ପ୍ରକାଶ ପାଇଲା ଯୁକ୍ତ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ
- News18 Odia
- Last Updated :
- Odisha (Orissa)
News18 Odia Digital
ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ । କଳାରେ ୮୨.୧୦ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ସେହିପରି ଧନ୍ଦାମୂଳକ ବିଷୟରେ ୭୦.୩୫ ପ୍ରତିଶତ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି। ଅପରାହ୍ନ ୪ଟାରେ ଭୁବନେଶ୍ବରସ୍ଥିତ ପରିଷଦ କାର୍ଯ୍ୟାଳୟରେ ସିଏଚ୍ଏସ୍ଇ ଅଧ୍ୟକ୍ଷ ଅଶ୍ବିନୀ ମିଶ୍ର ପରୀକ୍ଷା ଫଳ ଘୋଷଣା କରିଛନ୍ତି।
ଚଳିତ ବର୍ଷ କଳାରେ ୨ ଲକ୍ଷ ୧୩ ହଜାର ୪୩୨ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଧନ୍ଦାମୂଳକ ଶିକ୍ଷାରେ ୫ହଜାର ୮୬୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ଦୁଇଟି ଢାଞ୍ଚାରେ ମାର୍କିଂ କରାଯାଇଛି । ଚଳିତବର୍ଷ ଛାତ୍ରଛାତ୍ରୀମାନେ ଭଲ ରେଜଲ୍ଟ କରିଥିବେ ବୋଲି ଆଶା ରଖିଛନ୍ତି । ଗତ ଜୁଲାଇ ୨୭ ତାରିଖରେ ବିଜ୍ଞାନ ଓ ବାଣିଜ୍ୟ ଫଳ ପ୍ରକାଶ ପାଇଥିଲା । ବିଜ୍ଞାନରେ ୯୪ ପ୍ରତିଶତ ଓ ବାଣିଜ୍ୟରେ ୮୯ ପ୍ରତିଶତ ରେଜଲ୍ଟ ହୋଇଥିଲା
ଏହାପୂର୍ବରୁ, CHSE ଜୁଲାଇ ୨୭ ରେ ଯୁକ୍ତ ୨ ବିଜ୍ଞାନ ଏବଂ ବାଣିଜ୍ୟ ଷ୍ଟ୍ରିମର ଫଳାଫଳ ଘୋଷଣା କରିଥିଲା। ବାଣିଜ୍ୟ ଏବଂ ବିଜ୍ଞାନରେ ପାସ୍ ପ୍ରତିଶତ ଯଥାକ୍ରମେ ୯୪.୧୨ ଏବଂ ୮୯ ପ୍ରତିଶତ ରହିଥିଲା।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।