ରାଜରାସ୍ତାରେ ପାଇକଙ୍କ ଶକ୍ତି ପ୍ରଦର୍ଶନ; ପାରମ୍ପରିକ ପାଇକ ଆଖଡା ଖେଳରେ କମ୍ପିଲା ଜନପଥ

ଏ ପ୍ରସଙ୍ଗରେ କେନ୍ଦ୍ର ସରକାର ପୁନର୍ବିଚାର କରିବା ସହ ବରୁଣେଇ ପାଦ ଦେଶରେ ପାଇକ ବିଦ୍ରୋହ ସ୍ମାରକୀ ଲାଗି ବିନା ମୂଲ୍ୟରେ ଜମି ଯୋଗାଇବାକୁ ରାଜ୍ୟ ସରକାରଙ୍କୁ ଦାବି କରିଥିଲେ ୨୦୦ ପାଇକ ଆଖଡା ସଙ୍ଗଠନ ।

ରାଜରାସ୍ତାରେ ପାଇକଙ୍କ ଶକ୍ତି ପ୍ରଦର୍ଶନ

ରାଜରାସ୍ତାରେ ପାଇକଙ୍କ ଶକ୍ତି ପ୍ରଦର୍ଶନ

  • Share this:
News18 Odia Digital

ଭୁବନେଶ୍ବର: ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧିନତା ସଂଗ୍ରାମ ମାନ୍ୟତା ଦାବିରେ ଶୁକ୍ରବାର ଓଡ଼ିଶା ବୀର ମହାସଙ୍ଘ ପକ୍ଷରୁ ଆୟୋଜିତ ସ୍ବତନ୍ତ୍ର ଭାବେ ହଜାର ହଜାର ପାଇକ ଖୋର୍ଦ୍ଧା ବରୁଣେଇ ପୀଠରୁ ଭୁବନେଶ୍ବର ପର୍ଯ୍ୟନ୍ତ ଶୋଭାଯାତ୍ରା କରି ପ୍ରତିବାଦ କରିଥିଲେ । ରାଜ୍ୟର ସମସ୍ତ ଜିଲ୍ଲାରୁ ପ୍ରାୟ ୨୦୦ ପାଇକ ଆଖଡା ସଙ୍ଗଠନ ଯୋଗ ଦେଇ ରାଜରାସ୍ତାରେ ସେମାନଙ୍କ ପାରମ୍ପରିକ ବେଶଭୂଷା ସହ ଆସ୍ତ୍ରଶସ୍ତ୍ର ଧରି କଳା ପ୍ରଦର୍ଶନ କରିଥିଲେ ।

ଏ ପ୍ରସଙ୍ଗରେ କେନ୍ଦ୍ର ସରକାର ପୁନର୍ବିଚାର କରିବା ସହ ବରୁଣେଇ ପାଦ ଦେଶରେ ପାଇକ ବିଦ୍ରୋହ ସ୍ମାରକୀ ଲାଗି ବିନା ମୂଲ୍ୟରେ ଜମି ଯୋଗାଇବାକୁ ରାଜ୍ୟ ସରକାରଙ୍କୁ ଦାବି କରିଥିଲେ । ଗର୍ଜିଲେ ପାଇକ, ଦେଖାଇଲେ ଶକ୍ତି। ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦେବାକୁ ଦାବି । ଏହି ଦାବିରେ ଶୁକ୍ରବାର ଖୋର୍ଦ୍ଧା ବରୁଣେଇ ପିଠରୁ ହଜାର ହଜାର ପାଇକ ବିଶାଳ ପାଇକ ମେଳି କରି ଶୋଭାଯାତ୍ରା କରିଥିଲେ । ସାରା ରାଜ୍ୟରେ ଥିବା ପ୍ରାୟ ୨୦୦ ପାଇକ ସଙ୍ଗଠନ ଏକତ୍ରିତ ହୋଇ ବିଶାଳ ଶୋଭାଯାତ୍ରାରେ ଭୁବନେଶ୍ୱର ପହଞ୍ଚି ରାଜରାସ୍ତାରେ ସେମାନଙ୍କୁ ଶକ୍ତି ପ୍ରଦର୍ଶନ କରିଥିଲେ ।

ବରୁଣେଇଙ୍କ ନିକଟରେ ପୂଜା କରିବା ସହ ଶୋଭାଯାତ୍ରାରେ ଖୋର୍ଦ୍ଧା ସହର ପରିକ୍ରମା କରିବା ପରେ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରୁ ୟୁନିଟ ୩ ପଦର୍ଶନୀ ପଡ଼ିଆ ପର୍ଯ୍ୟନ୍ତ ସମରକଳା ପ୍ରଦର୍ଶନ କରିଥିଲେ । ସେମାନଙ୍କ ପାରମ୍ପାରିକ ବେଶଭୂଷା ସହ ଖଣ୍ଡା ଓ ବାଡ଼ି ଖେଳ ଓ ହାତରେ ଅସ୍ତ୍ରଶସ୍ତ୍ର, ପାଇକ ବେଶ ଧରି ନାରା ବାଜି ଦେଇଥିଲେ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯିବା ସହିତ ପାଇକ ସଙ୍ଗଠନକୁ ପ୍ରଥମ ସ୍ୱାଧୀନତାର ମନ୍ୟତା ପାଇଁ ଆଉ ଏକ ସଂଗ୍ରାମ ଆରମ୍ଭ ହୋଇଥିବା ସଙ୍ଘ ପକ୍ଷରୁ କୁହାଯାଇଛି।

