ପୁରୀରେ ପଞ୍ଚୁକ: ପାଣିରେ ବୁଡ଼ି ଚୁମ୍ବକ ମାଳରେ ଟଙ୍କା ଖୋଜୁଛନ୍ତି ପିଲାଏ; ପ୍ରଶାସନର ଦୃଷ୍ଟି ପଡ଼ୁନି

କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସା ଉପରେ କଟକଣା ଥିଲେ ବି ମହୋଦଧି ଓ ତୀର୍ଥ ପୁଷ୍କରିଣୀରେ ବୋଇତ ବନ୍ଦାଣ ହୋଇଥିଲା । ଲୋକେ ଡଙ୍ଗାରେ ପାଞ୍ଚ ଟଙ୍କିଆ ଓ ୧୦ ଟଙ୍କିଆ କଏନ୍ ରଖି ଭସାଇଥିଲେ । ସେହି ଟଙ୍କା ଖୋଜିବାକୁ ବିପଦଜନକ ଭାବେ ପାଣିରେ ବୁଡ଼ିଥିଲେ ଅନେକ ଛୋଟ ପିଲା ।

ପୁରୀରେ ପଞ୍ଚୁକ: ପାଣିରେ ବୁଡ଼ି ଚୁମ୍ବକ ମାଳରେ ଟଙ୍କା ଖୋଜୁଛନ୍ତି ପିଲାଏ; ପ୍ରଶାସନର ଦୃଷ୍ଟି ପଡ଼ୁନି
ପ୍ରାର୍ଥନାରତ ହବିଷ୍ୟାଳି ଓ (ଡାହାଣ) କଏନ୍ ଖୋଜୁଥିବା ପିଲାଏ
  • News18 Odia
  • Last Updated: December 2, 2020, 11:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: କୋଭିଡର ପ୍ରଭାବ ଯୋଗୁଁ ଦୀର୍ଘ ନଅ ମାସ ଧରି ଲାଗିଥିବା କଟକଣା କାରଣରୁ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିବାର ଏକ କରୁଣ ପରିଣତି ଦେଖିବାକୁ ମିଳିଛି ପୁରୀରେ । ଯେଉଁ ବୟସରେ ପିଲାଏ ବହିବସ୍ତାନୀ ଧରି ପାଠ ପଢ଼ିବା କଥା ସେହି ବୟସରେ ଅନେକ ପିଲା ଛେଳି ଜଗିବା, ରାସ୍ତା କଡ଼ ଦୋକାନରେ କାମ କରିବା ଓ ମାଛ ଧରିବା ସହ ଏବେ ପାଣିରେ ବୁଡ଼ି ପଇସା ଖୋଜିବାରେ ମାତିଛନ୍ତି ।

କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସା ଉପରେ କଟକଣା ଥିଲେ ବି ମହୋଦଧି ଓ ତୀର୍ଥ ପୁଷ୍କରିଣୀରେ ବୋଇତ ବନ୍ଦାଣ ହୋଇଥିଲା । ଅନେକ ଲୋକ ଡଙ୍ଗାରେ କିଛି ପାଞ୍ଚ ଟଙ୍କିଆ ଓ ୧୦ ଟଙ୍କିଆ  କଏନ୍‌ ରଖି ସେଗୁଡ଼ିକୁ ଭସାଇଥିଲେ । ତା’ପରେ ସେହି ଟଙ୍କା ଖୋଜିବା ପାଇଁ ବିପଦଜନକ ଭାବେ ପାଣିରେ ବୁଡ଼ିଥିଲେ ଅନେକ ଛୋଟ ଛୋଟ ପିଲା । ସେମାନଙ୍କ ମଧ୍ୟରୁ ଅନେକ ଆଘାତପ୍ରାପ୍ତ ବି ହୋଇଥିଲେ ।

ଏହା ବି ପଢ଼ନ୍ତୁ | ଛାଡ଼ଖାଇ: ଛେଳିର ନାମ ମୋଦି’; ଗ୍ରାହକ ଦେଉଛି ୭୦ ଲକ୍ଷ ଟଙ୍କା , ହେଲେ ମାଲିକ ମାଗୁଛି . କୋଟି ଟଙ୍କା

‘‘ପାଠପଢ଼ା ବୟସରେ ଟଙ୍କା ଖୋଜିବା ଏହି ପିଲାମାନଙ୍କର ଦୋଷ ନୁହେଁ । ସେମାନଙ୍କ ପରିବାରର ଖରାପ ଆର୍ଥିକ ସ୍ଥିତି ହିଁ ଏଭଳି କରିବାକୁ ତାଙ୍କୁ ବାଧ୍ୟ କରୁଛି,’’ କହିଛନ୍ତି ସମାଜସେବୀ ଚିନ୍ମୟ ଦାସ ।

ଛୋଟ ଚୁମ୍ବକକୁ ପ୍ଲାଷ୍ଟିକ ରସିରେ ବାନ୍ଧି ପାଣିକୁ ପକାଇବା ପରେ କଏନ୍ ଖୋଜୁଛନ୍ତି ପିଲାଏ ।


ସାଧାରଣତଃ ପଞ୍ଚୁକ ଆରମ୍ଭ ହେବା ଦିନରୁ କିଛି ଶ୍ରଦ୍ଧାଳୁ ତୀର୍ଥ ପୁଷ୍କରିଣୀରେ ଓ ମହୋଦଧିରେ ସ୍ନାନ କରିବା ପରେ ଟଙ୍କା ଓ ସୁନା ବା ରୂପା ଅଳଙ୍କାର ପାଣିରେ ପକେଇଥାନ୍ତି । ଶୁଦ୍ଧିକ୍ରିୟା ଓ ମାନସିକ ବାଳ ପକାଇବାକୁ ଆସୁଥିବା ଶ୍ରଦ୍ଧାଳୁମାନେ ବି ଟଙ୍କା ଆଦି ପକାନ୍ତି । ତେଣୁ ଏହି ଅଞ୍ଚଳର ଅନେକ ପିଲା ପ୍ରତି ବର୍ଷ ଏମିତି ଟଙ୍କା ଖୋଜନ୍ତି । ଏ ଥର ହବିଷ୍ୟାଳିମାନେ ମାର୍କଣ୍ଡ ପୁଷ୍କରିଣୀରେ ସ୍ନାନ କରିବାକୁ ଯାଇ ସେଠି ବେଶ୍‌ କିଛି ଶିଶୁଙ୍କୁ ପାଣିରେ ବୁଡ଼ି ରେଜା ଟଙ୍କା ଖୋଜୁଥିବା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ।

ଏହା ବି ପଢ଼ନ୍ତୁ | UKରେ ସର୍ଭେଲକଡାଉନରେ ଲୋକେ Sex କମ୍ କଲେହେଲେ ସେମାନଙ୍କ ସମ୍ପର୍କ ଦୃଢ଼ ହେଲା

‘‘ପିଲାମାନେ ଡ଼ାକବାଜି ଯନ୍ତ୍ରର ସ୍ପିକରରୁ ବାହାରୁଥିବା ଛୋଟ ଚୁମ୍ବକକୁ ପ୍ଲାଷ୍ଟିକ ରସିରେ ବାନ୍ଧି ପାଣିକୁ ପକାଉଥିଲେ । ତା’ପରେ ପାଣିରେ ବୁଡ଼ି ସେଥିରେ ଲାଗିଥିବା ଟଙ୍କା ଓ ଧାତୁକୁ ନେଉଥିଲେ । ଶିଶୁମାନଙ୍କର ଏଭଳି ବିଶୃଙ୍ଖଳିତ ଆଚରଣ ନେଇ ଅମେମାନେ ତାଙ୍କୁ ପାଟିକଲେ ସୁଦ୍ଧା ସେମାନେ ବେଫିକର ହୋଇ ରେଜା ଟଙ୍କା ଖୋଜିବାରେ ବ୍ୟସ୍ତ ରହୁଥିବା ଦେଖିଥିଲୁ । ସରକାରୀ ସ୍ତରରେ ଏହି ଘଟଣା ଉପରେ ପଦକ୍ଷେପ ନେଇ ଏହାକୁ ରୋକାଯିବା ଉଚିତ,’’ କହିଛନ୍ତି କାକଟପୁରରୁ ଆସିଥିବା ୭୮ ବର୍ଷୀୟ ଶ୍ରଦ୍ଧାଳୁ ମିନାମଣୀ ଦୀକ୍ଷିତ ।

ଏହା ବି ପଢ଼ନ୍ତୁ | ଚୀନର ଗବେଷକମାନେ କହୁଛନ୍ତି କରୋନା ଭାଇରସ୍ ଭାରତରୁ ଆରମ୍ଭ ହୋଇ ବିଶ୍ୱକୁ ବ୍ୟାପିଥିଲା!

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ ତ୍ରିପାଠୀ କହିଛନ୍ତି, ‘‘ତୀର୍ଥ ପୁଷ୍କରିଣୀ ନିକଟରେ ରହୁଥିବା ଛୋଟ ପିଲାମାନେ ଏଭଳି କରୁଥିବା ନଜରକୁ ଆସିଛି । ତା’ ସହ ମହୋଦଧିରେ ମତ୍ସ୍ୟଜୀବୀ ପରିବାରର ଛୋଟ ପିଲାମାନେ ଏଭଳି କରୁଛନ୍ତି । ସେମାନଙ୍କ ପରିବାର ଲୋକଙ୍କୁ ତାଗିଦ କରାଯାଇଛି । ତଥାପି ସେମାନେ ଏ ନେଇ ବାରଣ କରୁ ନ ଥିବାରୁ ସେମାନଙ୍କ ପରିବାର ଲୋକଙ୍କ ଉପରେ ଦଣ୍ଡ ବିଧାନ କରାଯିବାର ବ୍ୟବସ୍ଥା ରହିଛି ।’’



ଶିଶୁ ସୁରକ୍ଷା ନେଇ ପ୍ରଶାସନିକ ସ୍ତରରେ ଅନେକ ବ୍ୟବସ୍ଥା ରହିଥିବା ସତ୍ତ୍ୱେ ପୁରୀରେ ଶୈଶବକୁ ଏମିତି ବିପଦ ମୁହଁକୁ ଯାଉଥିବା ଦେଖି କାହିଁକି ପଦକ୍ଷେପ ନିଆଯାଉ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀମାନେ । ପ୍ରଶାସନିକ ଅବହେଳା ଯୋଗୁଁ ଏହା ଉପରେ ଅଙ୍କୁଶ ଲାଗିପାରୁନି ବୋଲି ସେମାନେ କହିଛନ୍ତି ।
Published by: Anand Shankar Thankur Das
First published: December 2, 2020, 11:59 PM IST