ଯୁକ୍ତ ୨ କଳା ଓ ଧନ୍ଦାମୂଳକ ଫଳାଫଳ
News 18 Odia Digital
ଭୁବନେଶ୍ୱର: ପୂର୍ବ ଘୋଷଣା ଅନୁଯାୟୀ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଓଡିଶା ଅଗଷ୍ଟ ୮,୨୦୨୨ ରେ ଯୁକ୍ତ ୨ କଳା ଓ ଧନ୍ଦାମୂଳକ ଫଳାଫଳ ଘୋଷଣା କରିବ। ସିଏଚ୍ଏସ୍ଇ ଅଧିକାରୀଙ୍କ ଅନୁଯାୟୀ, ଯୁକ୍ତ ୨ କଳା ଓ ଧନ୍ଦାମୂଳକ ଫଳାଫଳ ଅପରାହ୍ନ ୪ ଟାରେ ପ୍ରକାଶ ପାଇବ। ଭୁବନେଶ୍ୱରର ସିଏଚ୍ଏସ୍ଇ କାର୍ଯ୍ୟାଳୟରେ ଫଳାଫଳ ଘୋଷଣା କରାଯିବ। ପରୀକ୍ଷାର୍ଥୀ orissaresults.nic.in ଓ chseodisha.nic.in କୁ ଭିଜିଟ କରି ନିଜର ରୋଲ ନମ୍ବର ଓ ଆବଶ୍ୟକୀୟ ତଥ୍ୟ ଦେଇ ପରୀକ୍ଷା ଫଳ ଚେକ୍ କରିପାରିବେ । ଏନେଇ ସିଏଚ୍ଏସ୍ଇ କାର୍ଯ୍ୟାଳୟ ସୂଚନା ଦେଇଛି ।
ଚଳିତବର୍ଷ କଳାରେ ୨ ଲକ୍ଷ ୧୩ ହଜାର ୪୩୨ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଧନ୍ଦାମୂଳକ ଶିକ୍ଷାରେ ୫ହଜାର ୮୬୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ଦୁଇଟି ଢାଞ୍ଚାରେ ମାର୍କିଂ କରାଯାଇଛି । ଚଳିତବର୍ଷ ଛାତ୍ରଛାତ୍ରୀମାନେ ଭଲ ରେଜଲ୍ଟ କରିଥିବେ ବୋଲି ଆଶା ରଖିଛନ୍ତି । ଗତ ଜୁଲାଇ ୨୭ ତାରିଖରେ ବିଜ୍ଞାନ ଓ ବାଣିଜ୍ୟ ଫଳ ପ୍ରକାଶ ପାଇଥିଲା । ବିଜ୍ଞାନରେ ୯୪ ପ୍ରତିଶତ ଓ ବାଣିଜ୍ୟରେ ୮୯ ପ୍ରତିଶତ ରେଜଲ୍ଟ ହୋଇଥିଲା
ଏହାପୂର୍ବରୁ, CHSE ଜୁଲାଇ ୨୭ ରେ ଯୁକ୍ତ ୨ ବିଜ୍ଞାନ ଏବଂ ବାଣିଜ୍ୟ ଷ୍ଟ୍ରିମର ଫଳାଫଳ ଘୋଷଣା କରିଥିଲା। ବାଣିଜ୍ୟ ଏବଂ ବିଜ୍ଞାନରେ ପାସ୍ ପ୍ରତିଶତ ଯଥାକ୍ରମେ ୯୪.୧୨ ଏବଂ ୮୯ ପ୍ରତିଶତ ରହିଥିଲା।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।