ପାରମ୍ପରିକ ପାଇକ ଆଖଡା ଖେଳରେ କମ୍ପିଲା ଜନପଥ


"ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦେବାକୁ ଆମର ଦାବି। ପାଇକ ସ୍ମାରକୀ ସ୍ଥାପନ ଜାଗାକୁ ବିନା ମୂଲ୍ୟରେ ଯୋଗାଇ ଦେବା ଆମର ଦାବି। ପାଇକମାନେ ସଂଗ୍ରାମ କରିଛନ୍ତି, ମୂଲ୍ୟ କାହିଁକି ମିଳିବ ନାହିଁ। ଏ ଲଢ଼େଇ ସେଇଥିପାଇଁ। ଆମେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଆଜି ଆମର ଏକ ଝଲକ ଦେଖେଇଛୁ। ଆଗାମୀ ଦିନରେ ଜୋରଦାର ହେବ," କହିଥିଲେ ଓଡ଼ିଶା ବୀର ମହାସଙ୍ଘର ସାଧାରଣ ସମ୍ପାଦକ ଦିଲ୍ଲୀପ ଶ୍ରୀଚନ୍ଦନ ।

ରାଜଧାନୀ ରାଜରାସ୍ତାରେ ଆଖଡ଼ା ସହ ମାଷ୍ଟରକ୍ୟାଣ୍ଟିନରୁ ବାହାରି ରାମ ମନ୍ଦିର ପର୍ଯ୍ୟନ୍ତ ପ୍ରତିବାଦ ରାଲି ଆଉ ତା'ପରେ ପ୍ରତିବାଦ ସଭା କରାଯାଇଥିଲେ । ତେବେ ୧୮୧୭ ପାଇକ ବିଦ୍ରୋହକୁ ସ୍ଵାଧୀନତା ସଂଗ୍ରାମ ମାନ୍ୟତା ଦାବିରେ ସଭିଏଁ ଏହି ସଂଗ୍ରାମ କରିଥିଲେ । କେନ୍ଦ୍ରକୁ ପୁନର୍ବିଚାର ପାଇଁ ଦାବି କରିବା ସହ ପାଇକ ବିଦ୍ରୋହର ମୂକ ସାକ୍ଷୀ ବରୁଣେଇ ପାଦ ଦେଶରେ ପାଇକ ବିଦ୍ରୋହ ସ୍ମାରକୀ ପାଇଁ ବିନା ମୁଲ୍ୟରେ ଜମି ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି । ତେବେ ଦାବି ପୂରଣ ନହେଲେ ଦିଲ୍ଳୀରେ ଯାଇ ପ୍ରତିବାଦ କରିବେ ବୋଲି ମହାସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି।

"୧୮୧୭ ପାଇକ ବିଦ୍ରୋହକୁ ଆଜି ଯାଏ କାହିଁକି ସ୍ବାଧୀନତା ସଂଗ୍ରାମ ଆଖ୍ୟା ମିଳିନି। କାହିଁକି ରାଜ୍ୟ ସରକାର ଚୁପ ଅଛନ୍ତି। ଏ ଆନ୍ଦୋଳନ ପଲ୍ଲୀରୁ ଆରମ୍ଭ ହେଇଛି ଦିଲ୍ଲୀ ପର୍ଯ୍ୟନ୍ତ ଯିବ। ତୁରନ୍ତ ଏ ପାଇକ ଜାତିର ଦାବି ସରକାର ମାନନ୍ତୁ ଓ କାର୍ଯ୍ୟକାରୀ କରନ୍ତୁ," କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ।

ରାଜରାସ୍ତାରେ ପାଇକଙ୍କ ଶକ୍ତି ପ୍ରଦର୍ଶନ


ତେବେ ପୂର୍ବରୁ ବିଧାନସଭାରେ ଏହାକୁ ନେଇ ହଟ୍ଟଗୋଳ ଆଉ ଏବେ ଖୋଦ ପାଇକ ପିଲାରୁ ବୟସ୍କ ସଭିଏଁ ଏକତିତ୍ର ହୋଇ ରଣକୌଶଳ ମାଧ୍ୟମରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଦାବି ଜଣାଇଥିଲେ ।
Published by:Lipina Das
First published:
)}