ମିଠା ସାମଗ୍ରୀ ଓ ବିକ୍ରୀ ପ୍ୟାକେଟ ଉପରେ Expired Date ରହିବା ନେଇ ଦାବି

ସବୁ ପ୍ରକାର ମିଠା ପାଇଁ expire date ଲେଖାଯିବ ଦରକାର ବୋଲି ଉଠୁଛି ଦାବି। ବିଭାଗୀୟ ଅଧିକାରୀ ଏ ନେଇ ନିୟମିତ ଯାଞ୍ଚ କରିବା ଜରୁରୀ।

ମିଠା ସାମଗ୍ରୀ ଓ ବିକ୍ରୀ ପ୍ୟାକେଟ ଉପରେ Expired Date ରହିବା ନେଇ ଦାବି

ମିଠା ସାମଗ୍ରୀ ଓ ବିକ୍ରୀ ପ୍ୟାକେଟ ଉପରେ Expired Date ରହିବା ନେଇ ଦାବି

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀର ପ୍ୟାକେଟ ଉପରେ ଯେଭଳି expire date ଲେଖାଯାଉଛି ସେହିଭଳି ବିଭିନ୍ନ ପ୍ରକାର ମିଠା ସାମଗ୍ରୀ ଓ ବିକ୍ରୀ ପ୍ୟାକେଟ ଉପରେ expired date ବା କେତେଦିନ ଭିତରେ ବ୍ୟବହାର କରାଯିବା ଦରକାର ସେ ସମ୍ପର୍କିତ ସୂଚନା ରହିବା ଦରକାର। ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ବିଶେଷ କରି ଏହି ପ୍ରସଙ୍ଗକୁ ବିଏମସି ଗୁରୁତ୍ୱ ଦେଇ ବିଭିନ୍ନ ଅଞ୍ଚଳରେ ନମୂନା ପରଖୁଥିବା କାରଣରୁ ଏହାକୁ ନେଇ ଆରମ୍ଭ ହୋଇଛି ବିତର୍କ।

ବିଶେଷ କରି ବଜାରରେ ଉପଲବ୍ଧ ବିଭିନ୍ନ ପ୍ରକାର ମିଠାର ବ୍ୟବହାର ତାରିଖ  ଉଲ୍ଲେଖ ପ୍ରସଙ୍ଗକୁକୁ ନେଇ ରାଜଧାନୀ ଭୁବନେଶ୍ବରରେ ଭିନ୍ନ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି। ବିଭିନ୍ନ ପରିଚିତ ମିଠା ଦୋକାନରେ ଏହାକୁ ନେଇ ସଚେତନତା ଥିବା ବେଳେ ଆବଶ୍ୟକ ସ୍ଥଳେ ଏହା ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ମିଠା ବ୍ୟବସାୟୀମାନେ ନିଜ ମତ ରଖିଛନ୍ତି।

ଭୁବନେଶ୍ୱର ସହୀଦ ନଗରସ୍ଥିତ ପ୍ରେମ ସୁଇଟ୍ସ ଷ୍ଟଲର ମୁଖ୍ୟ ପରିଚାଳକ ପ୍ରମୋଦ କୁମାର ପୃଷ୍ଟିଙ୍କ ସୂଚନା ଅନୁସାରେ, ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଭଳି ମିଠା ମଧ୍ୟ ଏକ ଖାଦ୍ୟ ସାମଗ୍ରୀ। ସିଧାସଳଖ ଏହା ମଣିଷର ସ୍ୱାସ୍ଥ୍ୟ ସମସ୍ୟା ସହିତ ଜଡ଼ିତ। ତେଣୁ ସବୁ ପ୍ରକାର ମିଠା ପାଇଁ expire date ଲେଖାଯିବ ଦରକାର। ବିଭାଗୀୟ ଅଧିକାରୀ ଏ ନେଇ ନିୟମିତ ଯାଞ୍ଚ କରିବା ଜରୁରୀ। ନିୟମ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ  କରାଯିବା ଆବଶ୍ୟକ।

ସଚେତନ ଗ୍ରାହକ ମାନେ ମଧ୍ୟ ଏହି ନିୟମ କଡାକଡି ହେବା ଉଚିତ ବୋଲି କହିଛନ୍ତି। ଗ୍ରାହକମାନେ ବି ଏଭଳି ସୂଚନା ରହିବା ଉଚିତ ବୋଲି କହିଛନ୍ତି। ଭୁବନେଶ୍ୱର ବାସିନ୍ଦା ଗୁରୁ ବ୍ରତ ପଟ୍ଟନାୟକ କହିଛନ୍ତି ଯେ, ଲୋକମାନେ ସାଧାରଣ ଭାବେ ବିଭିନ୍ନ ପ୍ରକାର ମିଠା କିଣିବା ସମୟରେ ଏହାର expire date ଦେଖିନଥାନ୍ତି। କିନ୍ତୁ ଏହାକୁ ଗୁରୁତ୍ୱ ଦିଆଯିବା ଦରକାର। କେବଳ ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷ ନୁହଁନ୍ତି, ସବୁ ଭୁବନେଶ୍ୱର ବାସିନ୍ଦା ଏନେଇ ସଚେତନ ହେବା ଜରୁରୀ। ବିଶେଷ ଭାବରେ ବିଭିନ୍ନ ପୂଜା ପାର୍ବଣ ସମୟରେ ଏନେଇ ସମସ୍ତେ ସଚେତନ ରହିବା ଦରକାର।

ତେବେ ରାସ୍ତା କଡରେ ବିକ୍ରୀ ହେଉଥିବା ବ୍ୟବସାୟୀ ମାନଙ୍କ ମତରେ ଯେହେତୁ ମିଠା ଦିନକରେ ବିକ୍ରୀ ହେଉଛି ଯେଉଁ କାରଣରୁ ଏଭଳି expire date ଦରକାର ନାହିଁ।
Published by:Soumya Das
First published: