ବ୍ରହ୍ମପୁରରେ ବଢ଼ୁଛି ଗ୍ରୀଷ୍ମ ପ୍ରବାହ; ଅଚଳ ଓ୍ବାଟର ଏଟିଏମ କାର୍ଯ୍ୟକ୍ଷମ ପାଇଁ ଉଠୁଛି ଦାବି

ବ୍ରହ୍ମପୁର ସହରରେ ଏବେ ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବଢ଼ିବାରେ ଲାଗିଛି । କିନ୍ତୁ ସହରରେ ରହିଥିବା ଓ୍ବାଟର ଏଟିଏମ ଗୁଡ଼ିକ ଅଚଳ ହୋଇ ପଡ଼ିରହିଛି । ଖୁବଶୀଘ୍ର ଏହି ଓ୍ବାଟର ଏଟିଏମ ଗୁଡ଼ିକୁ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି ସହରବାସୀ ।

ଅଚଳ ଓ୍ବାଟର ଏଟିଏମ କାର୍ଯ୍ୟକ୍ଷମ ପାଇଁ ବ୍ରହ୍ମପୁରବାସୀ ଦାବି କରୁଛନ୍ତି (ପ୍ରତୀକାତ୍ମକ ଛବି)

ଅଚଳ ଓ୍ବାଟର ଏଟିଏମ କାର୍ଯ୍ୟକ୍ଷମ ପାଇଁ ବ୍ରହ୍ମପୁରବାସୀ ଦାବି କରୁଛନ୍ତି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଏବେ ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବଢ଼ିବାରେ ଲାଗିଛି । ଯାହାକୁ ନେଇ ସହରବାସୀ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି । କିନ୍ତୁ ସହରରେ ରହିଥିବା ଓ୍ବାଟର ଏଟିଏମ ଗୁଡ଼ିକ ଅଚଳ ହୋଇ ପଡ଼ିରହିଛି । ସହରବାସୀଙ୍କ ସମେତ ସହରକୁ ଆସୁଥିବା ଲୋକଙ୍କୁ ସ୍ବଚ୍ଛା ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ନିଗମ ପକ୍ଷରୁ ଏଭଳି ଓ୍ବାଟର ଏଟିଏମ୍‌ ବ୍ୟବସ୍ଥା କରାଯାଇଥିଲା । ଖୁବଶୀଘ୍ର ଏହି ଓ୍ବାଟର ଏଟିଏମ ଗୁଡ଼ିକୁ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି ସହରବାସୀ ।

୨୦୧୮ ମସିହାରେ ସହରରେ ତିନୋଟି ଓ୍ବାଟର ଏଟିଏମ ସ୍ଥାପନ କରାଯାଇଥିବା ବେଳେ ମାତ୍ର କିଛି ମାସ ଚାଲିବା ପରେ ବନ୍ଦ ହୋଇ ପଡ଼ିରହିଛି । ବର୍ତ୍ତମାନ ଖରାର ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ନିଗମ ପକ୍ଷରୁ ଜଳଛତ୍ର ଖୋଲାଯାଇନଥିବା ଯୋଗୁଁ

ଏପ୍ରିଲ ପହିଲାରୁ ହିଁ ବ୍ରହ୍ମପୁରରେ ଆରମ୍ଭ ହୋଇଯାଇଛି ଗ୍ରୀଷ୍ମ ପ୍ରବାହ । ସକାଳ ୧୦ଟା ହୋଇଗଲେ ବାହାରକୁ ବାହାରିବା ଏକ ପ୍ରକାରର କଷ୍ଟକର ହୋଇପଡ଼ୁଛି ।ଗ୍ରୀଷ୍ମ ପ୍ରବାହ ଏତେ ବଢ଼ିଥିବା ବେଳେ ବର୍ତ୍ତମାନ ସୁଦ୍ଧା ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ହୋଇପାରିନାହିଁ ଜଳଛତ୍ର ।

