ହାଜତରୁ ମୁକୁଳିଲେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବ
- News18 Odia
- Last Updated :
- Bail Hongal (Bailhongal)
News 18 Odia Digital
ଭୁବନେଶ୍ୱର; ଲୋକଙ୍କ ଉପରେ ଗାଡ଼ି ଚଢାଇବା ଘଟଣାରେ ଜେଲ୍ ଯାଇଥିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । କିଛି ଦିନ ତଳେ ତାଙ୍କୁ ସର୍ତ୍ତମୂଳକ ଜାମିନ୍ ମଞ୍ଜୁର କରିଥିଲେ ସୁପ୍ରିମକୋର୍ଟ । କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାଇ ପ୍ରଶାନ୍ତଙ୍କ ଓକିଲ ମାନସ ଚାନ୍ଦ ବାଣପୁର ଜେଏମଏଫସି କୋର୍ଟରେ ଜାମିନ ଆବେଦନ କରିଥିଲେ । ୩୦ ହଜାର ଜମାନତ ରାଶି ଏବଂ ୨ଜଣ ମୁଚାଲିକାରେ ସର୍ତ୍ତ ଅନୁଯାଇ ବିଧାୟକଙ୍କୁ ଜାମିନ ଦିଆଯାଇଛି ।
ଗତକାଲି ଦିନ ୪ଟା୩୦ ସମୟରେ ବାଣପୁର ସବଜେଲ୍ ରୁ ମୁକୁଳିଛନ୍ତି ପ୍ରଶାନ୍ତ ଜଗଦେବ । ସର୍ତ୍ତ ମୁତାବକ ସେ ନିଜ ନିର୍ବାଚନ ମଣ୍ଡଳିକୁ ୧ ବର୍ଷ ପର୍ଯ୍ୟନ୍ତ ଯାଇପାରିବେନି ତେଣୁ ବିଧାୟକ ଭୁବନେଶ୍ୱର ଆସିଥିବା ସୂଚନା ମିଳିଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।