ଆୟ ବାହାର ସମ୍ପତ୍ତି: ଗିରଫ ହେଲେ କୋଟିପତି ଚିଲିକା DFO; କହିଲେ ବୋହୂ ତାଙ୍କୁ ଫସାଇ ଦେଲା

ତାଙ୍କ ବୋହୂ ଡିଭର୍ସ ଫାଇଲ କରିବା ପରେ ତାଙ୍କ ବିରୋଧରେ ଚାରି ଆଡ଼େ ପିଟିସନ ପକାଇଥିଲା ଓ ସେଥିରୁ ତାଙ୍କ ବିପୁଳ ସମ୍ପତ୍ତି ବିଷୟରେ ଜଣା ପଡ଼ିଥିଲା ବୋଲି କହିଛନ୍ତି ଗିରଫ ହୋଇଥିବା DFO ଆଲୋକ ରଞ୍ଜନ ହୋତା ।

ଆୟ ବାହାର ସମ୍ପତ୍ତି: ଗିରଫ ହେଲେ କୋଟିପତି ଚିଲିକା DFO; କହିଲେ ବୋହୂ ତାଙ୍କୁ ଫସାଇ ଦେଲା
DFO ଆଲୋକ ରଞ୍ଜନ ହୋତା
  • News18 Odia
  • Last Updated: August 11, 2020, 7:04 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଆୟବର୍ହିଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଗିରଫ ହେବା ପରେ କୋଟିପତି ଡିଏଫଓ ଆଲୋକ ରଞ୍ଜନ ହୋତା କହିଛନ୍ତି ଯେ ତାଙ୍କ ବୋହୂ ଯୋଗୁଁ ହିଁ ତାଙ୍କ ସମ୍ପତ୍ତି ବିଷୟରେ ଲୋକଙ୍କୁ ଜଣାପଡ଼ିଲା । ସୋମବାର ଭିଜିଲାନ୍ସ ଟିମ ତାଙ୍କ ଘରୁ ୧ କୋଟି ୩୨ ହଜାର ଟଙ୍କାର ଆୟବର୍ହିଭୁତ ସମ୍ପତ୍ତି ଠାବ କରିଥିଲା । ଆଜି ତାଙ୍କୁ ଗିରଫ କରାଯାଇଛି l

‘‘ମୋ ବୋହୂ ଯୋଗୁଁ ହିଁ ମୋ’ ଘରେ ଭିଜିଲାନ୍ସ ରେଡ ହେଲା । ବୋହୂ ଡିଭର୍ସ ଫାଇଲ କରିବା ପରେ ମୋ’ ବିରୋଧରେ ଚାରି ଆଡ଼େ ପିଟିସନ ପକାଇଥିଲା,’’ କହିଛନ୍ତି ହୋତା ।

ଡିଏଫଓ ମାସକୁ ଦରମା ପାଉଛନ୍ତି ୯୦ ହଜାର ଟଙ୍କା, ହେଲେ ଦରମା ତୁଳନାରେ ତାଙ୍କ ପାଖରେ ସମ୍ପତ୍ତି ବହୁତ ଅଧିକ ରହିଛି l ଏତେ ଅଧିକ ସମ୍ପତ୍ତିର ମାଲିକ ସେ କେମିତି ହେଲେ ତା’ର ଅନୁସନ୍ଧାନ ଚଳାଇଛନ୍ତି ଭିଜିଲାନ୍ସ ଟିମ l ତାଙ୍କ ପୁଅ ଆଶିଷ ରଞ୍ଜନ ହୋତା ଆଇଆଇଟି ଖଡ଼ଗପୁରରେ ଆସିଷ୍ଟାଣ୍ଟ ପ୍ରଫେସର ଅଛନ୍ତି l ଆଶିଷଙ୍କ ବାହାଘର ତିନି ବର୍ଷ ତଳେ ହୋଇଥିଲା l ପୁଅ-ବୋହୂଙ୍କ ସମ୍ପର୍କରେ ତିକ୍ତତା ଦେଖାଦେଇଥିଲା l

ହୋତାଙ୍କର ଭୁବନେଶ୍ୱରରେ ଥିବା ଏକ କୋଠା


ରେଡ ବେଳେ ଭିଜିଲାନ୍ସ ଟିମ୍ ଡିଏଫଓଙ୍କ ଘରୁ ଜବତ କରିଥିଲା ନଗଦ ଲକ୍ଷେ ୭ ହଜାର ଟଙ୍କା l ଏହି ନଗଦ ଟଙ୍କା ତାଙ୍କୁ ଅଧିକ ଅଡ଼ୁଆରେ ପକାଇଛି l ଭିଜିଲାନ୍ସ କହିଛି ଯେ ସେହି ଟଙ୍କା ଡିଏଫଓ ଆଲୋକଙ୍କର l ଏତେ ଟଙ୍କା କେଉଁଠୁ ଆଣିଥିଲେ ଓ ଘରେ କାହିଁକି ରଖିଥିଲେ ବୋଲି ପ୍ରଶ୍ନର ସନ୍ତୋଷଜନକ ଉତ୍ତର ରଖି ପାରି ନ ଥିଲେ ଆଲୋକ l କିନ୍ତୁ ଗଣମାଧ୍ୟମ ଆଗରେ ସେ କହିଛନ୍ତି ଯେ ସେହି ଟଙ୍କା ସଙ୍ଘର l

‘‘ମୁଁ ଓଡ଼ିଶା ଫରେଷ୍ଟ ସର୍ଭିସ ସଙ୍ଘର କୋଷାଧ୍ୟକ୍ଷ ଅଛି । ଏହି ଟଙ୍କା ସେହି ସଙ୍ଘର, ମୋ’ର ନୁହେଁ,’’ ସେ କହିଛନ୍ତି ।

ଆୟବର୍ହିଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ସୋମବାର ସକାଳୁ ଭୁବନେଶ୍ଵର ଭିଜିଲାନ୍ସ ଡିଭିଜନର ଛଅଟି ଟିମ ଏକକାଳୀନ ଚଢ଼ାଉ କରିଥିଲା l ଚଢ଼ାଉ ବେଳେ ଚନ୍ଦ୍ରଶେଖରପୁରରୁ ଠାବ ହୋଇଥିଲା ୫୦ ଲକ୍ଷ ୭୩ ହଜାର ଟଙ୍କାର ଗୋଟିଏ ତିନି ମହଲା କୋଠା ଘର l ଡ଼ୁମଡ଼ୁମାରୁ ମଧ୍ୟ ୭ ଲକ୍ଷ ୫୦ ହଜାର ଟଙ୍କାର କୋଠା ଘର ଆଲୋକଙ୍କ ନାଁରେ ଥିବା ଭିଜିଲାନ୍ସ ଠାବ କରିଛି l

ଡିଏଫଓଙ୍କ ଘରୁ ମିଳିଥିଲା ୯ ଲକ୍ଷ ୩୫ ହଜାର ଟଙ୍କାର ମୂଲ୍ୟବାନ ଘରକରଣା ସାମଗ୍ରୀ l ସେ ସବୁକୁ ଦେଖି ତାଜୁବ ହୋଇଯାଇଥିଲା ଭିଜିଲାନ୍ସ ଟିମ l ଡିଏଫଓଙ୍କ ନାଁରେ ବିଭିନ୍ନ ବ୍ୟାଙ୍କରେ ଡିପୋଜିଟ ଅଛି ୫ ଲକ୍ଷ ୫୪ ହଜାର ଟଙ୍କା l ୧୧ ଲକ୍ଷ ୭୮ ହଜାର ଟଙ୍କାର ଏଲଆଇସି ଓ ସ୍ୱାସ୍ଥ୍ୟ ବୀମା ବି ରହିଛି ଆଲୋକଙ୍କ ନାଁରେ l

ଏହା ବି ପଢ଼ନ୍ତୁ | ରୁଷିଆ ଆଣିଲା ବିଶ୍ୱର ପ୍ରଥମ କରୋନା ଟିକା; ରାଷ୍ଟ୍ରପତି ପୁଟିନଙ୍କ ଝିଅଙ୍କୁ ପ୍ରଥମେ ଦିଆଗଲା

ଏହା ବି ପଢ଼ନ୍ତୁ | ପଶ୍ଚିମ ବଙ୍ଗରେ କରୋନା ରୋଗୀଙ୍କୁ ଲୁଟୁଛନ୍ତି ଘରୋଇ ହସପିଟାଲ; ଚିକିତ୍ସା ବିଲ୍ ୧୦.୩୯ ଲକ୍ଷ ଟଙ୍କା!

୧୯୮୬ ମସିହାରୁ ଆଲୋକ ରେଞ୍ଜର ପଦବୀରୁ ଚାକିରି ଆରମ୍ଭ କରିଥିଲେ l ପଦୋନ୍ନତି ପାଇ ସେ ଏବେ ଚିଲିକା ବନ୍ୟ ପ୍ରାଣୀ ଡିଭିଜନରେ ଡିଏଫଓ ଅଛନ୍ତି l ଚିଲିକା ପୂର୍ବରୁ ସେ ଖୋର୍ଦ୍ଧାରେ ଏସିଏଫ ଭାବେ କାର୍ଯ୍ୟ ତୁଲାଉଥିଲେ l



୯୦ ହଜାର ଟଙ୍କା ଦରମାରେ ଡିଏଫଓ କେମିତି କୋଟିପତି ହେଲେ ତା’ର ଅନୁସନ୍ଧାନ ଚଳାଇଛନ୍ତି ଭିଜିଲାନ୍ସ ଟିମ l
Published by: Anand Shankar Thankur Das
First published: August 11, 2020, 7:04 PM IST
corona virus btn
corona virus btn
Loading