ଖାଲିଥିବା ଶିକ୍ଷକ ଶିକ୍ଷୟତ୍ରୀ ପଦ ପୂରଣ ଦାବିରେ ଅଭିଭାବକ ଓ ଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ

ମୋଟ ଶିକ୍ଷକ ସଂଖ୍ୟା ୪୦ ଥିବା ବେଳେ ଏବେ ମାତ୍ର ୧୭ଜଣ ଅଛନ୍ତି । ଛାତ୍ରୀ ସଂଖ୍ୟା ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ  ୮୫୦ ରହିଛି । ବର୍ତ୍ତମାନ ଶିକ୍ଷକଙ୍କ ସଂଖ୍ୟା କମ ଥିବା କାରଣରୁ ଶିକ୍ଷାଦାନରେ ଅଚଳାବସ୍ଥା ଦେଖାଦେଇଛି ।

ଖାଲିଥିବା ଶିକ୍ଷକ ଶିକ୍ଷୟତ୍ରୀ ପଦ ପୂରଣ ଦାବିରେ ଅଭିଭାବକ ଓ ଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ

ଖାଲିଥିବା ଶିକ୍ଷକ ଶିକ୍ଷୟତ୍ରୀ ପଦ ପୂରଣ ଦାବିରେ ଅଭିଭାବକ ଓ ଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ

  • News18 Odia
  • Last Updated :
  • Sambalpur, India
  • Share this:
News 18 Odia Digital

ସମ୍ୱଲପୁର; ମହିଳା ଜିଲ୍ଲାପାଳ ଅନନ୍ୟା ଦାସଙ୍କୁ ମହିଳା ଓ ଛାତ୍ରୀମାନେ ଅନୁରୋଧ କରିଛନ୍ତି । ନାରୀଶିକ୍ଷା ପାଇଁ ଉଦିଷ୍ଟ ସମ୍ବଲପୁରର ସର୍ବ ପୁରାତନ ଲେଡିଲୁଇସ ସ୍କୁଲର ଖାଲିଥିବା ଶିକ୍ଷକ ପଦବୀ ପୁରଣ କରିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ଲେଡିଲୁଇସ ସ୍କୁଲର ଛାତ୍ରୀ ଓ ଅଭିଭାବକ ।

ସମ୍ବଲପୁର ଜିଲ୍ଲା ତଥା ପଶ୍ଚିମ ଓଡ଼ିଶାର ଅନ୍ୟତମ ସର୍ବ ପୁରାତନ ବାଳିକା ହାଇସ୍କୁଲ ଭାବରେ ପରିଚିତ ଲେଡିଲୁଇସ ବାଳିକା ଉଚ୍ଚ ବିଦ୍ୟାଳୟ । ଏହି ଉଚ୍ଚ ବିଦ୍ୟାଳୟରେ ମୋଟ ଶିକ୍ଷକ ସଂଖ୍ୟା ୪୦ ଥିବା ବେଳେ ଏବେ ମାତ୍ର ୧୭ଜଣ ଅଛନ୍ତି । ଛାତ୍ରୀ ସଂଖ୍ୟା ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ  ୮୫୦ ରହିଛି । ବର୍ତ୍ତମାନ ଶିକ୍ଷକଙ୍କ ସଂଖ୍ୟା କମ ଥିବା କାରଣରୁ ଶିକ୍ଷାଦାନରେ ଅଚଳାବସ୍ଥା ଦେଖାଦେଇଛି । ତେବେ ବିଦ୍ୟାଳୟରେ ଖାଲି ପଡିଥିବା ଶିକ୍ଷକ ପଦବୀ ପୁରଣ ପାଇଁ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି ଅଭିଭାବକ । ବର୍ତ୍ତମାନ ଲେଡିଲୁଇସ ବାଳିକା ଉଚ୍ଚ ବିଦ୍ୟାଳୟରେ ୧୦ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ବରିଷ୍ଠ ପଦୋନ୍ନତି ଓ ବଦଳି ପରେ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ମଧ୍ୟ ସ୍ଥାନାନ୍ତର କରାଯାଇଛି । ତେବେ ନୂତନ ପ୍ରଧାନ ଶିକ୍ଷକଙ୍କ ନିଯୁକ୍ତି ଓ ଖାଲିଥିବା ଶିକ୍ଷକ ଶିକ୍ଷୟତ୍ରୀ ପଦ ପୂରଣ ଦାବିରେ ଅଭିଭାବକ ଓ ଛାତ୍ରୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।  ଛାତ୍ରୀମାନେ ହାତରେ ପ୍ଲାକାର୍ଡ କରି ଶିକ୍ଷକ ବଦଳିକୁ ପ୍ରତିବାଦ କରିଥିବା ବେଳେ ଅଭିଭାବକମାନେ ସ୍କୁଲର ମୁଖ୍ୟ ଫାଟକରେ ତାଲା ପକାଇ ଏହି ସମସ୍ୟାର ଶୀଘ୍ର ସମାଧାନ କରିବା ପାଇଁ ଦାବି କରିଥିଲେ ।

‘‘ ଆମ ସ୍କୁଲରେ ଶିକ୍ଷକ ଓ ଶିକ୍ଷୟତ୍ରୀ କମ ଅଛନ୍ତି ଯାହା ଫଳରେ ଆମକୁ ପାଠ ପଢିବାରେ ଅସୁବିଧା ହେଉଛି । ବର୍ତ୍ତମାନ ସ୍କୁଲକୁ ନୂତନ ପ୍ରଧାନ ଶିକ୍ଷକ ନଦେଇ ପୂର୍ବତନ ପ୍ରଧାନ ଶିକ୍ଷକଙ୍କୁ ବଦଳି କରାଯାଇଛି । ତେଣୁ ଶୀଘ୍ର ଏହି ସମସ୍ୟାର ସମାଧାନ କରାଯାଉ ବୋଲି ଲେଡିଲୁଇସ ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀ ତୃପ୍ତିମୟୀ ସାହୁ କହିଛନ୍ତି । ସେହିପରି ’’‘‘ ସ୍କୁଲରେ ବହୁ ମାସ ହେଲା ଲାଗି ରହିଥିବା ଶିକ୍ଷକ ଅଭାବ ଓ ପ୍ରଧାନ ଶିକ୍ଷକଙ୍କ ବଦଳି ସ୍ଥଗିତ କରିବା ସମସ୍ୟାର ସମାଧାନ କରିବା ପାଇଁ ପ୍ରଶାସନ କୌଣସି ପଦକ୍ଷେପ ନେଉ ନାହିଁ । ତେଣୁ ବାଧ୍ୟ ହୋଇ ଆମେ ମାନେ ସ୍କୁଲର ମୁଖ୍ୟ ଫାଟକରେ ତାଲା ପକେଇଥିଲୁ ବୋଲି ଅଭିଭାବକ ପୁଷ୍ପାଞ୍ଜଳୀ ଦାଶ କହିଛନ୍ତି ।

’’ତେବେ ପଦୋନ୍ନତି ହୋଇ ବଦଳି ହୋଇଥିବା ଥିବା  ୧୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ସ୍ଥାନରେ ଶୀଘ୍ର ନୂତନ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ଦିଆଯିବ । ଏଥି ସହ ଯୁଯୋମୁରା ବଳଦି ହୋଇଥିବା ପ୍ରଧାନ ଶିକ୍ଷକଙ୍କ ସେଠାରେ ଯୋଗଦାନ କରିବା ପରେ ଲେଡିଲୁଇସ ବାଳିକା ଉଚ୍ଚ ବିଦ୍ୟାଳୟର ଦାଇତ୍ୱରେ ମଧ୍ୟ ରହିବେ ବୋଲି ସମ୍ବଲପୁର ଏ.ଡି.ଇଓ ମୂରଲିଧର ବେହେରା ସୂଚନା ଦେଇଛନ୍ତି । ତେବେ ଖାଲି ପଡିଥିବା ଶିକ୍ଷକ ପଦବି ପୁରଣ ନ ହେଲେ ଆଗକୁ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଅଭିଭାବକମାନେ ଚେତାବନୀ ଦେଇଛନ୍ତି ।
Published by:Soubhagya Mishra
First published: