ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଦଶହରା ପରେ ଖୋଲିବ ଅଷ୍ଟମ ଓ ଏକାଦଶ ଶ୍ରେଣୀ; ସୂଚନା ଦେଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ

ଦଶହରା ପରେ ଖୋଲିବ ଅଷ୍ଟମ ଓ ଏକାଦଶ ଶ୍ରେଣୀ; ସୂଚନା ଦେଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ

ଦଶହରା ଛୁଟି ପରେ ରାଜ୍ୟରେ ଖୋଲିବ ଅଷ୍ଟମ ଓ ଏକାଦଶ ଶ୍ରେଣୀ। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ଦଶହରା ପରେ ଖୋଲିବ ଅଷ୍ଟମ ଓ ଏକାଦଶ ଶ୍ରେଣୀ; ସୂଚନା ଦେଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ
ଦଶହରା ଛୁଟି ପରେ ରାଜ୍ୟରେ ଖୋଲିବ ଅଷ୍ଟମ ଓ ଏକାଦଶ ଶ୍ରେଣୀ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 15, 2021, 3:26 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଦଶହରା ଛୁଟି ପରେ ରାଜ୍ୟରେ ଖୋଲିବ ଅଷ୍ଟମ ଓ ଏକାଦଶ ଶ୍ରେଣୀ। ୨୫ରୁ ଅଷ୍ଟମ ଶ୍ରେଣୀ କ୍ଲାସ୍‌ ଆରମ୍ଭ ହେବାକୁ ଥିବାବେଳେ ୨୧ରୁ ଏକାଦଶ ଶ୍ରେଣୀ କ୍ଲାସ ଆରମ୍ଭ ହେବ। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ଅଷ୍ଟମ ଓ ଏକାଦଶ ଶ୍ରେଣୀର ପାଠପଢା ଅଫ୍‌ଲାଇନ୍‌ରେ ମୋଡ୍‌ରେ କରାଯିବା ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ସୂଚନା ଦେଇଛି। ରାଜ୍ୟରେ କରୋନାର କୋପ କମିବା ପରେ ରାଜ୍ୟ ସରକାର ଦଶମ, ଦ୍ୱାଦଶ ଓ ନବମ ଶ୍ରେଣୀ ଖୋଲିଥିଲେ। ଅଗଷ୍ଟ ୧୬ରେ ବିଦ୍ୟାଳୟରେ ନବମ ଶ୍ରେଣୀ ଆରମ୍ଭ ହୋଇଥିଲା।

"ଦଶହରା ପରେ ସ୍କୁଲ ଖୋଲିବାକୁ ନିଷ୍ପତି ହୋଇଥିଲା। ବିଭାଗ ଯୋଜନା ବି କରିଥିଲା। ସେଇ ଆଧାରରେ ଅଷ୍ଟମ ଓ ଏକାଦଶ ପ୍ରଥମେ ଖୋଲୁଛୁ। ସ୍କୁଲ ପରିସର ସଫା କରିବାକୁ କୁହାଯାଇଛି। କାଲି ବି.ଇ.ଓ, ଡ଼ି.ଇ.ଓ ଙ୍କୁ ନେଇ ଏକ ବୈଠକରେ ସମସ୍ତ ସୂଚନା ଓ ଗାଇଡଲାଇନ ବିଷୟରେ ଜଣେଇବି," କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ସେହିପରି ଚଳିତ ବର୍ଷ ଜୁଲାଇ ୨୬ରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିଥିଲା। ସ୍କୁଲ ଖୋଲିବା ପୂର୍ବରୁ ଭଲ ଭାବରେ ଶ୍ରେଣୀଗୃହ ଗୁଡ଼ିକ ସାନିଟାଇଜ କରାଯାଇଥିଲା। ସାନିଟାଇଜର ଓ ଥର୍ମାଲ୍‌ ସ୍କ୍ରିନିଂ କରାଯାଇ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଭିତରକୁ ଛଡ଼ା ଯାଇଥିଲା। ସମସ୍ତ ସ୍କୁଲରେ ସାମାଜିକ ଦୂରତା ରଖି ସିଟିଂ ଆରେଞ୍ଜମେଣ୍ଟ ହୋଇଛି। ଗାଇଡ଼ଲାଇନ ଅନୁଯାୟୀ, ଦିନ ସାଢ଼େ ଗୋଟାଏ ଯାଏ କ୍ଲାସ ଚାଲିବ।

"ମୁଁ ଆଗରୁ ଅନେକ ଥର ପିଲାଙ୍କ ସ୍କୁଲ ଖୋଲିବାକୁ ସୁପାରିଶ କରିଛି। ଆଜି ଯେଉଁ ନିଷ୍ପତ୍ତି ଗଣଶିକ୍ଷା ବିଭାଗ ନେଇଛି ତାକୁ ସ୍ୱାଗତ କରୁଛି। ନଭେମ୍ବରରୁ ପ୍ରଥମରୁ ସପ୍ତମ ଶ୍ରେଣୀ ଖୋଲିବାକୁ ମୁଁ ଆଉଥରେ କହୁଛି। ଏନେଇ ବିଧିବଦ୍ଧ ଚିଠି ମଧ୍ୟ ବିଭାଗକୁ ଲେଖିବି," ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସୁଶ୍ରୀ ସଂଧ୍ୟାବତୀ ପ୍ରଧାନ ।

"ଆମେ ଦଶମ ଶ୍ରେଣୀରେ ସ୍କୁଲ ଯାଇ ପାରିଲୁନି। ଅନ୍ତତଃ ଏକାଦଶଟା ବନ୍ଦ ନ ହେଉ। ୨୧ ରୁ ସ୍କୁଲ ଖୋଲିବ ଜାଣି ଖୁବ ଖୁସି ଲାଗୁଛି। ଆମକୁ ଅଫଳାଇନ ପାଠପଢା ଅନେକ ସାହାଯ୍ୟ କରିବ,"ରମାଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏକାଦଶ ଛାତ୍ରୀ ପ୍ରଜ୍ଞା ନିବେଦିତା ।

କୋଭିଡ୍‌ ଯୋଗୁ ରାଜ୍ୟରେ ରାଜ୍ୟରେ ଅନେକ ଦିନ ଧରି ଲକଡାଉନ ଓ ସଟଡାଉନ ଲାଗୁ ହୋଇଥିଲା। ପାଖାପାଖି ୨ ବର୍ଷ ଧରି ସ୍କୁଲ ବନ୍ଦ ରହିଛି। ପିଲାମାନେ ଘରେ ରହି ଅନଲାଇନରେ ପାଠ ପଢ଼ୁଥିବା ଦେଖିବାକୁ ମିଳିଛି। କିନ୍ତୁ ଦୁର୍ଗମ ଅଞ୍ଚଳରେ ନେଟୱାର୍କ ନଥିବାରୁ ପିଲାମାନେ ଅନଲାଇନ କ୍ଲାସ କରିବା ସହଜ ହେଉନାହିଁ। ଯାହାଫଳରେ ପିଲାମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏପରି ସ୍ଥିତିରେ ସ୍କୁଲ ଖୋଲିବାକୁ ଅଭିଭାବକ ଓ ବୁଦ୍ଧିଜୀବୀ ଦାବି କରିଛନ୍ତି।
Published by: Soumya Das
First published: October 15, 2021, 3:26 PM IST