ତାଳବଣିଆ ଜଙ୍ଗଲ ବଞ୍ଚାଅ ଅଭିଯାନରେ ଭାଗ ନେଉଛନ୍ତି ଶିଶୁ; ପଶୁ ବେଶରେ କରୁଛନ୍ତି ସଚେତନ

ଉମିଦ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଅଭିନବ ଉପାୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରୟାସ ଜାରି ରହିଛି । ଏଥିପାଇଁ ପାଇଁ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା, ବୁଦ୍ଧିଜୀବୀ, କ୍ରୀଡ଼ାପ୍ରେମୀ ସାମିଲ ହେଉଛନ୍ତି।

ତାଳବଣିଆ ଜଙ୍ଗଲ ବଞ୍ଚାଅ ଅଭିଯାନରେ ଭାଗ ନେଉଛନ୍ତି ଶିଶୁ (ପ୍ରତୀକାତ୍ମକ ଛବି)

ତାଳବଣିଆ ଜଙ୍ଗଲ ବଞ୍ଚାଅ ଅଭିଯାନରେ ଭାଗ ନେଉଛନ୍ତି ଶିଶୁ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ପୁରୀ: 'ଆମ ପରିବେଶ ଆମ ଦାୟିତ୍ୱ'। ପ୍ରତି ରବିବାରର ତାଳବଣିଆ ଜଙ୍ଗଲ ବଞ୍ଚାଅ ଅଭିଯାନ ଚାଲୁଛି । ଉମିଦ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ପ୍ରତି ରବିବାର ଦିନ ଅଭିନବ ଉପାୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରୟାସ ଜାରି ରହିଛି । ସମସ୍ତେ ମିଳିମିଶି ନିଶ୍ଚିତ ଶ୍ରୀକ୍ଷେତ୍ରକୁ ସ୍ୱଚ୍ଛ ଓ ସବୁଜିମା ମଣ୍ଡିତ କରିବା ଉଧେଶ୍ୱରେ ଜଙ୍ଗଲ ସୁରକ୍ଷା ପାଇଁ ସଚେତନ କରାଯାଇଛି ।

ବର୍ଜ୍ୟଜଳ ଓ ଆବର୍ଜନା ପାଣି ବୁଡ଼ି ନଷ୍ଟ ହେଲାଣି ମଧୁରଜଳ ତାଳବଣିଆ ଅଞ୍ଚଳ ।ଆଉ ଏହାର ପରିବେଶର ସୁଧାର ଆଣିବା ପାଇଁ ଉମିଦ ଫାଉଣ୍ଡେସନ ପକ୍ଷରୁ ଚାଲିଛି ନିରବଛିନ୍ନ ଉଦ୍ୟମ । 'ଆମ ପରିବେଶ ଆମ ଦାୟିତ୍ୱ'ଡାକରା ଦେଇ ପ୍ରତି ରବିବାର ସ୍ୱତନ୍ତ୍ର ସଚେତନତାରେ ଜାରୀ ରହିଛି ତାଳବଣିଆ ବଞ୍ଚାଅ ଅଭିଯାନ ।

ଏଥିପାଇଁ ପାଇଁ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା, ବୁଦ୍ଧିଜୀବୀ  ,କ୍ରୀଡ଼ାପ୍ରେମୀ ସାମିଲ ହେବାରେ ଲାଗିଛନ୍ତି। ଆଉ ସହରବାସୀ ଏଥିରେ ନିଜ ଆଡୁ ସାମିଲ ହେଉଛନ୍ତି," କହିଛନ୍ତି ବରିଷ୍ଠ ସାମ୍ବାଦିକ ତଥା ସ୍ୱେଚ୍ଛାସେବୀ ଜିତେନ୍ଦ୍ର ମିଶ୍ର।

"ଗଛରେ ଓହଳିଥିଲା ମାଙ୍କଡ଼ । ହାତରେ ଥିଲା ପରିବେଶ ସୁରକ୍ଷାର ବାର୍ତ୍ତା।ହରିଣ , ବାଘ, ଭାଲୁ ନେହୁରା ହେଉଥିଲେ ତାଳବଣିଆ ଜଙ୍ଗଲ ସୁରକ୍ଷା ପାଈଁ ।ରାସ୍ତାରେ ହୋଇଥିଲା ଲାଇଭ ସୋ ।ଦ୍ରୁତଗାମୀ ଗାଡି ଧକ୍କରେ ଆହତ ହୋଇଥିଲା ହରିଣ ଛୁଆ । ମନୁଷ୍ୟର ଅମାନବୀୟ କାର୍ଯ୍ୟରେ କିଭଳି ପ୍ରାକୃତିକ ପରିବେଶ ଓ ଜୀବଜନ୍ତୁ କିଭଳି ଧ୍ୱଂସ ମୁଖରେ ପଡ଼ୁଛନ୍ତି ବୁଝାପଡୁଥିଲା ।ଶିଶୁମାନଙ୍କ ଏଭଳି ସଚେତନତା ପାଇଁ ବେଶ ଖୁସି,"କହିଛନ୍ତି ସମାଜସେବୀ ସୁକାନ୍ତ ପଣ୍ଡା।

"ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଶିଶୁ କଳାକାର ମଧ୍ୟରେ ଥିଲେ ଜଣେ ମାଷ୍ଟର । ବର୍ଜ୍ୟବସ୍ତୁ ଭର୍ତ୍ତି ତାଳବଣିଆ ଜଙ୍ଗଲରେ ହରିଣ ,ବାଘ,ଭାଲୁ ଓ ମାଙ୍କଡ଼ ବେଶ ଧାରଣ କରି ମଧୁର ଜଳ ଅଞ୍ଚଳ କିଭଳି ଆବର୍ଜନା ମୁକ୍ତ ହେବ । ସେ ନେଇ କୁନି ଶିଶୁ କଳାକାରମାନେ ରାସ୍ତାରେ ପର୍ଯ୍ୟଟକ ଓ ପଥଚାରୀଙ୍କ ମଧରେ ପରିବେଶ ସୁରକ୍ଷା ବାର୍ତ୍ତା ଦେବା ଅବସରରେ ଚମତ୍କାର ଅଭିନୟ କରି ଲୋକଙ୍କ ମନ ମୋହିଥିଲେ," କହିଛନ୍ତି ଉମିଦ ଫାଉଣ୍ଡେସନର ଆବାହକ ସରୋଜ ମିଶ୍ର ।"

'ତାଳବଣିଆ ବଞ୍ଚାଅ' ଅଭିଯାନରେ ଅନେକ ସଚେତନ ନାଗରିକ ସାମିଲ ହେଇଥିବା ବେଳେ ଏହି ମହତ୍ୱପୂର୍ଣ୍ଣ କାର୍ଯ୍ୟରେ ସମସ୍ତେ ଯୋଗଦେବାକୁ ଉମିଦ ଅନୁଷ୍ଠାନ ପକ୍ଷରୁ ଆହ୍ୱାନ କରାଯାଇଛି।
Published by:Soumya Das
First published: