ପୁରୀରେ ମମତା ବାନାର୍ଜୀ: ମହାପ୍ରସାଦ ଖାଇ ରାତ୍ରିଯାପନ କଲେ

ଆସନ୍ତାକାଲି ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପହଞ୍ଚିବା ପରେ ଶ୍ରୀମନ୍ଦିର ପ୍ରଶାସନ, ଛତିଶା ନିଯୋଗ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତାଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦେବେ ।

ପୁରୀରେ ମମତା ବାନାର୍ଜୀ: ମହାପ୍ରସାଦ ଖାଇ ରାତ୍ରିଯାପନ କଲେ

ପୁରୀରେ ମମତା ବାନାର୍ଜୀ: ମହାପ୍ରସାଦ ଖାଇ ରାତ୍ରିଯାପନ କଲେ

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀ; ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (mamata banerjee) ଆଜି ଠାରୁ ୨ ଦିନିଆ ପୁରୀ ଗସ୍ତରେ ଅଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସହ ଆଶିଷ ଲାଭ କରିବେ ଦିଦି। ଏଥିସହ ମହାପ୍ରଭୁଙ୍କ ନିକଟରେ ଥିବା ନିଜର ମାନସିକ ପୂଜା ମଧ୍ୟ କରିବେ । ଆଜି ପୁରୀ (puri) ଗସ୍ତରେ ମମତା ଆସିଥିବା ବେଳେ ଆସନ୍ତାକାଲି ଅପରାହ୍ନରେ ଶ୍ରୀମନ୍ଦିର ଯାଇ ପ୍ରାୟ ଏକ ଘଣ୍ଟା ସେଠାରେ ଅତିବାହିତ କରିବେ ବୋଲି ତାଙ୍କ କୌଳିକ ପଣ୍ଡା ତଥା ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର କହିଛନ୍ତି । ପୁରୀ ନିର୍ମାଣ ନିବାସ ଠାରେ ମମତା ଆଜି ଓ କାଲି ରାତି ଅବସ୍ଥାନ କରିବେ । ତେବେ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଗସ୍ତକୁ ନଜରରେ ରଖି ଜିଲ୍ଲା ଓ ପୋଲିସ (police) ପ୍ରଶାସନ ପକ୍ଷରୁ ପ୍ରୋଟକଲ ଅନୁଯାୟୀ ସମସ୍ତ ବ୍ୟବସ୍ଥା ସହ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜିଲ୍ଲାପାଳ ଓ ଏସପି (sp) କହିଛନ୍ତି।

ସୂଚନା ଅନୁସାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜର ମାନସିକ ପୁଜା ପାଇଁ ପୁରୀ ଗସ୍ତରେ ଆଜି ଆସିଛନ୍ତି । ତେବେ କାର୍ଯ୍ୟସୂଚୀ ଅନୁଯାୟୀ ଆସନ୍ତାକାଲି ଅପରାହ୍ନ ୩ ଟାରୁ ୪ଟା ମଧ୍ୟରେ ମମତା ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ। ପରେ ମା ଲକ୍ଷ୍ମୀ, ବିମଳା ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବାଦେବୀଙ୍କ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବେ। କୌଳିକ ପଣ୍ଡା ରାମକୃଷ୍ଣ ଦାସ ମହାପାତ୍ର ଓ ଜଗନ୍ନାଥ ସ୍ବାଇଁ ମହାପାତ୍ରଙ୍କ ସୂଚନା ଅନୁଯାୟୀ ନିଜର ମାନସିକ ପାଇଁ ମମତା ବିଭିନ୍ନ ଦେବାଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରିବେ। ପରେ ନୀଳଚକ୍ରରେ ବାନା ଲାଗି ନୀତି ଦର୍ଶନ କରିବା ପରେ ବ୍ରାହ୍ମଣ ଭୋଜନ ଅନୁଷ୍ଠିତ ହେବ। ଏଥିସହ ମମତା ବାନାର୍ଜୀଙ୍କ ପାଇଁ ଶ୍ରୀମନ୍ଦିରରେ ମହାପ୍ରସାଦ ସେବନ କରିବାର ବ୍ୟବସ୍ଥା ହୋଇଛି।

ଆସନ୍ତାକାଲି ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପହଞ୍ଚିବା ପରେ ଶ୍ରୀମନ୍ଦିର ପ୍ରଶାସନ, ଛତିଶା ନିଯୋଗ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତାଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦେବେ। ପରେ ତାଙ୍କୁ ଶ୍ରୀମନ୍ଦିର ଭିତରକୁ ପାଛୋଟି ନିଆଯାଇ ମହାପ୍ରଭୁଙ୍କ ଦର୍ଶନ କରାଇବେ। ଏହି ଅବସରରେ ମମତାଙ୍କୁ ମହାପ୍ରଭୁଙ୍କ ଖଣ୍ଡୁଆ ପାଟ, ସିରିକପଡା, ମହାପ୍ରସାଦ ଉପହାର ଭାବେ ପ୍ରଦାନ କରାଯିବ । ତାଙ୍କର ଦୀର୍ଘାୟୁ ଜୀବନ ସହ ରାଜନୀତି କ୍ଷେତ୍ରରେ ସେ ସଫଳତା ପାଆନ୍ତୁ ବୋଲି ମହାପ୍ରଭୁଙ୍କୁ ସେବକ ମାନେ ପ୍ରାର୍ଥନା କରିବେ ବୋଲି କୌଳିକ ପଣ୍ଡା କହିଛନ୍ତି ।

ତେବେ ମମତାଙ୍କ ପୁରୀ ଗସ୍ତ ଓ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହ ଅନ୍ୟାନ୍ୟ କାର୍ଯକ୍ରମ ମଧ୍ୟ ରହିଛି । ପୁରୀ ବଳିଆପଣ୍ଡା ଅଞ୍ଚଳରେ ପଶ୍ଚିମବଙ୍ଗ ସରକାରଙ୍କ ଏକ ଗେଷ୍ଟ୍ ହାଉସ ପାଇଁ ଭୂମି ଅନୁଧ୍ୟାନ କରିବା ସହ ଏକ ବୈଠକ କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ଏହି ଗେଷ୍ଟ ହାଉସ୍ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ ମଧ୍ୟ ହୋଇପାରେ । ଅପରାହ୍ନରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ମମତା । ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଓ ପ୍ରୋଟକୋଲ ଅନୁଯାୟୀ ପୁରୀ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରଯାଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ୪ ପ୍ଲାଟୁନ ପୋଲିସ ଫୋର୍ସ ସହ ୩ ଜଣ ଅତିରିକ୍ତ ଏସପି ୪ ଜଣ ଡିଏସପି ସହ ବିଭିନ୍ନ ଥାନା ଅଧିକାରୀ ମାନେ ମଧ୍ୟ ନିୟୋଜିତ ରହିବେ ।

ସେପଟେ ତାଙ୍କର ଖାଦ୍ୟ ପ୍ରସ୍ତୁତ ପାଇଁ ତାଙ୍କ ନିଜ ରୋଷେୟା ଆସିଛନ୍ତି । ସମ୍ପୂର୍ଣ୍ଣ ସାକାହାରି ଖାଦ୍ୟ ପ୍ରସ୍ତୁତ କରିବା ସହ ମହାପ୍ରସାଦ ସେବନର ବ୍ୟବସ୍ଥା ହୋଇଛି । ପୂର୍ତ୍ତ ବିଭାଗର ନିର୍ମାଣ ନିବାସ ଗେଷ୍ଟ ହାଉସରେ ସମସ୍ତ ବ୍ୟବସ୍ଥା କରାଯାଇଛି । ଗେଷ୍ଟ ହାଉସର ଦ୍ଵିତୀୟ ମହଲାର ୨୦୫ ନମ୍ବର ଭିଭିଆଇପି ରୁମରେ ରହିବେ ମମତା । ଆଉ ଗେଷ୍ଟ ହାଉସରେ ସମୁଦାୟ ୧୨ ଟି ରୁମରେ ମମତା ଓ ତାଙ୍କ ସହ ଆସିଥିବା ୪ ମନ୍ତ୍ରୀ ଓ କିଛି ସରକାରୀ ଅଧିକାରୀ ରହିବେ । ତେବେ ପ୍ରଥମ ମହଲାରେ ୧୦୧ ରୁ ୧୦୫ ପର୍ଯ୍ୟନ୍ତ ରୁମ ଓ ଉପର ମହଲାରେ ୨୦୧ ରୁ ୨୦୫ ନମ୍ବର ରୁମରେ ରହିବା ପାଇଁ ବ୍ୟବସ୍ଥା ହୋଇଛି । ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ତେବେ ମମତାଙ୍କ ରହଣୀକୁ ନେଇ ସମ୍ପୂର୍ଣ୍ଣ ଗେଷ୍ଟ ହାଉସକୁ ଧଳା କନାରେ ଆଚ୍ଛାଦିତ କରାଯାଇଛି । ଆଉ ୨୨ ତାରିଖ ୩ ଟାରେ ଅଧିକାରୀସ୍ତରୀୟ ଆଲୋଚନା ପରେ ୪ ଟାରେ ଜଗନ୍ନାଥ ମନ୍ଦିର ଯାଇ ଦର୍ଶନ କରିବା ସହ ପୂଜାପାଠ କରିବେ । ୨୩ ତାରିଖରେ ଅପରାହ୍ନ ୩ ଟାରେ ବାହାରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପାଇଁ ଭୁବନେଶ୍ବର ଯିବେ । ସାଢେ ୪ ଟାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବେ । ତାପରେ ୬ଟାରେ କୋଲକାତା ଫେରିବେ ।

ଏହି ଖବର ପଢ଼ନ୍ତୁ -  ପ୍ରେମ ଆଗରେ ହାର ମାନିଲା ଜାତି ଧର୍ମ: ହିନ୍ଦୁ ପୁଅର ହାତ ଧରିଲେ ମୁସଲମାନ ଝିଅ
Published by:Soubhagya Mishra
First published: