ପୁରୀ ମହୋଦଧିରେ ସହିଦ ରାଣାପ୍ରତାପ ଦାସଙ୍କ ଚିତାଭସ୍ମ ବିସର୍ଜନ କଲେ ଚିନ୍ମୟୀ କିନ୍ନର

Chinmayi Kinnar puts martyr's ashes in Puri ocean | ଦିବଙ୍ଗତ ସି.ଡି.ଏସ୍. ଜେନେରାଲ ବିପିନ ରାୱତଙ୍କ ଫଟୋ ଓ ଓଡ଼ିଆ ସେନାଧିକାରୀ ରାଣାପ୍ରତାପ ଦାସଙ୍କ ଚିତାଭସ୍ମ ଧରି ତାଳଚେରରୁ ଦୀର୍ଘ ଛଅ ଦିନ ପାଦରେ ଚାଲି ଚାଲି ଆସିଥିଲେ କିନ୍ନର ଚିନ୍ମୟୀ ଦାସ ।

ଚିନ୍ମୟୀ କିନ୍ନରଙ୍କୁ ଅନେକ ସ୍ଥାନରେ ସମ୍ବର୍ଦ୍ଧନା କରାଯାଇଥିଲା ।

ଚିନ୍ମୟୀ କିନ୍ନରଙ୍କୁ ଅନେକ ସ୍ଥାନରେ ସମ୍ବର୍ଦ୍ଧନା କରାଯାଇଥିଲା ।

  • Share this:
News18 Odia Didital

ପୁରୀ: ଦିବଙ୍ଗତ ସି.ଡି.ଏସ୍‌. ଜେନେରାଲ୍‌ ବିପିନ ରାୱତଙ୍କ ଫଟୋ ଓ ସହିଦ ରାଣା ପ୍ରତାପ ଦାସଙ୍କ ଜନ୍ମମାଟି ଅନୁଗୁଳରୁ କିଛି ମାଟି ସହ ତାଙ୍କ ଚିତାଭସ୍ମ ନେଇ ତାଳଚେରରୁ ପୁରୀ ପର୍ଯ୍ୟନ୍ତ ପଦଯାତ୍ରାରେ ଆସି ପୁରୀରେ ପହଞ୍ଚିଛନ୍ତି କିନ୍ନର ଚିନ୍ମୟୀ ଦାସ । ପୁରୀରେ ବଡ଼ଦାଣ୍ଡ ଦେଇ ମହୋଦଧି କୂଳ ପର୍ଯ୍ୟନ୍ତ ପଦଯାତ୍ରା କରି ସେ ଏହି ଚିତାଭସ୍ମ ଓ ମାଟିକୁ ମହୋଦଧିରେ ବିସର୍ଜନ କରିଛନ୍ତି ।

ତାମିଲ ନାଡୁରେ ବାୟୁ ସେନାର ହେଲିକାପ୍ଟର ଦୁର୍ଘଟଣାରେ ସହିଦ ହୋଇଥିବା ସି.ଡି.ଏସ୍‌. ବିପିନ ରାୱତ ସହ ତାଳଚେର କୃଷ୍ଣଚନ୍ଦ୍ରପୁରର ରାଣା ପ୍ରତାପ ଦାସ ମଧ୍ୟ ସହିଦ ହୋଇଥିଲେ । ତାଳଚେରରୁ ଛଅ ଦିନ ପାଦରେ ଚାଲିଚାଲି ଶ୍ରୀକ୍ଷେତ୍ରରେ ପହଞ୍ଚିଥିଲେ ୪୫ ବର୍ଷୀୟା କିନ୍ନର ଚିନ୍ମୟୀ ଦାସ । ବଡ଼ଦାଣ୍ଡରେ ପତିତପାବନଙ୍କୁ ଦର୍ଶନ କରି ସ୍ୱର୍ଗଦ୍ୱାରରେ ଚିତାଭସ୍ମ ବିସର୍ଜନ କରିଥିଲେ ସେ ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

‘‘ପୂର୍ବରୁ ଥରେ ପୁରୀ ଆସିଥିବା ବେଳେ ସି.ଡି.ଏସ୍‌. ଜେନେରାଲ୍‌ ବିପିନ ରାୱତ ଓ କୃଷ୍ଣଚନ୍ଦ୍ରପୁର ତାଳଚେରର ଓଡ଼ିଆ ସହିଦ ରାଣା ପ୍ରତାପ ଦାସ ମହାପ୍ରଭୁଙ୍କୁ ଆଉ ଥରେ ଆସି ଦର୍ଶନ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ତାହା ଆଉ ସମ୍ଭବ ହୋଇ ନ ଥିଲା। ଏହି ଦୁଇ ଜଣ ହେଲିକପ୍ଟର୍‌ ଦୁର୍ଘଟଣାରେ ସହିଦ ହୋଇଯାଇଥିଲେ । ତେଣୁ ଏହି ଦୁଇ ସହିଦଙ୍କ ଅମର ଆତ୍ମାଙ୍କ ସଦଗତି ଓ ସେମାନଙ୍କ ଇଚ୍ଛା ପୂରଣ କରିବାକୁ ମୁଁ ଚେଷ୍ଟା କରିଛି,’’ କହିଛନ୍ତି ଚିନ୍ମୟୀ ।

ବିପିନ ରାୱତଙ୍କ ଫଟୋ ଓ ରାଣା ପ୍ରତାପ ଦାସଙ୍କ ଚିତାଭସ୍ମ ସହ ଚିନ୍ମୟୀ କିନ୍ନର


ଏହା ବି ପଢ଼ନ୍ତୁ | New Labour Code: ଆସନ୍ତା ବର୍ଷରୁ ଦେଶର ସବୁ କର୍ମଚାରୀମାନେ ସପ୍ତାହରେ ଦିନ କାମ କରିବେ

ସି.ଡି.ଏସ୍‌. ଜେନେରାଲ ବିପିନ ରାୱତ ଓ ଓଡ଼ିଆ ସେନାଧିକାରୀ ରାଣାପ୍ରତାପ ଦାସ ପୂର୍ବରୁ ପୁରୀ ଆସିଥିଲେ ଓ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ପୁଣି ଦର୍ଶନ ପାଇଁ ଆସିବେ ବୋଲି ଇଛା ପ୍ରକାଶ କରିଥିଲେ ବୋଲି କହିଛନ୍ତି ରାୱତଙ୍କ କୌଳିକ ପଣ୍ଡା ତଥା ସେବାୟତ ।

ଏହା ବି ପଢ଼ନ୍ତୁ | ଦୁଇଟି ମାଙ୍କଡ଼ ପ୍ରତିଶୋଧ ନେଲେ; ପାଖାପାଖି ୨୦୦ଟି କୁକୁରଛୁଆଙ୍କୁ ନିର୍ମମ ଭାବେ ହତ୍ୟା କଲେ

ସହିଦ ରାଣା ପ୍ରତାପ ଚିନ୍ମୟୀ ଦାସଙ୍କ ପଡୋଶୀ ଥିଲେ । ତାଙ୍କ ଚିତାଭସ୍ମ ଧରି ପଦଯାତ୍ରା ଆରମ୍ଭ କରିଥିଲେ ଚିନ୍ମୟୀ । ସେ ପୁରୀର ବାଟମଙ୍ଗଳାରେ ପହଞ୍ଚିବା ପରେ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ସେ ସିଂହଦ୍ୱାରରେ ପ୍ରାଥନା କରି ସ୍ୱର୍ଗଦ୍ୱାର ମହୋଦଧିରେ ଜେନେରାଲ ରାୱତଙ୍କ ଫଟୋଚିତ୍ର ଓ ରାଣାପ୍ରତାପଙ୍କ ଚିତାଭସ୍ମ ବିଧି ବିଧାନରେ ବିସର୍ଜନ କରିଥିଲେ । ତାଙ୍କୁ ଏଥିରେ ସମସ୍ତେ ସହଯୋଗ କରାଯାଇଥିଲା ବୋଲି କହିଛନ୍ତି ସ୍ୱେଚ୍ଛାସେବୀ ଗଜେନ୍ଦ୍ର ସେନାପତି ।

ଏହା ବି ପଢ଼ନ୍ତୁ | ଏବେ Aadhaar ନମ୍ବର୍ଯୋଡ଼ାଯିବ Voter Id ସହିତ; Election Laws Amendment Bill ପାସ୍ ହେଲା

‘‘ହେଲିକପ୍ଟର ଦୁର୍ଘଟଣାରେ ଓଡ଼ିଶାର ସହିଦ ଗୃପ୍‌ କମାଣ୍ଡର୍‌ ରାଣା ପ୍ରତାପ ଦାସଙ୍କ ଚିତାଭସ୍ମକୁ ଶ୍ରୀକ୍ଷେତ୍ରର ମହୋଦଧିରେ ବିସର୍ଜନ କରିବା ପାଇଁ ସହିଦଙ୍କ ଗ୍ରାମର ଜଣେ ସାଥି ଚିନ୍ମୟୀ ଦାସ ଅପା ଦୀର୍ଘ ଛଅ ଦିନ ପାଦରେ ଚାଲିଚାଲି ତାଳଚେରରୁ ଆସି ପୁରୀରେ ପହଞ୍ଚି ରାଣାପ୍ରତାପଙ୍କ ଚିତାଭସ୍ମକୁ ଓ ବିପିନ ରାୱତଙ୍କ ଫଟୋକୁ ମହୋଦଧିରେ ବିସର୍ଜନ କରି ଅନ୍ୟମାନଙ୍କ ପାଇଁ ଆଦର୍ଶ ସୃଷ୍ଟି କରିଛନ୍ତି,’’ କହିଛନ୍ତି ସ୍ୱେଚ୍ଛାସେବୀ ସଙ୍ଗଠନ ‘ଉର୍ଜାବାନ୍‌ ଓଡି଼ଶା’ର ଆବାହିକା ନିହାରିକା ତ୍ରିପାଠୀ ।
Published by:Anand S.T. Das
First published: