ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ନବୀନ
- News18 Odia
- Last Updated :
- Other, India
News18 Odia Digital
Naveen-Modi Meeting: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାକ୍ଷାତ ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ଯମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ସହ ଶ୍ରୀ ଜଗନ୍ନାଥ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ବିଷୟରେ ଆଲୋଚନା ହୋଇଛି । ଭୁବନେଶ୍ୱର ଏୟାରପୋର୍ଟ ଟ୍ରାଫିକ ସମସ୍ୟା ବିଷୟରେ ମଧ୍ୟ ଆଲୋକପାତ ହୋଇଛି। ଏୟାରପୋର୍ଟ ପାଚେରୀ ତିଆରି କାମ ସରିଯାଇଛି । ପ୍ରଧାନମନ୍ତ୍ରୀ ଏନେଇ ସହଯୋଗ କରିବେ ବୋଲି କହିଛନ୍ତି ମୁଖ୍ଯମନ୍ତ୍ରୀ ।
କେବଳ ସେତିକି ନୁହେଁ, କୌଣସି ରାଜନୈତିକ ଆଲୋଚନା ହୋଇନାହିଁ । ଆମେ ସମଦୂରତା ବଜାୟ ରଖିଛୁ । ଆସନ୍ତା ନିର୍ବାଚନରେ ବିଜେଡିର ଭୂମିକା କିପରି ରହିବ ଓ ତୃତୀୟ ସାମ୍ମୁଖ୍ୟରେ ସାମିଲ ହେବା ନେଇ ଚାଲିଥିବା ଆଲୋଚନା କେତେଦୂର ଠିକ୍ ସେ ବାବଦରେ ନବୀନ ସ୍ପଷ୍ଟ କରିଛନ୍ତି। ବର୍ତ୍ତମାନ ଆମେ ତୃତୀୟ ସାମୁଖ୍ୟରେ ନାହୁଁ । ୨୦୨୪ରେ ଏକାକି ଲଢିବୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।