‘‘ଏହି ଓ୍ବାଟର ଏଟିଏମ ଦ୍ବାରା ସହରବାସୀଙ୍କଠାରୁ ଆରମ୍ଭ କରି ବାହର ସହର ଓ ଜିଲ୍ଲାରୁ ଆସୁଥିଲେ ଲୋକେ ଶୁଦ୍ଧ ପାନୀୟ ଜଳ ପାଉଥିଲେ । ଏହାଛଡ଼ା ଓ୍ବାଟର ଏଟିଏମରେ ମାତ୍ର ପାଞ୍ଚ ଟଙ୍କା ଏକ ଲିଟର ବିଶୁଦ୍ଧ ପାଣି ପିଇବାକୁ ମିଳୁଥିଲା । ଯେଉଁମାନେ ବୋତଲ ସାଥିରେ ଧରି ନ ଆସିଥିଲେ ମଧ୍ୟ ସେମାନଙ୍କୁ ବୋତାଲ ମାଧ୍ୟମରେ ପାଣି ଯୋଗାଇ ଦିଆଯାଉଥିଲା । କିନ୍ତୁ ବର୍ତ୍ତମାନ ଓ୍ବାଟର ଏଟିଏମ ବନ୍ଦ ହୋଇ ପଡ଼ିଥିବା ଯୋଗୁଁ ଶୁଦ୍ଧ ପାନୀୟ ଜଳ ଟିକକ ପାଇଁ ଟଙ୍କା ଖର୍ଚ୍ଚ କରି ପିଇବାକୁ ପଡ଼ୁଛି,‘‘କହିଛନ୍ତି ବ୍ରହ୍ମପୁର ବାସିନ୍ଦା ସୁଦେଶ ପାତ୍ର ।

‘‘କମ ମୂଲ୍ୟରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଲକ୍ଷ୍ୟ ନେଇ କରାଯାଇଥିବା ଓ୍ବାଟର ଏଟିଏମ ବର୍ତ୍ତମାନ ଖତ ଖାଉଛି । ଓ୍ବାଟର ଏଟିଏମ ଗୁଡ଼ିକ ଯଦି ଠିକ୍‌ ଭାବେ ରକ୍ଷଣାବେକ୍ଷଣ କରାଯାଇଥାନ୍ତା ତେବେ ଏହା ସହରବାସୀଙ୍କ ନିମନ୍ତେ ବେଶ ଉପଯୋଗୀ ହୋଇଥାନ୍ତା । ଏହାଛଡ଼ା ବର୍ତ୍ତମାନ ଖରାର ମାତ୍ରା ବଢ଼ିଥିବା ଯୋଗୁଁ ସହରରେ ଜଳଛତ୍ର ଖୋଲାଯାଇନଥିବା ବେଳେ ଖୁବଶୀଘ୍ର ଏହି ଓ୍ବାଟର ଏଟିଏମକୁ କାର୍ଯ୍ୟକ୍ଷମ କରାଇଲେ ଲୋକେ ଉପକୃତ ହୋଇପାରନ୍ତେ କହିଛନ୍ତି,‘‘ ବ୍ରହ୍ମପୁର ବାସିନ୍ଦା ଟୁନା ପାଣିଗ୍ରାହୀ ।

‘‘ଓ୍ବାଟର ଏଟିଏମ ଗୁଡ଼ିକରେ କିଛି ଯାନ୍ତ୍ରିକ ତୃଟି ରହିଛି । ତେଣୁ ଏହା ବନ୍ଦ ହୋଇ ପଡ଼ିରହିଛି । ଖୁବଶୀଘ୍ର ଏହି ଓ୍ବାଟର ଏଟିଏମ ଗୁଡ଼ିକୁ କାର୍ଯ୍ୟକ୍ଷମ କରାଯିବା ନିମନ୍ତେ ପଦକ୍ଷେପ ନିଆଯିବ । ଯାହାଫଳରେ ପୂର୍ବ ଭଳି ଏଟିଏମ ଗୁଡ଼ିକ କାମ କରିବା ସହିତ ଲୋକେ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ,"କହିଛନ୍ତି ବିଏମସି କମିଶନର ସିଦ୍ଧେଶ୍ବର ବଳିରାମ ବନ୍ଦୋର ।

ବର୍ତ୍ତମାନ ଧିରେ ଧିରେ ଖରାର ତାପମାତ୍ରା ବଢ଼ୁଥିବା ବେଳେ ଖୁବଶୀଘ୍ର ଏହି ଓ୍ବାଟର ଏଟିଏମ ଗୁଡ଼ିକୁ କାର୍ଯ୍ୟକ୍ଷମ କରାଇଲେ କେବଳ ଯେ ସହରବାସୀ ଉପକୃତ ହେବେ ତାହା ନୁହେଁ ବରଂ ସହରକୁ ଆସୁଥିବା ଲୋକେ ବି ଉପକୃତ ହେବା ସହିତ ଆର୍ଥିକ ଖର୍ଚ୍ଚରୁ ବଞ୍ଚିତ ହୋଇପାରିବେ ।
Published by:Soumya Das
First published: