ଚିଲିକାରେ ହେବ ଦେଶର ସବୁଠାରୁ ବଡ଼ ରୋପ ୱେ; ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଲାଗିବ ପର୍ଯ୍ୟଟକଙ୍କ ଭିଡ଼

ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମାଆ କାଳିଜାଇ ମନ୍ଦିରକୁ ସଂଯୋଗ କରିବା ଲାଗି ନିର୍ମାଣ ହେବ ଦେଶର ସବୁଠାରୁ ବଡ଼ ରୋପ ୱେ ।

ଚିଲିକାରେ ହେବ ଦେଶର ସବୁଠାରୁ ବଡ଼ ରୋପ ୱେ; ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଲାଗିବ ପର୍ଯ୍ୟଟକଙ୍କ ଭିଡ଼

ଚିଲିକାରେ ହେବ ଦେଶର ସବୁଠାରୁ ବଡ଼ ରୋପ ୱେ; ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଲାଗିବ ପର୍ଯ୍ୟଟକଙ୍କ ଭିଡ଼

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀ; ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମାଆ କାଳିଜାଇ ମନ୍ଦିରକୁ ସଂଯୋଗ କରିବା ଲାଗି ନିର୍ମାଣ ହେବ ଦେଶର ସବୁଠାରୁ ବଡ଼ ରୋପ ୱେ । ଚିଲିକାରେ ରୋପ ୱେ ପ୍ରୋଜେକ୍ଟ ନେଇ ପାରିକୁଦ ରାଜା ସାହେବ ସନ୍ତୋଷ ଚନ୍ଦ୍ର ଦେଓ ସ୍ୱାଗତ କରିଵା ସହ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ସାଧୁବାଦ ଦେଇଛନ୍ତି । କାଳିଜାଇରୁ କୃଷ୍ଣପ୍ରସାଦ ରୋପ ୱେ ପ୍ରୋଜେକ୍ଟ କରିବା ଆବଶ୍ୟକ ଓ ଏହାଦ୍ୱାରା ପର୍ଯ୍ୟଟକ ସୁରକ୍ଷିତ ଯାତ୍ରା ସହ ଚିଲିକାର ମଜା ନେଇପାରିବେ ବୋଲି କହିଛନ୍ତି ପାରିକୁଦ ରାଜା ସାହେବ ସନ୍ତୋଷ ଚନ୍ଦ୍ର ଦେଓ ।

ଚିଲିକାରେ ଡ଼ଙ୍ଗାରେ ପର୍ଯ୍ୟଟକମାନେ ବିପଦପୂର୍ଣ୍ଣ ଭାବେ ଜଳଯାତ୍ରା କରି କାଳିଜାଇ ଦର୍ଶନ କରିଥାନ୍ତି । ପୁଣି ଚିଲିକା ଅଞ୍ଚଳବାସୀଙ୍କ ଜଳଯାତ୍ରାର ମାଧ୍ୟମ ହେଉଛି ଡ଼ଙ୍ଗା । ତେଣୁ ଏଭଳି ରୋପ ୱେ ପ୍ରୋଜେକ୍ଟକୁ ଚିଲିକାର ସାତପଡ଼ା , କୃଷ୍ଣପ୍ରସାଦକୁ ସଂଯୋଗ କରାଗଲେ ଏହା ପର୍ଯ୍ୟଟନ ଶିଳ୍ପର ବିକାଶ ସହ ଅଞ୍ଚଳର ବିକାଶ ହେବ ବୋଲି କହିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ । ଚିଲିକାକୁ ଅଧିକ ପର୍ଯ୍ୟଟକ ଆକୃଷ୍ଟ କରିବା ଲକ୍ଷରେ ରାଜ୍ୟ ସରକାର ଏହି ଯୋଜନା କରିଛନ୍ତି । ଏନଏଚ ଆଇ ସବସିଡାରି ସଂସ୍ଥା ନାସନାଲ ହାଇୱେର ଲଜିଷ୍ଟିକ ମ୍ୟାନେଜମେଣ୍ଟ ଲିମିଟେଡ଼ (ଏନଏଚ ଏଲ ଏମ) ଅପହଞ୍ଚ ଅଞ୍ଚଳକୁ ସଂଯୋଗ କରିବା ଏବଂ ଧାର୍ମିକ ଦୃଷ୍ଟିରୁ ଗୁରୁତ୍ୱ ଥିବା ଅଞ୍ଚଳରେ ରୋପୱେ ନିର୍ମାଣ କରିଛନ୍ତି । ଏହାକୁ ନଜରରେ ରଖି ଓଡ଼ିଶାର ପର୍ବତମାଳା ଯୋଜନାରେ ୧୦ ଟି ରୋପ ୱେ ନିର୍ମାଣ କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି । ଏଥିରେ ଚିଲିକାରେ ଦେଶର ସବୁଠାରୁ ୫.୩ କିମିର ନିର୍ମାଣ ହେବ । ଯାହା ସମ୍ପୂର୍ଣ୍ଣ ଭାବରେ ପୁରୀ ଜିଲ୍ଲାରେ ହିଁ ରହିବ । ଏହି ଖବର ପାଇବା ପରେ ପର୍ଯ୍ୟଟକମାନଙ୍କ ମନରେ ଖୁସିର ଲହରୀ ଦେଖିବାକୁ ମିଳିଛି । କୃଷ୍ଣପ୍ରସାଦ ଅଞ୍ଚଳରେ ମଧ୍ୟ ଏକ ଖୁସିର ବାତାବରଣ ସୃଷ୍ଟି ହୋଇଛି । ରୋପ ୱେ ପ୍ରୋଜେକ୍ଟ ହେଲେ ଚିଲିକାକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ହେବା ସହ କାଳିଯାଇକୁ ମଧ୍ୟ ପର୍ଯ୍ୟଟକଙ୍କ ଗମନାଗମନ ବଢିବ । ଏହାଦ୍ୱାରା ପର୍ଯ୍ୟଟକ ରୋପ ୱେରେ ଚିଲିକାର ଅପୂର୍ବ ସୌନ୍ଦର୍ଯ୍ୟର ମଜା ପାଇବେ ବୋଲି କହିଛନ୍ତି ଫରେନ ଟୁର ଅପରେଟର ।
Published by:Soubhagya Mishra
First published: