ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»BJP ନେତା ଓ ସାମ୍ବାଦିକଙ୍କୁ ମାଡ଼ ମାରିଥିବା ଚିଲିକାର BJD ବିଧାୟକ ଗିରଫ ହୋଇ ଜେଲ୍ ଗଲେ

BJP ନେତା ଓ ସାମ୍ବାଦିକଙ୍କୁ ମାଡ଼ ମାରିଥିବା ଚିଲିକାର BJD ବିଧାୟକ ଗିରଫ ହୋଇ ଜେଲ୍ ଗଲେ

Chilika BJD MLA Prashant Jagdeb arrested for attacking BJP leader | ସେହି ମାଡ଼ ମରା ଘଟଣା ପାଇଁ ବିଜେଡିରୁ ନିଲମ୍ବିତ ହୋଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗଲା ମାସେ ଧରି ପୋଲିସ ଆଖିରୁ ଲୁଚି ବୁଲୁଥିଲେ । ତାଙ୍କ ଜାମିନ୍‌ ଆବେଦନ ଖାରଜ ହେବା ପରେ ତାଙ୍କୁ ଜେଲକୁ ପଠାଇଦିଆଯାଇଛି ।

BJP ନେତା ଓ ସାମ୍ବାଦିକଙ୍କୁ ମାଡ଼ ମାରିଥିବା ଚିଲିକାର BJD ବିଧାୟକ ଗିରଫ ହୋଇ ଜେଲ୍ ଗଲେ
ମାଡ଼ ମରା ଘଟଣାର ଏକ ଦୃଶ୍ୟ; (ଡାହାଣ) ପୋଲିସ ଜଗଦେବଙ୍କୁ ଜେଲକୁ ନେଉଛି ।
  • News18 Odia
  • Last Updated: October 8, 2021, 9:25 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଗତ ମାସ ସର୍ବସାଧାରଣରେ ଦବଙ୍ଗଗିରି ଦେଖାଇ ଚିଲିକାର ବହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଜଣେ ବିଜେପି ନେତାଙ୍କୁ ମାଡ଼ ମାରିବା ଘଟଣାର ଠିକ୍‌ ମାସକ ପରେ ତାଙ୍କୁ ଶୁକ୍ରବାର ଦିନ ଗିରଫ କରି ଜେଲ୍‌ ପଠାଇ ଦିଆଯାଇଛି । ସେହି ଘଟଣାରେ ଜଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ ହେବା ପରେ ତାଙ୍କୁ ଜେଲ୍ ପଠାଯାଇଛି ।

ସେହି ମାଡ଼ ମରା ଘଟଣା ପାଇଁ ବିଜେଡିରୁ ନିଲମ୍ବିତ ହୋଇଥିବା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗଲା ମାସେ ଧରି ପୋଲିସ ଆଖିରୁ ଲୁଚି ବୁଲୁଥିଲେ । ଖୋର୍ଦ୍ଧା ADJ ପ୍ରଥମ କୋର୍ଟରେ ସେ ଜାମିନ ଆବୋଦନ କରିଥିଲେ । ହାଇ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ADJ କୋର୍ଟରେ ହାଜର ହୋଇଥିଲେ ପ୍ରଶାନ୍ତ । ତାଙ୍କ ଜାମିନ୍‌ ଆବେଦନ ଖାରଜ ହେବା ପରେ ତାଙ୍କୁ ଖୋର୍ଦ୍ଧା ଉପ-କାରାଗରକୁ ପଠାଇଦିଆଯାଇଛି ।

ଏହା ବି ପଢ଼ନ୍ତୁ | ବିରୋଧୀ ଦଳମାନେ PM CARESକୁ ଟାର୍ଗେଟ୍ କରୁଛନ୍ତି, କହୁନାହାନ୍ତି ସେଥିରେ ଅମ୍ଳଜାନ କାରଖାନା ତିଆରି ହୋଇଛି

ସେପ୍ଟେମ୍ବର  ୮ ତାରିଖରେ ବାଲୁଗାଁ ଏନ୍‌.ଏ.ସି.ରେ ଭତ୍ତା ବାଣ୍ଟିବାକୁ ନେଇ ବିଜେପି ନଗର ସଭାପତି ନିରଞ୍ଜନ ସେଠୀ ଓ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ବିଜେପି ନଗର ସଭାପତିଙ୍କୁ ପ୍ରଶାନ୍ତ ଆକ୍ରମଣ କରିଥିବା ଅଭିଯଓଗ ହୋଇଥିଲା । ସେହି ଘଟଣାର ଏକ ଭିଡିଓ କ୍ଲିପ୍‌ ସୋସିଆଲ୍ ମଡ଼ିଆରେ ଭାଇରାଲ୍ ହୋଇଥିଲା । ଏ ନେଇ ବାଲୁଗାଁ ଥାନାରେ ଏକ ଏତଲା ରୁଜୁ ହେବା ପରେ ହାଇ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ସେହି ଜାମିନ ଆବେଦନକୁ ହାଇ କୋର୍ଟ ଖାରଜ କରିଥିଲେ । ହାଇ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଶୁକ୍ରବାର ଦିନ ADJ କୋର୍ଟରେ ହାଜର ହୋଇଥିଲେ ପ୍ରଶାନ୍ତ ।

ପୋଲିସ କର୍ମୀମାନେ ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଜେଲକୁ ନେଉଛନ୍ତି ।


ଏହା ବି ପଢ଼ନ୍ତୁ | Bigg Boss 15: ଶମିତା ଶେଟ୍ଟୀଙ୍କୁ ‘‘ଆଣ୍ଟି’’ ଡାକିଲେ କରଣ କୁନ୍ଦ୍ରା; ତାପରେ ସ୍ଥିତି ହେଲା ଅସମ୍ଭାଳ

ବାଲୁଗାଁ ଏନ୍‌.ଏ.ସି.ରେ ସେପ୍ଟେମ୍ବର  ୮ ତାରିଖ ଦିନ ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କର ଆବାସ ଯୋଜନା ଓ ରାସନ କାର୍ଡ଼ ବଣ୍ଟନ କରିବାର ଏକ କାର୍ଯ୍ୟକ୍ରମ ଥିଲା । ବିଜେପି ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଜଗଦ୍ଦେବ ଓ ତାଙ୍କ କର୍ମୀମାନେ ବିଜେପିର ବାଲୁଗାଁ ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ମାଡ଼ ମାରିବା ସହ ଗାଳିଗୁଳଜ କରିଥିବା ଅଭିଯୋଗ ହୋଇଥିଲା ।

ଏହା ବି ପଢ଼ନ୍ତୁ | ଶ୍ରୀନଗରରେ ସ୍କୁଲରେ ପହଞ୍ଚିଲେ ଆତଙ୍କବାଦୀ, ଦୁଇ ଜଣ ଶିକ୍ଷକଙ୍କୁ ଗୁଳି ମାରି ହତ୍ୟା କଲେ

ଏପରିକି ସେହି ସ୍ଥାନରେ ଫଟୋ ଉଠାଉଥିବା ଜଣେ ସାମ୍ବାଦିକଙ୍କୁ ମଧ୍ୟ ଛାଡ଼ି ନ ଥିଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ସେ ସାମ୍ବାଦିକଙ୍କୁ ଆକ୍ରମଣ କରିବା ସହିତ ତାଙ୍କ ମୋବାଇଲ୍‌ ଫୋନ୍‌ ଛଡାଇ ନେଇଥିବା ଅଭିଯୋଗ ହୋଇଥିଲା ।  ଏ ନେଇ ବିଜେପି ପକ୍ଷରୁ ବାଲୁଗାଁ ଥାନାରେ ଅଭିଯୋଗ କରାଯାଇଥିଲା । ବିଧାୟକଙ୍କୁ ତୁରନ୍ତ ଗିରଫ କରିବାକୁ ବି ଦାବି ହୋଇଥିଲା ।

ବିଧାୟକ ପ୍ରଶାନ୍ତ ଜଗଦେବ


ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ମମତା ବାନାର୍ଜୀ ମଞ୍ଚରେ ବାବୁଲ୍ ସୁପ୍ରିୟୋଙ୍କ ସହ ଦୁର୍ଗା ପୂଜା ଆଲବମର ଗୀତ ଗାଇଲେ – VIDEO

‘‘ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାର ସବୁ କାଗଜ ପତ୍ର ତିଆରି ହୋଇ ଚାରି ମାସ ତଳୁ ଏନ୍‌.ଏ.ସି. ଭିତରେ ରଖା ହୋଇଛି । କିନ୍ତୁ ଆମେ ଶୁଣିବାକୁ ପାଉଛୁ ଯେ ସେ (ବାଧାୟକ) ସେଗୁଡ଼ିକୁ ବାଣ୍ଟୁନାହାଁନ୍ତି । ଆମେ ଆଜି ଶୁଣିବାକୁ ପାଇଲୁ ଯେ ସେଗୁଡ଼ିକ ଆଜି ବଣ୍ଟାଯିବ । ତେଣୁ ମୁଁ ଆସିଥିଲି । ସେଠି ମୁଁ କହିଲି ‘କାହିଁକି ଏତେ ଡେରି କରୁଛନ୍ତି, ବାଣ୍ଟିଦିଅନ୍ତୁ ।’ ଏତିକି କହିବା ବେଳକୁ ଆମ ବିଧାୟକ ବାବୁ ସେଠି ପହଞ୍ଚିଲେ ଓ ମୋତେ ‘ତୁ ଏତେ ରାଜନୀତି କରୁଛୁ?’ ବୋଲି କହି ଜାବୁଡ଼ାଟେ ପକେଇଲେ,’’ ସେହି ଘଟଣା ପରେ ଗଣମାଧ୍ୟମକୁ କହିଥିଲେ ବିଜେପି ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠୀ ।

ଏହା ବି ପଢ଼ନ୍ତୁ | ଲାଲୁ ଯାଦବଙ୍କ ପରିବାରରେ ଫାଟ ଦିଶିଲା; ବଡ଼ ପୁ୍ଅ ତେଜ ପ୍ରତାପ ଯାଦବ ପାର୍ଟିରୁ ବାହାରିଗଲେ

ନିଲମ୍ବିତ ହେବା ପୂର୍ବରୁ ଏହି ଘଟଣା ଉପରେ ପ୍ରତିକ୍ରିୟା ରଖି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ କହିଥିଲେ ଯେ ବାଲୁଗାଁ ଏନ୍‌.ଏ.ସି.ରେ ଭତ୍ତା ଓ ଆବାସ ଯୋଜନା ବଣ୍ଟା ହେଉଥିବା ବେଳେ ସେ ସେଠାରେ ଦଳୀୟ କର୍ମୀଙ୍କ ସହ ଉପସ୍ଥିତ ଥିଲେ । ‘‘ବିଜେପି କର୍ମକର୍ତ୍ତାଙ୍କ ସହ କେତେକ ବିଜେଡି କର୍ମୀଙ୍କର ସାମାନ୍ୟ ବଚସା ହୋଇଥିବା ମୁଁ ଶୁଣିବାକୁ ପାଇଥିଲି । କିନ୍ତୁ କେଉଁମାନେ ଥିଲେ ଓ କିଏ କାହାକୁ ମାଡ଼ ମାରିଲା ତାହା ମୁଁ ଜାଣି ନାହିଁ । ଜଣେ ବିଧାୟକ ହିସାବରେ ମୁଁ ସେଠାରେ ଜନ କଲ୍ୟାଣ କାର୍ଯ୍ୟକୁ ନେଇ ଉପସ୍ଥିତ ଥିବା ବେଳେ ବିଜେପି କର୍ମକର୍ତ୍ତାମାନେ ଏମିତି ଅଗଣତାନ୍ତ୍ରିକ ଉପାୟରେ ବିରୋଧ କରିବା ଅନୁଚିତ,’’ କହିଥିଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | UPରେକାର୍ ଚକ ତଳେ କୃଷକ ମୃତ୍ୟୁଘଟଣାର VIDEO ଦେଖାଇ ପ୍ରଶ୍ନ ଉଠାଇଲେ ପ୍ରିୟଙ୍କା ଗାନ୍ଧୀ

ସେହି ଘଟଣା ପରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଜାରି ହୋଇଥିବା ଗୋଟିଏ ବାକ୍ୟର ନୋଟିସରେ ପ୍ରଶାନ୍ତ ଜଗଦ୍ଦେବଙ୍କ ନିଲମ୍ବନ ସମ୍ପର୍କରେ ସୂଚନା ଦିଆଯାଇଥିଲା, ମାତ୍ର କୌଣସି କାରଣ ଦର୍ଶାଯାଇ ନ ଥିଲା ।
Published by: Anand S.T. Das
First published: October 8, 2021, 9:25 PM IST