• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ମୁମ୍ବାଇରେ ନିବେଶକ ସମ୍ମିଳନୀରେ ଯୋଗଦେଲେ ସିଏମ ନବୀନ; ଶିଳ୍ପପତିଙ୍କୁ ଓଡ଼ିଶାରେ ନିବେଶ ପାଇଁ କଲେ ନିମନ୍ତ୍ରଣ

ମୁମ୍ବାଇରେ ନିବେଶକ ସମ୍ମିଳନୀରେ ଯୋଗଦେଲେ ସିଏମ ନବୀନ; ଶିଳ୍ପପତିଙ୍କୁ ଓଡ଼ିଶାରେ ନିବେଶ ପାଇଁ କଲେ ନିମନ୍ତ୍ରଣ

ମୁମ୍ବାଇର ନିବେଶକ ସମ୍ମିଳନୀରେ ସିଏମ ନବୀନ ପଟ୍ଟନାୟକ ଯୋଗଦେଇ ବଡ଼ ବଡ଼ ଶିଳ୍ପପତିଙ୍କ ସହ ଆଲୋଚନା କରିଛନ୍ତି ।

ମୁମ୍ବାଇରେ ନିବେଶକ ସମ୍ମିଳନୀରେ ଯୋଗଦେଲେ ସିଏମ ନବୀନ; ଶିଳ୍ପପତିଙ୍କୁ ଓଡ଼ିଶାରେ ନିବେଶ ପାଇଁ କଲେ ନିମନ୍ତ୍ରଣ

ମୁମ୍ବାଇରେ ନିବେଶକ ସମ୍ମିଳନୀରେ ଯୋଗଦେଲେ ସିଏମ ନବୀନ; ଶିଳ୍ପପତିଙ୍କୁ ଓଡ଼ିଶାରେ ନିବେଶ ପାଇଁ କଲେ ନିମନ୍ତ୍ରଣ

  • News18 Odia
  • Last Updated :
  • Share this:
News 18 Odia Digital

ଭୁବନେଶ୍ୱର; ମୁମ୍ବାଇର ନିବେଶକ ସମ୍ମିଳନୀରେ ସିଏମ ନବୀନ ପଟ୍ଟନାୟକ ଯୋଗଦେଇ ବଡ଼ ବଡ଼ ଶିଳ୍ପପତିଙ୍କ ସହ ଆଲୋଚନା କରିଛନ୍ତି । ସେମାନଙ୍କ ମଧ୍ୟରେ ମହିନ୍ଦ୍ରା ଗ୍ରୁପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ୱାରେ ଇଂଜିନିୟରର ଅଧ୍ୟକ୍ଷ ହିତେଶ ଯୋଶୀ, ଆପ୍ରା ଇଣ୍ଡଷ୍ଟିର ଅଧ୍ୟକ୍ଷ ଚୈତନ୍ୟ ଦେଶାଇ, ଧ୍ରୁବ କୋଟାକର ଚେୟାରମ୍ୟାନ ଜେ.ଏମ୍. ବକ୍ସି , ଆଇସିଆଇସିଆଇ ବ୍ୟାଙ୍କର ଏକଜିକ୍ୟୁଟିଭ ଡାଇରେକ୍ଟର ରାକେଶ ଝା, ମହିନ୍ଦ୍ରା ଗ୍ରୁପର ମୁଖ୍ୟ ଆନନ୍ଦ ମହିନ୍ଦ୍ରା ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନିବେଶଙ୍କୁ ଭେଟି ଓଡ଼ିଶା ଆସିବା ପାଇଁ ନିମନ୍ତ୍ରଣ କରିଛନ୍ତି । ରାଜ୍ୟରେ ନିବେଶ କଲେ ସବୁ ପ୍ରକାରର ସହାୟତା ଯୋଗାଇଦେବାକୁ ସେ ପ୍ରତିଶ୍ରୃତି ଦେଇଛନ୍ତି । ଆଇଟି, ପେଟ୍ରୋ କେମିକାଲସ, ଫୁଡ ପ୍ରୋସୋସିଙ୍ଗ ଭଳି କ୍ଷେତ୍ରରେ ଅଧିକ ପୁଂଜିନିବେଶ କରିବା ପାଇଁ ଶିଳ୍ପପତିଙ୍କୁ ପ୍ରସ୍ତାବ ଦିଆଯାଇଛି ।

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଚେୟାରମ୍ୟାନ୍ ଦୀନେଶ ଖରା, ୱାରେ ଏନର୍ଜି ଚେୟାରମ୍ୟାନ୍ ହିତେଶ ଜୋସି ଏବଂ ସୁପ୍ରିମ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ସାଂସଦ ତାପାରିଆଙ୍କ ସହ ପୃଥକ ଭାବେ ଵୈଠକ କରି ଆଲୋଚନା କରିଛନ୍ତି ।

ଵୈଠକ ପରେ ନବୀନ ପଟ୍ଟନାୟକ FICCI ସହଯୋଗରେ ଓଡିଶା ସରକାରଙ୍କ ଦ୍ୱାରା ଆୟୋଜିତ ହୋଇଥିବା ନିବେଶ ରୋଡ୍ ସୋକୁ ସମ୍ବୋଧିତ କରିଛନ୍ତି।
Published by:Soubhagya Mishra
First published: