କଟକରେ ଲଜ୍ଜା! ନବମ ଶ୍ରେଣୀର ଛାତ୍ରୀଙ୍କୁ କୋଠରୀରେ ବନ୍ଦ କରି ୨୨ ଦିନ ଗଣଦୁଷ୍କର୍ମ କଲେ

ଜଗତସିଂହପୁର ଜିଲ୍ଳା ବାସିନ୍ଦା ଏହି ନାବାଳିକା ଘରେ ବାପା ମା’ଙ୍କ ମଧ୍ୟରେ ଲାଗିରହିଥିବା କଳିରେ ଅତିଷ୍ଟ ହୋଇ ଘର ଛାଡ଼ିଥିଲେ । ଦୁଇ ଯୁବକ ତାଙ୍କ ସହ ଦୁଷ୍କର୍ମ ସମୟର ଦୃଶ୍ୟକୁ ମୋବାଇଲ ଫୋନରେ ଉତ୍ତୋଳନ କରିଥିଲେ ।

କଟକରେ ଲଜ୍ଜା! ନବମ ଶ୍ରେଣୀର ଛାତ୍ରୀଙ୍କୁ କୋଠରୀରେ ବନ୍ଦ କରି ୨୨ ଦିନ ଗଣଦୁଷ୍କର୍ମ କଲେ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 14, 2020, 12:48 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଭୁବନେଶ୍ବରରେ ଜଣେ ନାବାଳିକା ସହ ଗଣଦୁଷ୍କର୍ମ ଅଭିଯୋଗକୁ ନେଇ ଚର୍ଚ୍ଚା ଥମି ନ ଥିବା ବେଳେ କଟକରେ ଏହି ଭଳି ଆଉ ଏକ ନିନ୍ଦନୀୟ ଘଟଣା ଘଟିଛି । ଜଣେ ୧୫ ବର୍ଷୀୟା ନାବାଳିକାକୁ ୨୨ ଦିନ ଧରି ଗଣଦୁଷ୍କର୍ମ କରାଯାଇଥିବା ପରି ଜଘନ୍ୟ ମାମଲା ଚାଉଳିଆଗଞ୍ଜ ଥାନାରେ ରୁଜୁ ହୋଇଛି । ପୋଲିସ ଘଟଣାର ତନାଘନା ଆରମ୍ଭ କରିଛି।

ସୋମବାର ରାତିରେ କଟକ ଗତିରାଉତ ପାଟଣାରେ ଚାଲିଥିବା ଏକ ସେକ୍ସ ରାକେଟର ସନ୍ଧାନ କରିବାକୁ ଯାଇ ସ୍ଥାନୀୟ ଅଞ୍ଚଳର ଏକ ନିକାଞ୍ଚନ ସ୍ଥାନରେ ଥିବା ଏକ ଘରୁ ପୋଲିସ ଏହି ନାବାଳିକାଟିକୁ ଉଦ୍ଧାର କରିଥିଲା । ଏହା ପରେ ପୋଲିସ ଝିଅଟିକୁ ଚାଇଲ୍ଡ ଲାଇନକୁ ହସ୍ତାନ୍ତରିତ କରିଥିଲା । ତେବେ ନାବାଳିକାଟିର ମାନସିକ ଓ ଶାରିରୀକ ସ୍ଥିତିକୁ ଦେଖି ଚାଇଲ୍ଡ ଲାଇନ କତ୍ତୃପକ୍ଷଙ୍କ ସନ୍ଦେହ ହେବା ପରେ ତାକୁ ପଚରା ଉଚରା କରାଯିବାରୁ ତା’ ପ୍ରତି ହୋଇଥିବା ପାଶବିକ ଅତ୍ୟାଚାର ବାବଦରେ ସୂଚନା ମିଳିଥିଲା ।

ପୀଡ଼ିତା ନାବାଳିକାଟି ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷାଙ୍କ ନିକଟରେ ଦେଇଥିବା ବୟାନ ମୁତାବକ ସେପ୍ଟୋମ୍ବର ୨୦ ତାରିଖ ଦିନ ସେ ଓଏମପି ବସ ଷ୍ଟାଣ୍ଡରେ ଏକାକୀ ଛିଡ଼ା ହୋଇଥିବା ବେଳେ ସନ୍ତୋଷ ବେହେରା ନାମକ ଜଣେ ଯୁବକ ତାକୁ ପ୍ରଲୋଭନ ଦେଖାଇ ଗତିରାଉତ ପାଟଣାରେ ଥିବା ଏକ କୁକୁଡ଼ା ଫାର୍ମକୁ ନେଇ ଯାଇଥିଲା । ସେଠାରେ ସନ୍ତୋଷ ସହିତ ତା’ର ରାକା ନାମକ ଆଉ ଜଣେ ବନ୍ଧୁ ତାକୁ ୨୨ ଦିନ ଧରି ଏକ କୋଠରୀରେ ବନ୍ଦ କରି ତା’ ସହ ଦୁଷ୍କର୍ମ କରିଥିଲେ ବୋଲି ସେ କହିଛି । ସେହି ସମୟର ଦୃଶ୍ୟକୁ ମୋବାଇଲ ଫୋନରେ ଉତ୍ତୋଳନ କରି ଏହି କଥା କାହା ଆଗରେ କହିଲେ ତାକୁ ମାରି ଦେବେ ଓ ସେହି ଭିଡିଓକୁ ସୋସିଆଲ ମିଡ଼ିଆରେ ଭାଇରାଲ କରି ଦେବେ ବୋଲି ଧମକ ବି ଦେଇଥିଲେ ସେମାନେ ।

କଟକ ଜିଲ୍ଳା ଚାଇଲ୍ଡ ଲାଇନର ସଂଯୋଜକ ନାରାୟଣ ଶୁକ୍ଳ


ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ନାବାଳିକା ଜଣଙ୍କର ବୟାନ ରେକର୍ଡ଼ କରିବା ପରେ ଏ ନେଇ ଥାନାରେ ଏତାଲା ଦେବା ପାଇଁ ଚାଇଲ୍ଡ ଲାଇନକୁ ନିର୍ଦ୍ଦେଶ ଦେଇଥିଲେ । ଫଳରେ ମଙ୍ଗଳବାର ରାତିରେ ଚାଇଲ୍ଡ ଲାଇନ ପକ୍ଷରୁ ଥାନାରେ ଏତାଲା ଦିଆଯାଇଥିଲା । ଥାନାରେ ହୋଇଥିବା ଏତାଲା ମୁତାବକ ଜଗତସିଂହପୁର ଜିଲ୍ଳା ବାସିନ୍ଦା ସମ୍ପୃକ୍ତ ନାବାଳିକା ଜଣକ ସ୍ଥାନୀୟ ଏକ ସ୍କୁଲରେ ନବମ ଶ୍ରେଣୀରେ ପାଠ ପଢ଼ନ୍ତି । ଘରେ ବାପା ମା’ଙ୍କ ମଧ୍ୟରେ ସବୁ ବେଳେ ଲାଗି ରହିଥିବା ଘରୋଇ କଳିରେ ଅତିଷ୍ଟ ହୋଇ ସେ ଘର ଛାଡ଼ି କଟକ ପ୍ରଫେସରପଡ଼ାରେ ରହୁଥିବା ନିଜ ଭଉଣୀ-ଭିଣୋଇଙ୍କ ପାଖକୁ ଚାଲି ଆସିଥିଲେ ।

କିନ୍ତୁ ସେଠାରେ କିଛି ଦିନ ରହିବା ପରେ ନାବାଳିକାଙ୍କର ସେଠାରେ ରହିବା ନେଇ ଭଉଣୀ ଓ ଭିଣୋଇଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା । ଭଉଣୀ ତାଙ୍କୁ ଘର ଛାଡ଼ି ଗାଁକୁ ଚାଲି ଯିବାକୁ କହିଥିଲେ । ଏହା ପରେ ସେ ଗତ ୨୨ ତାରିଖ ଦିନ ତାଙ୍କ ଘର ଛାଡ଼ି ଗାଁକୁ ଯିବା ପାଇଁ କଟକ ଓଏମପି ଛକରେ ସେ ବସକୁ ଅପେକ୍ଷା କରିଥିବା ସମୟରେ ଅଭିଯୁକ୍ତ ସନ୍ତୋଷର ଜାଲରେ ପଡ଼ିଯାଇଥିଲେ ।

“ଝିଅଟିର ଉଭୟ ମାନସିକ ଓ ଶାରିରୀକ ଅବସ୍ଥା ଭଲ ନାହିଁ । ସେ ବହୁତ ଭୟଭୀତ ଅବସ୍ଥାରେ ଅଛି । ଶିଶୁ ମଙ୍ଗଳ ଅଧିକାରୀଙ୍କ ପାଖରେ ସେ ଦେଇଥିବା ବୟାନରେ ନିଜ ପ୍ରତି ହୋଇଥିବା ଶାରୀରିକ ଓ ମାନସିକ ଅତ୍ୟାଚାର ନେଇ ବୟାନ ଦେଇଛି । ସେ ଏବେ ଆମ ହେପାଜତରେ ରହିଛି । ଆମେ ତାର ପରିବାର ଲୋକଙ୍କ ସହିତ ଯୋଗାଯୋଗ କରିବା ପାଇଁ ଜଗତସିଂପୁର ଜିଲ୍ଲା ଚାଇଲ୍ଷ ଲାଇନକୁ ଅବଗତ କରାଇଛୂ । ତା’ ଭଉଣୀ ସହିତ ମଧ୍ୟ ଯୋଗାଯୋଗ କରାଯାଉଛି,” କହିଛନ୍ତି କଟକ ଜିଲ୍ଳା ଚାଇଲ୍ଡ ଲାଇନର ସଂଯୋଜକ ନାରାୟଣ ଶୁକ୍ଳ ।

ଏହା ବି ପଢ଼ନ୍ତୁ | Video: ପୁରୁଷମାନଙ୍କ ସହ ଘଟୁଥିବା ଗ୍ୟାଙ୍ଗ୍ ରେପ୍ ଉପରେ ଆଧାରିତ ଏହି ଫିଲ୍ମ ରିଲିଜ୍‌ ହେଲା

ଏହା ବି ପଢ଼ନ୍ତୁ | କରୋନାରୁ ଆରୋଗ୍ୟ ହୋଇଥିବା ଲୋକଙ୍କ ଦେହରେ ୯୦ ଦିନ ପର୍ଯ୍ୟନ୍ତ ରହିଥାଏ ଏହି ଭାଇରସ୍

ଥାନାରେ ଏତାଲା ଦାୟର ହେବା ପରେ ଆକ୍ସନ ମୋଡକୁ ଆସିଛି କମିଶନରେଟ ପୋଲିସ । ଏହି ଘଟଣା ଘଟିଥିବା ସ୍ଥାନ ସହିତ ପୀଡ଼ିତା ଅଭିଯୁକ୍ତମାନଙ୍କର ନାଁ ନେଇଥିବାରୁ ସେମାନଙ୍କୁ ଧରିବା ପାଇଁ ଗତିରାଉତ ପାଟଣା ସହିତ କଟକ ଓ ଆଖପାଖ ଅଞ୍ଚଳରେ ଚଢ଼ାଉ ଆରମ୍ଭ କରିଛି ପୋଲିସ ।



“ଆମେ ଆଇପିସିର ଦଫା ୩୭୬ ବି, ଏ / ୩୭୬ ୨ ଏନ ଆଉ ୬ ପୋକ୍ସୋ ଦଫାରେ ଗୋଟିଏ ମାମଲା ରୁଜୁ କରିଛୁ । ପ୍ରଥମେ ସିଆରପିସିର ଧାରା ୧୬୧ରେ ପୀଡିତାଙ୍କ ବୟାନ ରେକର୍ଡ କରିବୁ । ତା’ପରେ ସିଆରପିସିର ଦଫା ୧୬୪ରେ ମାଜିଷ୍ଟ୍ରେଟଙ୍କ ସମନାରେ ତାଙ୍କ ବୟାନ ରେକର୍ଡ଼ କରାଯିବ । ତାଙ୍କ ଡାକ୍ତରୀ ମାଇନା ବି କରାଯିବ । ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଆମେ ଚଢ଼ାଉ ଆରମ୍ଭ କରିଦେଇଛୁ,” କହିଛନ୍ତି ଏହି ମାମଲାର ତଦନ୍ତ କରୁଥିବା ଚାଉଳିଆଗଞ୍ଜ ଥାନାର ଜଣେ ପୋଲିସ ଅଧିକାରୀ ।
Published by: Anand Shankar Thankur Das
First published: October 14, 2020, 12:48 AM IST
corona virus btn
corona virus btn
Loading