• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ପ୍ରକାଶ ପାଇଲା +୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ: ୮୯ ପ୍ରତିଶତ ଛାତ୍ରଛାତ୍ରୀ କରିଛନ୍ତି ପାସ୍; ଏଥର ବି ବାଜି ମାରିରେ ଛାତ୍ରୀ

ପ୍ରକାଶ ପାଇଲା +୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ: ୮୯ ପ୍ରତିଶତ ଛାତ୍ରଛାତ୍ରୀ କରିଛନ୍ତି ପାସ୍; ଏଥର ବି ବାଜି ମାରିରେ ଛାତ୍ରୀ

କଳାରେ ପାସ ହାର ୮୯.୪୯ ପ୍ରତିଶତ ଓ ଧନ୍ଦାମୂଳକରେ ୮୬.୦୨ ପ୍ରତିଶତ ରହିଛି। କଳାରେ ରେଗୁଲାର ଛାତ୍ରଛାତ୍ରୀଙ୍କ ପାସ ହାର ୯୮.୮୫ ପ୍ରତିଶତ ରହିଥିବା ବେଳେ ଏକ୍ସ-ରେଗୁଲାଇ ପାସ ହାର ରହିଛି ୨୬.୮୧ପ୍ରତିଶତ।

ପ୍ରକାଶ ପାଇଲା ଯୁକ୍ତ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ

ପ୍ରକାଶ ପାଇଲା ଯୁକ୍ତ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ

  • Share this:
News18 Odia Digital

ଭୁବନେଶ୍ବର: ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ । ବିକଳ୍ପ ମୂଲ୍ୟାୟନ ଆଧାରରେ ବାହାରିଲା ପରୀକ୍ଷା ଫଳ । ବାଲେଶ୍ବର ଜିଲ୍ଲାରେ ସର୍ବାଧିକ ପାସ ହାର ରହିଥିବା ବେଳେ ସର୍ବନିମ୍ନରେ ନବରଙ୍ଗପୁର ଜିଲ୍ଲା ରହିଛି।କଳାରେ ପାସ ହାର ୮୯.୪୯ ପ୍ରତିଶତ ଓ ଧନ୍ଦାମୂଳକରେ ୮୬.୦୨ ପ୍ରତିଶତ ରହିଛି। କଳାରେ ରେଗୁଲାର ଛାତ୍ରଛାତ୍ରୀଙ୍କ ପାସ ହାର ୯୮.୮୫ ପ୍ରତିଶତ ରହିଥିବା ବେଳେ ଏକ୍ସ-ରେଗୁଲାଇ ପାସ ହାର ରହିଛି ୨୬.୮୧ପ୍ରତିଶତ।

କଳାରେ ୮୫.୯୮% ଛାତ୍ର ପାସ କରିଥିବାବେଳେ ଛାତ୍ରୀମାନେ ୯୨.୩୪ ସହ ଛତ୍ରଙ୍କୁ ମାତ୍ ଦେଇଛନ୍ତି । ସେଥି ମଧ୍ୟରୁ ଏସ.ସି. ଛାତ୍ରଛାତ୍ରୀମାନେ ୮୬.୩୭ ପ୍ରତିଶତ ଓ ଏସ.ଟି. ଛାତ୍ରଛାତ୍ରୀ ୮୬.୪୩ ପ୍ରତିଶତ ନମ୍ବର ରଖୀ ପାସ ହୋଇଛନ୍ତି।

ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ୩୦,୬୮୫ ଜଣ, ଦ୍ବିତୀୟ ଶ୍ରେଣୀରେ ୪୬,୫୬୩ ଓ ତୃତୀୟ ଶ୍ରେଣୀରେ ୧ ଲକ୍ଷ ୧୯ ହଜାର ୫୦୫ ଜଣ । ୯୦ ପ୍ରତିଶତରୁ ଉର୍ଦ୍ଧ୍ବ ୯୫ ଜଣ ପିଲା ନମ୍ବର ରଖିଛନ୍ତି ।

ଧନ୍ଦାମୂଳକ ୮୬.୦୨ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ ହୋଇଛନ୍ତି। ଛାତ୍ରଙ୍କ ପାସ ହାର ୮୩.୮୫ ପ୍ରତିଶତ ରହିଥିବା ବେଳେ ୮୮.୪ ପ୍ରତିଶତ ଛାତ୍ରୀ ପାସ କରିଛନ୍ତି । ରେଗୁଲାରରେ ପାସ ହୋଇଛନ୍ତି ୯୯.୧୬ ପ୍ରତିଶତ ଛାତ୍ରଛାତ୍ରୀ । ଏକ୍ସ ରେଗୁଲାର ସେ ପାସ ହୋଇଛନ୍ତି ୩୫.୩୯ ପ୍ରତିଶତ। ପ୍ରଥମ ଶ୍ରେଣୀରେ ୧,୦୭୬, ଦ୍ୱିତୀୟରେ ୧,୮୩୬ ଓ ତୃତୀୟରେ ୨,୨୧୯ ଛାତ୍ରଛାତ୍ରୀ ପାସ କରିଛନ୍ତି।

୮୯ ପ୍ରତିଶତ ଛାତ୍ରଛାତ୍ରୀ କରିଛନ୍ତି ପାସ୍


ଗତବର୍ଷ ତୁଳନାରେ ଚଳିତ ବର୍ଷ ପରୀକ୍ଷା ଫଳ ବେଶ୍ ଭଲ ହୋଇଛି। ତେବେ ରାଜ୍ୟରେ କଳା ବିଷୟରେ ବାଲେଶ୍ବରରେ ସର୍ବାଧିକ ୯୫.୨୯ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଆଉ ସର୍ବନିମ୍ନ ନବରଙ୍ଗପୁରରେ ୮୦.୯୧ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ।

www.orissaresult.nic.inରେ ନିଜର ଫଳ ଜାଣିପାରିବେ ଓ ନିଜର ମାର୍କ ସିଟ୍ ଡାଉନଲୋଡ଼ କରିପାରିବେ । ପ୍ରତ୍ୟେକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସାମସ-ଇ-ସ୍ପେସରେ ଉପଲବ୍ଧ ହେବ ରେଜଲ୍ଟ। ୦୬୭୪ ୨୩୦୧୦୯୮ରୁ ହେଲ୍ପ ଲାଇନ ନମ୍ବରରୁ ଆବଶ୍ୟକୀୟ ସୂଚନା ପରୀକ୍ଷାର୍ଥୀ ମାନେ ପାଇପାରିବେ । ରେଜଲ୍ଟରେ କୌଣସି ତ୍ରୁଟି ଥିଲେ ଅଗଷ୍ଟ ୨୩ ତାରିଖ ସୁଦ୍ଧା ନିଜ କଲେଜର ପ୍ରିନ୍ସିପାଲଙ୍କ ପାଖରେ ପ୍ରମାଣ ସହ ଅଭିଯୋଗ ଦାଖଲ କରିପାରିବେ । ଯେଉଁ ପରୀକ୍ଷାର୍ଥୀ ମାନେ ମାର୍କରେ ସନ୍ତୁଷ୍ଟ ନାହାନ୍ତି ସେମାନେ ଇଛା କଲେ ପୁଣି ଥରେ ପରୀକ୍ଷା ଦେଇପାରିବେ । ଅଫଲାଇନ୍ ମୋଡ଼ରେ ପରୀକ୍ଷା ସମ୍ପର୍କରେ ବିଶେଷ ସୂଚନା ଓ ବିଜ୍ଞପ୍ତି ଆସନ୍ତା ୨୧ ତାରିଖ ସୁଧା ପ୍ରକାଶ କରାଯିବ ।

ଏହି ଅବସରରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି, ‘‘କୋରୋନା କାଳରେ ପରୀକ୍ଷା ଫଳ ଆମେ ନିର୍ଦ୍ଧାରିତ ସମୟରେ ପ୍ରକାଶ କରିଛୁ। କଳାରେ ରେଜଲ୍ଟ ବେଶ୍ ଭଲ ହୋଇଛି ଅର୍ଥାତ ଯେଉଁ ବିକଳ୍ପ ମୂଲ୍ୟାୟନ ବ୍ୟବସ୍ଥାକୁ ଆଧାର କରି ମୂଲ୍ୟାୟନ କରିବା ପାଇଁ ନିଷ୍ପତ୍ତି ହୋଇଥିଲା ସେହି ଆଧାରରେ ଆମେ ସଫଳ ହୋଇଛୁ। ଆଶା ପିଲାମାନେ ଖୁସି ହେବେ ନଚେତ ପରବର୍ତୀ ସମୟରେ ଅଫଲାଇନ ପରୀକ୍ଷା ଦେଇପାରିବେ ।’’

ଚଳିତ ବର୍ଷ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଯୁକ୍ତ୨ପରୀକ୍ଷାକୁ ବାତିଲ କରାଯାଇଥିଲା। ପରେ ବିକଳ୍ପ ମୂଲ୍ୟାୟନ ଅର୍ଥାତ୍ ଦଶମ ଶ୍ରେଣୀ ଆଧାରରେ ମୂଲ୍ୟାଙ୍କନ କରାଯାଇଛି। ତେବେ ଏହା ପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ ଏ ବର୍ଷ ଯୋଜନା କରୁଛି ସି.ଏଚ.ଏସ.ଇ.।

ସି ଏଚ ଏସ ଇ ଅଧ୍ୟକ୍ଷ ଗଙ୍ଗାଧର ସାହୁ କହିଛନ୍ତି, ‘‘ବର୍ଷ ତମାମ କିଭଳି ପିଲା ପାଠ ପଢ଼ି ବିଭିନ୍ନ ପରୀକ୍ଷା ଦେବେ ଓ ଆସିମେଣ୍ଟ ହେବ ସେ ବ୍ୟବସ୍ଥା କରାଯାଉଛି। ଯଦି ଭୟାବହ ପରିସ୍ଥିତିରେ ପରୀକ୍ଷା ବାତିଲ ହୁଏ ତେବେ ଏହି ଆସେସମେଣ୍ଟ ଆଧାରରେ ପିଲାଙ୍କ ରେଜଲ୍ଟ ବାହାରିବ। ଖୁବ ଶୀଘ୍ର ଏନେଇ ବୈଠକ ବସି ଏହାର ରୂପ ରେଖ ସ୍ଥିର ହେବ ।’’
Published by:Lipina Das
First published: