ଆଜିଠୁ ରାଜ୍ୟରେ ଆରମ୍ଭ ହେଲା +୨ ନାମଲେଖା ଆବେଦନ ପ୍ରକ୍ରିୟା; SAMS ପ୍ରୋର୍ଟାଲରେ ଅନଲାଇନ୍ ଉପଲବ୍ଧ ଫର୍ମ

ସେପ୍ଟେମ୍ବର ୧୩ ଦିନ ୧୧.୩୦ରେ ପ୍ରକାଶ ପାଇବ ପ୍ରଥମ ମେରିଟ ଲିଷ୍ଟ। ପ୍ରଥମ ସିଲେକ୍ସନରେ ନାମଲେଖା ପାଇଁ ମନୋନୀତ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ପ୍ରକାଶ କଟ୍ ଅଫ୍ ମାର୍କ। ସେପ୍ଟେମ୍ବର ୧୪ରୁ ୨୧ ତାରିଖ ପର୍ଯ୍ୟନ୍ତ ହେବ ପ୍ରଥମ ପର୍ଯ୍ୟାୟ ନାମାଲେଖା।

ଆଜିଠୁ ରାଜ୍ୟରେ ଆରମ୍ଭ ହେଲା +୨ ନାମଲେଖା ଆବେଦନ ପ୍ରକ୍ରିୟା

ଆଜିଠୁ ରାଜ୍ୟରେ ଆରମ୍ଭ ହେଲା +୨ ନାମଲେଖା ଆବେଦନ ପ୍ରକ୍ରିୟା

  • Share this:
News18 Odia Digital

ଭୁବନେଶ୍ବର: ଆଜିଠୁ ଆରମ୍ଭ ହେବ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା। ଦିନ ୧୧ ଠାରୁ ଖୋଲିଲା ସାମସ ପୋର୍ଟାଲ। www.samsodisha.gov.in, ଯେଉଁଥିରେ ଉପଲବ୍ଧ ହେବ ଫର୍ମ। ଆସନ୍ତା କାଲି ତଥା ଶୁକ୍ରବାର ଠାରୁ ନେଇ ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅନଲାଇନ୍ ମାଧ୍ୟମରେ କରିପାରିବେ ଆବେଦନ। ଦିନ ୧୧ ଟାରୁ ଉପଲବ୍ଧ ହେବ ଫର୍ମ। ସେପ୍ଟେମ୍ବର ରାତି ୧୧:୪୫ ରେ ବନ୍ଦ ହେବ ପୋର୍ଟାଲ।

ସେପ୍ଟେମ୍ବର ୧୩ ଦିନ ୧୧.୩୦ରେ ପ୍ରକାଶ ପାଇବ ପ୍ରଥମ ମେରିଟ ଲିଷ୍ଟ। ପ୍ରଥମ ସିଲେକ୍ସନରେ ନାମଲେଖା ପାଇଁ ମନୋନୀତ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ପ୍ରକାଶ କଟ୍ ଅଫ୍ ମାର୍କ। ସେପ୍ଟେମ୍ବର ୧୪ରୁ ସେପ୍ଟେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ହେବ ପ୍ରଥମ ପର୍ଯ୍ୟାୟ ନାମାଲେଖା।

ସେପ୍ଟେମ୍ବର ୨୭ ଅପରାହ୍ନ ୪ଟାରେ ପ୍ରକାଶ ପାଇବ ଦ୍ଵିତୀୟ ମେରିଟ ଲିଷ୍ଟ ବା କଟ ଅଫ ମାର୍କ। ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ହେବ ଦ୍ଵିତୀୟ ପର୍ଯାୟ ନାମାଲେଖା। ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ ନାମଲେଖା। ଦୁଇ ପର୍ଯ୍ୟାୟ ଆଡ଼ମିଶନ ପରେ ବଳକା ସିଟ୍ ତାଲିକା ଓ ସ୍ପଟ ଆଡ଼ମିଶନ ପାଇଁ ମେରିଟ୍ ଲିଷ୍ଟ ଅକ୍ଟୋବର ୪ ତାରିଖ ଦିନ ୨ଟାରେ ପ୍ରକାଶ ପାଇବ ।

