନବୀନ ପଟ୍ଟନାୟକଙ୍କ ଆଶ୍ବସନା

  • Share this:
News18 Odia Digital

ଭୁବନେଶ୍ବର: ବିଦାୟୀ ମନ୍ତ୍ରୀଙ୍କୁ ନବୀନଙ୍କ ଆଶ୍ବସନା। ମନ୍ତ୍ରୀ ମଣ୍ଡଳରୁ ବାଦ ପଡ଼ିଥିବା ନେତା ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ। ସଙ୍ଗଠନ ପାଇଁ କାମ କରିବାକୁ ଏହି ନେତାଙ୍କୁ ନବୀନ ପରାମର୍ଶ ଦେଇଛନ୍ତି। ମିସନ ୨୦୨୪ ପାଇଁ କାମ କରିବେ ମନ୍ତ୍ରୀ ମଣ୍ଡଳରୁ ବାଦ ପଡ଼ିଥିବା ନେତାମାନେ। ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ପରେ ଏବେ ସାଙ୍ଗଠନିକ ସ୍ତରରେ ହେବାକୁ ଯାଉଛି ବ୍ୟାପକ ଅଦଳବଦଳ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ସଙ୍ଗଠନ କାର୍ଯ୍ୟ କରିବା ପାଇଁ ସୁପ୍ରିମୋ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ସୁଦାମ ମାରାଣ୍ଡି ଓ ରଘୁ ନନ୍ଦନ ଦାସ। ମୁଖ୍ୟମନ୍ତ୍ରୀ ସ୍ୱଚ୍ଛତା ଓ ଭାବମୂର୍ତ୍ତିକୁ ଗୁରୁତ୍ୱ ଦେଉଥିବା କାରଣରୁ ବିଭିନ୍ନ କାରଣ ଯୋଗୁଁ ବିବାଦରେ ଛନ୍ଦି ହୋଇପଡ଼ିଥିବା ମନ୍ତ୍ରୀଙ୍କୁ ଅବ୍ୟାହତି ଦିଆଯାଇଛି। ଆସନ୍ତା ନିର୍ବାଚନ ପୂର୍ବରୁ ଦଳକୁ ଆହୁରି ମଜବୁତ କରିବାକୁ ପଡ଼ିବ। ସରକାରଙ୍କ ମଙ୍ଗଳ କାର୍ଯ୍ୟର ସୁଫଳ ଲୋକଙ୍କ ପାଖରେ ଅଧିକ ମାତ୍ରାରେ ପହଞ୍ଚାଇ ଲୋକଙ୍କ ବିଶ୍ବାସ ଅଧିକ ମାତ୍ରାରେ ଜିଣିବା ପାଇଁ ବିଦାୟୀ ମନ୍ତ୍ରୀଙ୍କୁ ମିଳିବ ସଙ୍ଗଠନ ଦାୟିତ୍ବ।

ମନ୍ତ୍ରୀ ମଣ୍ଡଳରୁ ବାଦ ପଡ଼ିଥିବା ନେତାଙ୍କୁ ନବୀନ ନିବାସରୁ ଡାକରା। ଏମାନଙ୍କୁ ସଙ୍ଗଠନ ଦାୟିତ୍ବ ଦେବା ନେଇ ନବୀନ ଆଶ୍ବସନା ଦେଇଛନ୍ତି। ୨୦୧୪ ବିଧାନସଭା ନିର୍ବାଚନ ପୂର୍ବରୁ ସଙ୍ଗଠନକୁ ସୁଦୃଢ଼ କରିବା ଉପରେ ଗୁରୁତ୍ବ ଦେଇଛନ୍ତି ନବୀନ। ତେବେ ଯେଉଁମାନ ମନ୍ତ୍ରୀମଣ୍ଡଳରୁ ବାଦ ପଡ଼ିଛନ୍ତି ସେମାନଙ୍କୁ ନବୀନ ଅସନ୍ତୁଷ୍ଟ କରିବାକୁ ଚାହିଁ ନାହାଁନ୍ତି। ସେମାନଙ୍କୁ ସଙ୍ଗଠନ ଦାୟିତ୍ବ ଦେଇ ସୁନ୍ତୁଷ୍ଟ କରିବାକୁ ଚାହିଁଛନ୍ତି ସୁପ୍ରିମୋ। ନୂଆ ମନ୍ତ୍ରୀ ମଣ୍ଡଳ ଗଠନ ବେଳକୁ ନବୀନ ସରକାର ତିନି ବର୍ଷ ପୂରଣ କରିସାରିଛି।ଏହା ଭିତରେ ପୌର,ପଞ୍ଚାୟତ ଓ ବ୍ରଜରାଜନଗର ଉପନିର୍ବାଚନରେ ବିଜେଡିର ବାଜିମାତ ହୋଇଛି।

ଏବେ ମୁଖ୍ୟମନ୍ତ୍ରୀ ସଙ୍ଗଠନକୁ ସୁଦୃଢ଼ କରିବାକୁ ଚାହୁଁଥିବା ବେଳେ ମନ୍ତ୍ରୀ ମଣ୍ଡଳରୁ ବାଦ ପଡ଼ିଥିବା ନେତାଙ୍କୁ ସଙ୍ଗଠନ କାର୍ଯ୍ୟରେ ନିୟୋଜିତ କରିଛନ୍ତି। ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ଅରୁଣ ସାହୁ ଓ ଦିବ୍ୟ ଶଙ୍କର ମିଶ୍ର ଭଳି ଭଳି ନେତା ପାୱର କରିଡରରେ ଦବଦବା ରଖୁଥବା ବେଳେ ଏବେ ଏମାନଙ୍କ କାନ୍ଧରେ ରହିବ ସଙ୍ଗଠନ ଦାୟିତ୍ବ। ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ସୁଶାନ୍ତ ସିଂଙ୍କୁ ଦାୟିତ୍ବରୁ ଅବ୍ୟାହତି ପରେ ପଶ୍ଟିମ ଓଡ଼ିଶାରେ ଅଧିକ ଶକ୍ତିଶାଳି କରିପାରେ ଦଳ। ମନ୍ତ୍ରୀ ପଦରୁ ଅବ୍ୟାବତ ନେଇଥିବା ନେତାଙ୍କ ସାଙ୍ଗଠନିକ ଦକ୍ଷତା ଦୃଷ୍ଟିରୁ ସଙ୍ଗଠନ କାର୍ଯ୍ୟରେ ନିୟୋଜିତ ହେବେ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ପ୍ରତାପ ଜେନା କହିଛନ୍ତି, ‘‘ସରକାର ଅପେକ୍ଷା ଦଳ ବଡ଼। ସାଙ୍ଗଠନିକ ଦାୟିତ୍ୱର ଗୁରୁତ୍ବ ରହିଛି। ସଙ୍ଗଠନ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି।’’

ସେପଟେ ସୁଦାମ ମାରାଣ୍ଡି କହିଛନ୍ତି, ‘‘ମୁଖ୍ୟମନ୍ତ୍ରୀ ହେଉଛନ୍ତି ଆମ ନେତା । ଆଜି ଆମେ ତାଙ୍କୁ ସାକ୍ଷାତ କଲୁ। କାହାକୁ ଆକ୍ରୋଶ ରଖି ମନ୍ତ୍ରୀ ମଣ୍ଡଳରୁ ବାଦ ଦିଆଯାଇ ନାହିଁ। ସାର ଭାରତ ବର୍ଷରେ ରୋଟେସନ ବେସିସରେ ବିଭିନ୍ନ ସ୍ଥାନରେ ଏଭଳି ହେଉଛି। ମୁଁ ଅତି ସୁନ୍ଦର ଭାବରେ କାମ ମିଳିଥିବା ବିଭାଗରେ କାମ କରିଛି। ମୁଖ୍ୟମନ୍ତୀ କହିଳେ ସାଙ୍ଗଠନିକ ଦାୟିତ୍ୱ ଦିଆଯିବ। ଆପଣମାନେ କାମ କରନ୍ତୁ। ଆମେ କାମ କରୁଛୁ ଓ କାମ କରୁଥିବାରୁ ଅତି ସୁନ୍ଦର ଭାବରେ ଦଳ ଭଲ ପ୍ରଦର୍ଶନ କରିଛି।’’

ରଘୁ ନନ୍ଦନ ଦାସ କହିଛନ୍ତି ମୋ ଜିଲ୍ଲା ବାଦ ପଡ଼ିଥିବାରୁ ମୁଁ ଦୁଃଖୀ। ସାଙ୍ଗଠନିକ କରିବା ପାଇଁ ୨୩ ଉପଦେଷ୍ଟା ଓ ନିଗମ ଅଧକ୍ଷ ପଦରୁ ସମସସ୍ତଙ୍କୁ ହଟାଇ ନୂଆ ନିଯୁକ୍ତି ପାଇଁ ପଥ ପରିଷ୍କାର ହୋଇଛି। ସ୍ବଚ୍ଛ, ଭାବମୂର୍ତ୍ତି ଓ ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ସହ ଉନ୍ନତି ପ୍ରଦର୍ଶନକୁ ଦଳ ଅଧିକ ଗୁରୁତ୍ବ ଦେଉଛି। ସେ ଦୃଷ୍ଟିରୁ ଉତ୍ତମ ଦକ୍ଷ ସଙ୍ଗଠକଙ୍କ ଆବଶ୍ୟକତାକୁ ନଜରରେ ରଖି ସାଙ୍ଗଠନ ଦାୟିତ୍ବ ଦିଆଯାଇଛି। ଆସନ୍ତା ମାସେ ଭିତରେ ଜିଲ୍ଲା ସଭାପତି, ପର୍ଯ୍ୟବେକ୍ଷକ ସହ ସାଙ୍ଗଠନିକ ପଦପଦବୀରେ ହେବ ବ୍ୟାପକ ପରିବର୍ତ୍ତନ।’’

ପ୍ରସନ୍ନ ଆଚାର୍ଯ୍ୟଙ୍କ ଭଳି ଭେଟେରାନଙ୍କୁ ଗୁରୁ ଦାୟିତ୍ବ ମିଳିପାରେ। ଉପକୁଳ ଓଡ଼ିଶାର ଯୁବ ଚେହେରା ବ୍ୟୋମକେଶ ସଙ୍ଗଠନ ପ୍ରତି ଅଧିକ ଆଗ୍ରହ ଦେଖାଉଥିବାରୁ ତାଙ୍କୁ ବି ମିଳିପାରେ ଗୁରୁତ୍ବପୁର୍ଣ୍ଣ ଦାୟିତ୍ବ। ରାଜ୍ୟସଭା ରେସରୁ ବାଦ ପଡ଼ିଥିବା ଦକ୍ଷିଣ ଓଡ଼ିଶାର ଟାଣୁଆ ନେତା ପ୍ରଦୀପ ମାଝିଙ୍କୁ ବି ଦଳ ଦେଇପାରେ ଗୁରୁ ଦାୟିତ୍ବ।

ନବୀନଙ୍କ ୨୨ ବର୍ଷ ଶାସନ କାଳରେ ୫୮ ଜଣ ମନ୍ତ୍ରୀ ବାଦ ପଡ଼ିଛନ୍ତି। ସମ୍ପ୍ରସାରଣ ସମୟରେ ବାଦ ପଡ଼ିଥିବା ମନ୍ତ୍ରୀଙ୍କ ସଂଖ୍ୟା ଦେଉଛି ୩୩। ୨୦୧୭ରେ ୧୦ ଜଣ ମନ୍ତ୍ରୀ ବାଦ ପଡ଼ିଥିବା ବେଳେ ୨୦୧୨ରେ ସର୍ବାଧିକ ୧୨ ଜଣ ବାଦ ପଡ଼ିଥିଲେ। ସେହିପରି ୨୦୧୭ରେ ବାଦ ପଡ଼ିଥିବା ମନ୍ତ୍ରୀଙ୍କୁ ମଧ୍ୟ ସଙ୍ଗଠନ ଦାୟିତ୍ବରେ ନିୟୋଜିତ କରିଥିଲେ ସୁପ୍ରିମୋ।
Published by:Lipina Das
First published: