ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାରେ ଭାଙ୍ଗି ପଡ଼ି କଟକରେ ନବମ ଶ୍ରେଣୀର ଛାତ୍ରୀ ଜୀବନ ହାରିଲେ

ଅଷ୍ଟମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇ ନବମ ଶ୍ରେଣୀକୁ ଆସିଥିବା ସୌମ୍ୟା ରାଜ୍ ସୁଶାନ୍ତ ସିଂ ରାଜପୁତଙ୍କର ଜଣେ ବଡ଼ ଫ୍ୟାନ ଥିଲେ ବୋଲି ପରିବାର ଲୋକେ କହିଛନ୍ତି । ଘରେ କେହି ନ ଥିବା ବେଳେ ସେ ପଢ଼ା ଘର ସିଲିଂ ଫ୍ୟାନରୁ ରସି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାରେ ଭାଙ୍ଗି ପଡ଼ି କଟକରେ ନବମ ଶ୍ରେଣୀର ଛାତ୍ରୀ ଜୀବନ ହାରିଲେ
ଆତ୍ମହତ୍ୟା ସବୁ ଠାରୁ ଭୁଲ୍ ପଦକ୍ଷେପ: ସୌମ୍ୟା ରାଜ୍; (ଡାହାଣ) ସୁଶାନ୍ତ ସିଂ ରାଜପୁତ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା (Sushant Singh Rajput Suicide) ପରେ ପୁଣି ଆଉ ଏକ କଅଁଳ ଜୀବନ ଚାଲିଯାଇଛି । ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣା ଜାଣିବା ପର ଠାରୁ ଲଗାତର ଦୁଃଖରେ ରହୁଥିବା କଟକର ଜଣେ ନବମ ଶ୍ରେଣୀର ଛାତ୍ରୀ ଆତ୍ମହତ୍ୟା କରିଛି (Cuttack girl suicide) ।

ନିଜ ଘରେ ଗଳାରେ ଦଉଡ଼ି ଲଗେଇ ଜୀବନ ହାରିଥିବା ଏହି ଛାତ୍ରୀଙ୍କ ନାଁ ସୌମ୍ୟା ରାଜ୍‌ । ସେ ଯୋବ୍ରା ପାରେଶ୍ୱର ସାହିରେ ନିଜ ପରିବାର ସହ ରହୁଥିଲେ ଓ ସ୍ଥାନୀୟ ଶିଶୁ ମନ୍ଦିରରେ ନବମ ଶ୍ରେଣୀରେ ପଢ଼ୁଥିଲେ । ସୌମ୍ୟା ରାଜ୍‌ ସୁଶାନ୍ତ ସିଂ ରାଜପୁତଙ୍କର ଜଣେ ବଡ଼ ଫ୍ୟାନ ଥିଲେ ବୋଲି ତାଙ୍କ ପରିବାର ସୂତ୍ରରୁ ଜଣା ପଡ଼ିଛି । ସୁଶାନ୍ତଙ୍କ ମୃତ୍ୟୁ ହେବା ପର ଠାରୁ ସୌମ୍ୟା ମ୍ରିୟମାଣ ଅବସ୍ଥାରେ ରହୁଥିଲେ ବୋଲି କହିଛନ୍ତି ତାଙ୍କର ଜଣେ ସମ୍ପର୍କୀୟ ।

ସୌମ୍ୟାଙ୍କ ପରିବାର ଲୋକେ ଘରୁ ବାହାରକୁ ଯାଇଥିବା ବେଳେ ସେ ନିଜ ପଢ଼ା ଘରେ ଥିବା ସିଲିଂ ଫ୍ୟାନରେ ରସି ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ମାଲଗୋଦାମ ଥାନାରେ ଅଭିଯୋଗ କରିଛନ୍ତି ।

‘‘ଯେବେ ଠାରୁ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଖବର ସେ (ସୌମ୍ୟା) ଜାଣିଲା, ସେବେ ଠାରୁ ସେ ଅତି ଦୁଃଖରେ ଥିଲା । ସେ ସେହି ଆକ୍ଟରଙ୍କର ଜଣେ ବଡ଼ ଫ୍ୟାନ୍‌ ଥିଲା । ତାଙ୍କ ଘରେ ଟିଭି ବି ନ ଥିଲା । ହେଲେ ସେ ତା’ ମାଆର ସ୍ମାର୍ଟ୍‌ ଫୋନରୁ ଲଗାତର ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ବିଷୟରେ ପଢ଼ୁଥିଲା । ତା’ ଚାଲିଯିବାରୁ ପୂରା ପରିବାର ଭାଙ୍ଗି ପଡ଼ିଛି,’’ କହିଛନ୍ତି ସୌମ୍ୟାଙ୍କର ଜଣେ ସମ୍ପର୍କୀୟା ଭାଇ ।

ସୌମ୍ୟାଙ୍କ ମୃତ୍ୟୁ ଖବର ପାଇବା ପରେ ତାଙ୍କ ପରିବାର ସଦସ୍ୟ ଓ ପଡ଼ୋଶୀମାନେ


ସୌମ୍ୟା ଏହି ମାର୍ଚ୍ଚ ମାସ ଅଷ୍ଟମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇ ନବମ ଶ୍ରେଣୀକୁ ଆସିଥିଲେ । ତାଙ୍କ ଶବ ବ୍ୟବଚ୍ଛେଦ ହୋଇସାରିବା ପରେ ପରିବାରକୁ ହସ୍ତାନ୍ତର କରାଯାଇଛି । ମାଲଗୋଦାମ ପୋଲିସ ଘଟଣାର ଅନୁସନ୍ଧାନ ଆରମ୍ଭ କରି ପରିବାର ଓ ପଡ଼ୋଶୀମାନଙ୍କ ବୟାନ ନେଉଛି ।

ଏହା ପୂର୍ବରୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା (suicide) ଖବରରେ ମ୍ରିୟମାଣ ହୋଇ ବିହାରର ରାଜଧାନୀ ପାଟନାରେ (Bihar capital Patna) ଜଣେ ୧୭ ବର୍ଷୀୟା ଛାତ୍ରୀ ଟିଭିରେ ବାରମ୍ବାର ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଖବର ଦେଖିବା ପରେ ଆତ୍ମହତ୍ୟା କରିଥିଲା । ନିଜ ଦଶମ ଶ୍ରେଣୀ ପରୀକ୍ଷା ଫଳକୁ ଅପେକ୍ଷା କରିଥିବା ଇଶିକା କୁମାରୀ ନାମକ ସେହି ଛାତ୍ରୀ ଗତ ସୋମବାର ରାତିରେ ବେକରେ ନିଜ ମା’ଙ୍କ ଶାଢ଼ୀ ଲଗେଇ ସିଲିଂ ଫ୍ୟାନରୁ ଝୁଲିପଡ଼ିଥିଲା ।

ଧ୍ୟାନ ଦିଅନ୍ତୁ: ଯଦି ଆପଣ ବା ଆପଣ ଜାଣିଥିବା କୌଣସି ବ୍ୟକ୍ତି ଜୀବନରେ ଗଭୀର ଦୁଃଖ ଅନୁଭବ କରୁଛନ୍ତି, ତାହେଲେ ନିମ୍ନଲିଖିତ ଯେକୌଣସି ହେଲ୍ପଲାଇନକୁ କଲ୍‌ କରନ୍ତୁ: ଆସ୍ରା (ମୁମ୍ବାଇ) 022-27546669, ସ୍ନେହା (ଚେନ୍ନାଇ) 044-24640050, ସୁମୈତ୍ରୀ (ଦିଲ୍ଲୀ) 011-23389090, କୁଜ (ଗୋଆ) 0832- 2252525, ଜୀବନ (ଜାମସେଦପୁର) ) 065-76453841, ପ୍ରତୀକ୍ଷା (କୋଚି) 048-42448830, ମୈତ୍ରୀ (କୋଚି) 0484-2540530, ରୋଶନି (ହାଇଦ୍ରାବାଦ) 040-66202000, ଲାଇଫ୍ ଲାଇନ୍ 033-64643267 (କୋଲକାତା) ।

ଏହା ବି ପଢ଼ନ୍ତୁ: 

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଟିଭିରେ ବାରମ୍ବାର ଦେଖି ୧୭ ବର୍ଷୀୟା ଛାତ୍ରୀ ଆତ୍ମହତ୍ୟା କଲା

ଆତ୍ମହତ୍ୟା କରୁଥିବା ଲୋକେ ମରିବାକୁ ଚାହୁଁଛନ୍ତି ବୋଲି ବି ନିଶ୍ଚିତ ନ ଥାନ୍ତି; ମିଡ଼ିଆର ଭୂମିକା ମହତ୍ୱପୂର୍ଣ୍ଣ

ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ

କାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍‌

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 19, 2020, 1:28 PM IST
corona virus btn
corona virus btn
Loading