ଦଶମ ଶ୍ରେଣୀ ଛାତ୍ରୀ ୬ମାସର ଗର୍ଭବତୀ; ଅଭିଯୁକ୍ତକୁ ଗିରଫ କଲା ପୋଲିସ​

ପୁଣି ଆସିଛି ଏକ ଲଜ୍ୟାଜନକ ଖବର । ମାଲକାନାଗିରି ସଦର ବ୍ଳକରେ ଥିବା ଏକ ସରକାରୀ ଆବାସିକ ସ୍କୁଲରେ ଜଣେ ଦଶମ ଶ୍ରେଣୀର ଛାତ୍ରୀ ଗର୍ଭବତୀ ହୋଇଥିବା ସୂଚନା ମିଳିଛି ।

ଦଶମ ଶ୍ରେଣୀ ଛାତ୍ରୀ ୬ମାସର ଗର୍ଭବତୀ; ଅଭିଯୁକ୍ତକୁ ଗିରଫ କଲା ପୋଲିସ​

ଦଶମ ଶ୍ରେଣୀ ଛାତ୍ରୀ ୬ମାସର ଗର୍ଭବତୀ; ଅଭିଯୁକ୍ତକୁ ଗିରଫ କଲା ପୋଲିସ​

  • News18 Odia
  • Last Updated :
  • Malkangiri
  • Share this:
News 18 Odia Digital

ମାଲକାନଗିରି; ପୁଣି ଆସିଛି ଏକ ଲଜ୍ୟାଜନକ ଖବର । ମାଲକାନାଗିରି ସଦର ବ୍ଳକରେ ଥିବା ଏକ ସରକାରୀ ଆବାସିକ ସ୍କୁଲରେ ଜଣେ ଦଶମ ଶ୍ରେଣୀର ଛାତ୍ରୀ ଗର୍ଭବତୀ ହୋଇଥିବା ସୂଚନା ମିଳିଛି । ଘଟଣାଟି ମାଥିଲି ବ୍ଲକର ସାଉଁଳିଗୁଡ଼ା ଅଞ୍ଚଳରେ ଘଟିଥିବା ସୂଚନା ମିଳିଛି । ପରିବାର ସଦସ୍ୟଙ୍କ କହିବାନୁସାରେ ଜୁଲାଇ ୧୧ ତାରିଖ ରାତିରେ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା । ସ୍କୁଲରେ ଝିଅ ଅସୁସ୍ଥ ହେବାରୁ ଝିଅର ଘର ଲୋକଙ୍କୁ କର୍ତ୍ତୁପକ୍ଷ ଖବର ଦେଇଥିଲେ । ପରେ ସ୍ୱାସ୍ଥ୍ୟକର୍ମୀ ଝିଅଟିକୁ ମେଡିକାଲ ନେବା ପରେ ଘଟଣାଟି ଲୋକ ଲୋଚନକୁ ଆସିଥିଲା । ଘଟଣା ସମ୍ପର୍କରେ ଶିଶୁ ସୁରକ୍ଷା ବିଭାଗ ନିକଟରେ ଖବର ପହଞ୍ଚିନଥିଲା । କିଛି ସାମ୍ୱାଦିକ ଏ ସମ୍ପର୍କରେ ଶିଶୁ ସୁରକ୍ଷା ବିଭାଗକୁ ଖବର ଦେବାପରେ ଥାନାରେ କେସ୍ ହୋଇଥିଲା ଓ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା । ପରେ ଅଭିଯୁକ୍ତକୁ କୋଟ ଚାଲାଣ କରାଯାଇଛି ।

ସ୍ୱାସ୍ଥ୍ୟକର୍ମୀଙ୍କ ମତ ଅନୁଯାୟୀ ଅଭିଯୁକ୍ତ ଜଣକ ବିଦ୍ୟାଳୟରେ ଛାତ୍ରୀଙ୍କ ସହିତ ଦୈହିକ ସମ୍ପର୍କ ସ୍ଥାପନ କରିଥିଲେ । ଯାହା ଛାତ୍ରୀ ଜଣକ ସ୍ୱାସ୍ଥ୍ୟକର୍ମୀଙ୍କୁ କହିଥିବା ଜଣାପଡ଼ିଛି । ପରିବାର ଲୋକ ମଧ୍ୟ ସମାନ ଅଭିଯୋଗ କରିଥିବା ଜଣାପଡ଼ିଛି । କାରଣ ସ୍କୁଲ୍ ଛୁଟି ସମୟରେ ଛାତ୍ରୀଙ୍କର ଅନ୍ୟ କାହା ସହ ସମ୍ପର୍କ ନଥିଲା । ତେଣୁ ସ୍କୁଲ୍ ଖୋଲିବା ପରେ ଏହି ଘଟଣାଟି ଘଟିଛି । କିନ୍ତୁ ବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ ସୂଚନା ଅନୁଯାୟୀ ଛାତ୍ରୀ ଜଣକ ସ୍କୁଲ୍ ଛୁଟି ବେଳେ ନିଜ ଗାଁକୁ ଯାଇଥିଲେ ଓ ସେହି ସମୟରେ ଯୁବକଙ୍କ ସହ ଅନୈତିକ ଶାରିରୀକ ସମ୍ପର୍କ ରଖିଛନ୍ତି ।

ତେବେ, ଛାତ୍ରୀ ଜଣକ ୬ମାସର ଗର୍ଭବତୀ ହୋଇଥିବା ସ୍ୱାସ୍ଥ୍ୟକର୍ମୀ ସୂଚନା ଦେଇଛନ୍ତି ।  କିନ୍ତୁ ପୋଲିସକୁ ନଜଣାଇ ଛାତ୍ରୀଙ୍କୁ ଘର ଲୋକଙ୍କୁ ହସ୍ତାନ୍ତର କରିବା ପଛରେ କଣ ରହିଛି ରହସ୍ୟ ଏନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜିଲ୍ଲାପାଳ ମଧ୍ୟ ଘଟଣା ସମ୍ପର୍କରେ ଅବଗତ ଅଛନ୍ତି । ଆଇଟିଡିଏଙ୍କୁ ପୂରା ଘଟଣା ସମ୍ପର୍କରେ ବିସ୍ତୁତ ତଥ୍ୟ ମଗାଯାଇଛି । ସେପଟେ ପୀଡ଼ିତାଙ୍କୁ ବାଲ ସୁଧାର କେନ୍ଦ୍ରରେ ରଖାଯାଇଥିବା ପୋଲିସ ତରଫରୁ ସୂଚନା ମିଳିଛି ।
Published by:Soubhagya Mishra
First published: