ନୀଳାମ୍ବୁ ଚିଲିକାରେ ପକ୍ଷୀ ସଂଖ୍ୟା ରେକର୍ଡ଼ ଭାଙ୍ଗିଲା, ହେଲେ ବର୍ଡ଼ ଫ୍ଲୁ ଆଶଙ୍କା ଚିନ୍ତା ବଢ଼ାଇଛି
ଚିଲିକାର ପାଞ୍ଚଟି ରେଞ୍ଜରେ ଚାଲିଥିବା ବାର୍ଷିକ ପକ୍ଷୀ ଗଣନା ଶେଷ ହୋଇଛି । ଅନୁକୁଳ ପରିବେଶ ଯୋଗୁଁ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି । ପକ୍ଷୀଗଣନାରେ ୨୧ଟି ସାମିଲ ହୋଇଥିଲେ ।

ଚିଲିକାରେ ପକ୍ଷୀ ଗଣନା ସମୟରେ ବିଶେଷଜ୍ଞମାନେ ନେଇଥିବା ଏକ ଫଟୋ
- News18 Odia
- Last Updated: January 7, 2021, 11:54 PM IST
ପୁରୀ: ଚିଲିକା ହ୍ରଦ ଓ ଆଖପାଖ ଅଞ୍ଚଳରେ ଚାଲିଥିବା ବାର୍ଷିକ ପକ୍ଷୀ ଗଣନା ସରିଛି । ଚିଲିକା ବନ୍ୟ ପ୍ରାଣୀ ବନଖଣ୍ଡକୁ ୧୯୦ ପ୍ରଜାତିର ୧୨ ଲକ୍ଷ ୪୨ ହଜାର ୮୨୬ଟି ପକ୍ଷୀ ଆସିଛନ୍ତି । ସେଠାରେ ଦୁଇଟି ବିଲୁପ୍ତ ପ୍ରଜାତିର ପକ୍ଷୀ ଚିହ୍ନଟ ହୋଇଛନ୍ତି । ଚଳିତ ବର୍ଷ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ଗତ ବର୍ଷ ଓ ତା’ ପୂର୍ବ ଦୁଇ ବର୍ଷର ରେକର୍ଡ଼ ଭାଙ୍ଗିଛି ।
୨୦୨୦ରେ ୧୮୪ ପ୍ରଜାତିର ୧୧ ଲକ୍ଷ ୫ ହଜାର ୪୦ଟି ପକ୍ଷୀ ଆସିଥିଲେ । ବିଗତ ବର୍ଷ ତୁଳନାରେ ଚଳିତ ବର୍ଷ ୧,୩୭,୮୨୪ଟି ପକ୍ଷୀ ବଢ଼ିଛନ୍ତି। ଅନୁକୁଳ ପରିବେଶ ଯୋଗୁଁ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି ।
ଏହା ବି ପଢ଼ନ୍ତୁ | ଦ୍ୱିତୀୟ ନିର୍ଭୟା କାଣ୍ଡ: ମହିଳା ମନ୍ଦିରକୁ ପୂଜା କରିବାକୁ ଯାଇଥିଲେ; ପୂଜାରୀ ଓ ୨ ସାଥୀ ଅଭିଯୁକ୍ତ

ଜଣେ ପକ୍ଷୀ ଗଣନାକାରୀ କାମରେ ଲାଗିଛନ୍ତି ।
ଶୀତ ଋତୁ ଆସିଲେ ନିଳାମ୍ବୁ ଚିଲିକାରେ ବିଦେଶାଗତ ପକ୍ଷୀଙ୍କ ସମାଗମ ହୋଇଥାଏ । ଚିଲିକାର ପାଞ୍ଚଟି ରେଞ୍ଜ ଯଥା ବାଲୁଗାଁ, ସାତପଡ଼ା, ରମ୍ଭା, ଚିଲିକା ଓ ଟାଙ୍ଗୀ ରେଞ୍ଜରେ ପକ୍ଷୀ ଗଣନା ହୋଇଥିଲା । ପ୍ରତି ବର୍ଷ ଭଳି ଚଳିତ ବର୍ଷ ଜାନୁଆରୀ ୫ରେ ସକାଳ ୬ଟାରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଚାଲିଥିଲା ପକ୍ଷୀ ଗଣନା । ଚିଲିକା ଅଞ୍ଚଳରେ ପକ୍ଷୀଗଣନାରେ ୨୧ଟି ସାମିଲ ହୋଇଥିଲେ । ୧୯ଟି ଟିମ ଜଳ ଭାଗ ଏବଂ ଦୁଇଟି ଟିମ ସ୍ଥଳ ଭାଗରେ ଗଣନା କରିଥିଲେ।
ଏହା ବି ପଢ଼ନ୍ତୁ | ପତି ଘରକୁ ଡେରିରେ ଫେରିଲେ ବୋଲି ପତ୍ନୀ ରାଗରେ ତାଙ୍କ ମୁହଁରେ ଗରମ ତେଲ ଢାଳିଦେଲେ
‘‘ଏହି ପକ୍ଷୀଗଣନାରେ ଆମିଲଏଡ ଓଡ଼ିଶା, ବମ୍ବେ ନ୍ୟାଚରାଲ ହିଷ୍ଟ୍ରି ସୋସାଇଟି ଓ ଓୟୁଏଟି ସମେତ ବିଭିନ୍ନ ବିଶ୍ୱବିଦ୍ୟାଳୟର ପ୍ରଫେସର ଓ ଛାତ୍ରୀଛାତ୍ରୀମାନେ ସାମିଲ ହୋଇଥିଲେ । ପ୍ରତ୍ୟେକ ଗଣନାକାରୀ ଦଳକୁ ଗୋଟିଏ ଲେଖାଁଏ ଡଙ୍ଗା ଦିଆଯାଇଥିଲା । ପ୍ରତି ଟିମରେ ଜଣେ ଅଭିଜ୍ଞ ପକ୍ଷୀ ବିଶାରଦଙ୍କ ସମେତ ଚାରି ଜଣ ସହଯୋଗୀ ରହିଥିଲେ । ପ୍ରତ୍ୟେକ ଦଳକୁ ୱାକିଟକି, ବାଇନାକୁଲାର ଓ ଭିଏଚଏଫ ଆଦି ଯନ୍ତ୍ରପାତି, କିଟ୍ ବ୍ୟାଗ ଓ ପାଣି ବୋତଲ ଉପଲବ୍ଧ ରହିଥିଲା,’’ କହିଛନ୍ତି ବାଲୁଗାଁ ବନ୍ୟ ପ୍ରାଣୀ ଡ଼ିଭିଜନର ଏ.ସି.ଏଫ. ଶରତ ଚନ୍ଦ୍ର ମିଶ୍ର ।
ଏହା ବି ପଢ଼ନ୍ତୁ | ସିଗାରେଟ୍ ଟାଣିବାର ଆଇନଗତ ବୟସ ବଢ଼ି ୨୧ ହେବ; ଖୋଲା ସିଗାରେଟ୍ ବିକ୍ରି ବ୍ୟାନ୍ ହେବ; ଫାଇନ୍ ବଢ଼ିବ
ଚିଲିକା ପକ୍ଷୀ ଗଣନା ତଥ୍ୟ ଅନୁସାରେ ଏଠାକୁ ୨୦୦୨ରେ ସର୍ବାଧିକ ୧୫ ଲକ୍ଷ ୨୩ ହଜାର ୫୭୮ଟି ପକ୍ଷୀ ଆସିଥିବା ବେଳେ ୨୦୧୯ରେ ୧୮୧ ପ୍ରଜାତିର ୧୦ ଲକ୍ଷ ୪୭ ହଜାର ୯୬୮ଟି ପକ୍ଷୀ ଆସିଥିଲେ । ୨୦୨୦ରେ ଶୀତକାଳୀନ ପକ୍ଷୀ ଗଣନା ସମୟରେ ୧୧ ଲକ୍ଷ ୫୦୪୦ଟି ପକ୍ଷୀ ଆସିଥିବା ଜଣାପଡିଥିଲା । ୨୦୧୮ରେ ୧୪୭ଟି ପ୍ରଜାତିର ୮ ଲକ୍ଷ ୯୩ ହଜାର ୩୯୦ଟି ପକ୍ଷୀ ଆସିଥିଲେ । ୨୦୧୭ରେ ୧୬୧ଟି ପ୍ରଜାତିର ୯ ଲକ୍ଷ ୪୭ ହଜାର ୧୧୯ଟି ପକ୍ଷୀ ଆସିଥିବା ବନ୍ୟ ପ୍ରାଣୀ ବିଭାଗ ସୂତ୍ରରୁ ଜଣାପଡ଼ିଛି । ଚଳିତ ବର୍ଷ ପାଗ ଅନୁକୂଳ ଥିବାରୁ ପକ୍ଷୀଙ୍କ ସଂଖ୍ୟା ଓ ପ୍ରଜାତି ବୃଦ୍ଧି ପାଇଥିବା ଏ.ସି.ଏଫ. ଶରତ ଚନ୍ଦ୍ର ମିଶ୍ର କହିଛନ୍ତି ।
ଏହା ବି ପଢ଼ନ୍ତୁ | Big Boss 14 ଘରେ ପ୍ରବେଶ କରିବେ ରାଖୀ ସାୱନ୍ତଙ୍କ ସ୍ୱାମୀ; ସଲମାନ ଖାଁଙ୍କୁ ପ୍ରଶଂସା କଲେ
‘‘କେରଳ, ରାଜସ୍ଥାନ ଓ ହିମାଚଳ ପ୍ରଦେଶ ଆଦି ରାଜ୍ୟଗୁଡ଼ିକରେ ଅନେକ ପକ୍ଷୀ ମୃତ୍ୟୁ ବରଣ କରୁଥିବା ବେଳେ ତାହା ବର୍ଡ଼ ଫ୍ଲୁ ବୋଲି ସନ୍ଦେହ କରାଯାଉଛି । ବର୍ତ୍ତମାନ ଚିଲିକାରେ ଲକ୍ଷ ଲକ୍ଷ ବିଦେଶାଗତ ପକ୍ଷୀଙ୍କ ସମାଗମ ହୋଇଥିବାରୁ ବର୍ଡ଼ ଫ୍ଲୁ ବ୍ୟାପିବା ସମ୍ଭାବନା ରହିଛି । ତେଣୁ ଡିସେମ୍ବର ୨୮ରେ ପକ୍ଷୀ ଅଭୟାରଣ୍ୟ ନଳବଣରୁ ପ୍ରାଣୀ ଚିକିତ୍ସା କେନ୍ଦ୍ର ବାଲୁଗାଁ ତରଫରୁ ବିଦେଶାଗତ ପକ୍ଷୀଙ୍କ ପର, ମଳ ଓ ସେମାନଙ୍କ ଚଳପ୍ରଚଳ ଅଞ୍ଚଳରୁ ଜଳ ଆଦି ସାତଟି ନମୁନା ସହ ସ୍ଥାନୀୟ ଅଞ୍ଚଳର ଚାରିଟି ଫାର୍ମରୁ କୁକୁଡ଼ା ଓ ବତକଙ୍କର ୫୨ଟି ସ୍ୱାବ ସଂଗ୍ରହ କରାଯାଇ ଫୁଲନଖରା ସ୍ଥିତ ପଶୁରୋଗ ଗବେଷଣା କେନ୍ଦ୍ରକୁ ପଠାଯାଇଛି । ବର୍ତ୍ତମାନ ସୁଦ୍ଧା ରିପୋର୍ଟ ଆସି ନ ଥିବା ବେଳେ ବର୍ଡ଼ ଫ୍ଲୁର ଲକ୍ଷଣ ମିଳିଲେ ତାହା ଭୋପାଳ ପରୀକ୍ଷାଗାରକୁ ପଠାଯିବ,’’ କହିଛନ୍ତି ବାଲୁଗାଁ ପ୍ରାଣୀ ଚିକିତ୍ସାଧୀକାରୀ ଡଃ ଦେବାଶିଷ ଦାସ ।
ଏ ବର୍ଷ ଚିଲିକାର ଅନୁକୁଳ ପରିବେଶ ଯୋଗୁଁ ପକ୍ଷୀଙ୍କ ସଂଖ୍ୟାରେ ରେକର୍ଡ ବୃଦ୍ଧି ଘଟିଥିବା ବେଳେ ବର୍ଡ଼ ଫ୍ଲୁ ସଂକ୍ରମଣ ଆଶଙ୍କା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ପାଞ୍ଚଟି ରେଞ୍ଜ ଅଧିକାରୀଙ୍କୁ ବର୍ଡ଼ ଫ୍ଲୁ ସମ୍ପର୍କରେ ବିଭାଗ ପକ୍ଷରୁ ଚିଠି ପଠାଯାଇଛି । ଜାନୁଆରୀ ୬ରୁ ଚିଲିକାର ବିଭିନ୍ନ ସ୍ଥାନରୁ ପକ୍ଷୀଙ୍କ ସ୍ୱାବ ନମୁନା ସଂଗ୍ରହ ଜାରୀ ରହିଛି ।