ଆଜିଠୁ ରାଜ୍ୟରେ ଆରମ୍ଭ ହେଲା +୨ ନାମଲେଖା ଆବେଦନ ପ୍ରକ୍ରିୟା


ଯେଉଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନେ ନାମଲେଖାଇବାକୁ ଆଗ୍ରହୀ ଥିବେ ସେମାନେ ଅକ୍ଟୋବର ୪ ଓ ୫ ତାରିଖରେ ପଞ୍ଜିକରଣ କରିବେ ସ୍ପଟ୍ ଆଡ଼ମିଶନ ପାଇଁ। ଅକ୍ଟୋବର ୫ ସନ୍ଧ୍ୟା ୫ଟାରେ ସ୍ପଟ୍ ଆଡ଼ମିଶନ ପାଇଁ ମେରିଟ ଲିଷ୍ଟ ପ୍ରକାଶ ପାଇବ। ମନୋନୀତ ଛାତ୍ରଛାତ୍ରୀ ଅକ୍ଟୋବର ୭ ତାରିଖରେ ନାମ ଲେଖାଇ ପାରିବେ । ଅକ୍ଟୋବର ୮ ତାରିଖ ସୁଦ୍ଧା ସରିବ ନାମାଲେଖା ପ୍ରକ୍ରିୟା।

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଉଭୟ ବି.ଏସ.ଇ., ସି.ବି.ଏସ.ଇ. ଓ ଆଇ.ସି.ଏସ.ଇ. ବୋର୍ଡ଼ରୁ ସଂଖ୍ୟାଧିକ ଛାତ୍ରଛାତ୍ରୀ ପାସ୍ କରିଥିବାରୁ ରାଜ୍ୟରେ ଥିବା ୨୦୩୬ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରାୟ ୫୫,୦୦୦ ସିଟ୍ ବୃଦ୍ଧି କରାଯାଇଛି।

ପିଲାମାନଙ୍କର ସିଟ୍ ପାଇବାରେ ଯେଉଁଭଳି ଅସୁବିଧା ନ ହୁଏ ତାକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଛି। ସାରା ରାଜ୍ୟରେ ୫୪,୯୦୦ ସିଟ୍ ବୃଦ୍ଧି କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ମୋଟ ୭୨,୦୦୦ ସିଟ ବୃଦ୍ଧି ନେଇ ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଆବେଦନ ହୋଇଥିଲା। କଳାରେ ୪୦, ୦୦୦ର ସିଟ୍ ବୃଦ୍ଧି ନେଇ ଆବେଦନ ହୋଇଥିବା ବେଳେ ୩୮,୦୦୦ ସିଟ୍ ବୃଦ୍ଧି ନେଇ ଅନୁମତି ମିଳିଛି।

ବିଜ୍ଞାନରେ ୨୫,୦୦୦ ସିଟ୍ ପାଇଁ ଆବେଦନ ହୋଇଥିବା ବେଳେ ୧୩,୦୦୦ ଓ ବାଣିଜ୍ୟରେ ୪୦,୦୦୦ ସିଟ୍ ପାଇଁ ଆବେଦନ ହୋଇଛି । ଯାହାକୁ ଦଷ୍ଟିରେ ରଖାଯାଇ ୩,୯୦୦ ସିଟ ବୃଦ୍ଧି କରାଯାଇଛି। ପୂର୍ବରୁ ୪ ଲକ୍ଷ ୪୩ ହଜାର ୩୫୪ ସିଟ୍ ଥିବାବେଳେ ବର୍ତ୍ତମାନ ସଂଖ୍ୟା ପଞ୍ଚିଛି ୪ ଲକ୍ଷ ୯୮ହଜାର ୨୫୪ରେ।

ପିଲାଙ୍କ ଆଡ଼ମିଶନ ପାଇଁ କୌଣସି ମତେ ସିଟ ଅଭାବ ହେବ ନାହିଁ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି। ସେହିଭଳି କୋଭିଡ ପାଇଁ ନାମଲେଖା ଫି କୌଣସି ସ୍ଥାନରେ ବୃଦ୍ଧି କରାଯିବ ନାହିଁ ।

ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, "ମୁଖ୍ୟ ମନ୍ତ୍ରୀଙ୍କ ପରାମର୍ଶ ଯେ ରାଜ୍ୟରେ ବର୍ତ୍ତମାନ କୋଭିଡ ସ୍ଥିତିକୁ ଲକ୍ଷ କରି କୌଣସି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନାମଲେଖା ଫି ବଢ଼ାଇବେ ନାହିଁ। ଗତବର୍ଷ ଯେଉଁ ଭଳି ଯେତିକି ଫି ରହିଥିଲା ସେଇ ଆଧାରରେ ଆଡ଼ମିଶନ ହେବ। ଏହା ଉଭୟ ସରକାରୀ, ବେ-ସରକାରୀ ଓ ସେଲ୍ଫ ଫାଇନାନ୍ସିଂ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପାଇଁ ଲାଗୁ ହୋଇଛି ।

ସେପ୍ଟେମ୍ବର ୧୫ ତାରିଖରୁ ଯୁକ୍ତ ୨ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହୋଇପାରେ ବୋଲି ପୂର୍ବରୁ ସୂଚନା ଦିଆଯାଇଥିଲା ।
Published by:Lipina Das
First published: