ବିଧାନସଭାରେ ସଦସ୍ୟଙ୍କ ଅନୁପସ୍ଥିତିକୁ ନେଇ ମୁହାଁମୁହିଁ ହେଲେ ଶାସକ ବିରୋଧୀ

ବିଧାନସଭାରେ ସଦସ୍ୟଙ୍କ ଅନୁପସ୍ଥିତିକୁ ନେଇ ମୁହାଁ ମୁହିଁ ହୋଇଛନ୍ତି ଶାସକ-ବିରୋଧୀ। ଶୂନ୍ୟକାଳରେ କଥା କଟା କଟି ହୋଇଛନ୍ତି ବିରୋଧିଦଳ ମୁଖ୍ୟ ସଚେତକ ମୋହନ ମାଝି ଓ ବିଜେଡି ବିଧାୟକ ଅମର ଶତପଥୀ ।

ଶିକ୍ଷକ ଆନ୍ଦୋଳନ

ଶିକ୍ଷକ ଆନ୍ଦୋଳନ

  • News18 Odia
  • Last Updated :
  • New Delhi, India
  • Share this:
News18 Odia Digital

ଭୁବନେଶ୍ୱର: ବିଧାନସଭାରେ ସଦସ୍ୟଙ୍କ ଅନୁପସ୍ଥିତିକୁ ନେଇ ମୁହାଁ ମୁହିଁ ହୋଇଛନ୍ତି ଶାସକ - ବିରୋଧୀ। ଶୂନ୍ୟକାଳରେ କଥା କଟା କଟି ହୋଇଛନ୍ତି ବିରୋଧିଦଳ ମୁଖ୍ୟ ସଚେତକ ମୋହନ ମାଝି ଓ ବିଜେଡି ବିଧାୟକ ଅମର ଶତପଥୀ । ବିଧାନସଭା ବାହାରେ ଉଭୟଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି।

ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଥିଲେ ଶିକ୍ଷକଙ୍କ ଆନ୍ଦୋଳନ ଚତୁର୍ଥ ଦିନରେ ପହଞ୍ଚିଛି। ଆନ୍ଦୋଳନକୁ ଆସୁଥିବା ସମୟରେ ଦୁର୍ଘଟଣାରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି। ଅନେକ ଶିକ୍ଷକ ଆନ୍ଦୋଳନ ସ୍ଥଳରେ ଅସୁସ୍ଥ ହୋଇଛନ୍ତି। ଏଠି ମନ୍ତ୍ରୀ ନାହାନ୍ତି।ସେ କହିଛନ୍ତି ଯେ, "୧୫ ମନ୍ତ୍ରୀ ଅନୁପସ୍ଥିତ। ୫୦ ବିଧାୟକ ଅନୁପସ୍ଥିତ। ପଦ୍ମପୁର ଉପନିର୍ବାଚନ ପାଇଁ ସେଠାରେ ଅଛନ୍ତି। ନିରପେକ୍ଷ ନିର୍ବାଚନ ହୋଇପାରିବନି।"

କାଉଣ୍ଟର କରି ବିଜେଡି ଅମର ଶତପଥୀ କହିଥିଲେ ନିୟମ ଅନୁସାରେ କୌଣସି ସଭ୍ୟ ଅନ୍ୟ ସଭ୍ୟଙ୍କ ବିରୁଦ୍ଧରେ କହି ପାରିବନି। ଅଭିଯୋଗକୁ ଆଧାର କରି ନିର୍ଦ୍ଧିଷ୍ଟ ଶବ୍ଦ ବ୍ୟବହାର କରି ପାରିବେନି। କିଛି ତଦନ୍ତ ହୋଇନି। ସେ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି। ବିଧାନସଭା ବାହାରେ କହିଲେ କିଛି ସମସ୍ୟା ନାହି। କିନ୍ତୁ ଭିତରେ କହିବା ସମିଚୀନ ନୁହେଁ। ମନ୍ତ୍ରୀଙ୍କ ତରଫରୁ ଅନ୍ୟ ମନ୍ତ୍ରୀ ଗୃହରେ ଉତ୍ତର ଦେଉଛନ୍ତି। କିନ୍ତୁ ବିରୋଧୀଦଳ ନେତା ଏଠାରେ ଉପସ୍ଥିତ ନାହାନ୍ତି କହି ଟାର୍ଗେଟ କରିଛନ୍ତି ।

ବିରୋଧୀ ଦଳ ନେତା ମୋହନ ମାଝୀ ଙ୍କୁ କହିବାକୁ ଅନୁମୋଦନ କରିଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ଅମର। ବିଧାନସଭା ବାହାରେ ଉଭୟଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା। ଉଭୟ ବିଜେଡି ଓ ବିଜେପି ସଦସ୍ୟ ନିର୍ବାଚନ ରେ ବ୍ୟସ୍ତ। ବିଜେଡ଼ିର ମନ୍ତ୍ରୀ ଓ ବିଧାୟକ ମାନେ ନିର୍ବାଚନ ପ୍ରଚାରରେ ବ୍ୟସ୍ତ। ବିଜେପି ର ସଦସ୍ୟ ବି ନିର୍ବାଚନରେ ମାତିଥିବା ବେଳେ ଖୋଦ ବିରୋଧୀଦଳ ନେତା ବି ପ୍ରଚାରରେ ବୁଲୁଛନ୍ତି। ବିଧାନସଭା କିପରି ଚାଲିବ କାହାରି ଚିନ୍ତା ନାହିଁ।
Published by:Soumyashree Mishra
First published: