କିଛି ବାପା ବାଟ ଛାଡ଼ିବେ... ଆଉ କିଛି ମିଶିକି ଲଢ଼ିବେ... ଚର୍ଚ୍ଚାରେ ଦିପାଲି, ମନ୍ମଥ, ଅରବିନ୍ଦ

ଆଗାମୀ ନିର୍ବାଚନରେ ରାଜ୍ୟ ରାଜନୀତିରେ ଦେଖିବାକୁ ମିଳିପାରେ ଭିନ୍ନ ଦୃଶ୍ୟ । ଏଥର ତିନି ଦଳର କିଛି ବରିଷ୍ଠ ନେତାଙ୍କ ପୁଅ, ଝିଅ ଓହ୍ଲାଇପାରନ୍ତି ନିର୍ବଚନୀ ମୈଦାନକୁ ।

କିଛି ବାପା ବାଟ ଛାଡ଼ିବେ... ଆଉ କିଛି ମିଶିକି ଲଢ଼ିବେ.

କିଛି ବାପା ବାଟ ଛାଡ଼ିବେ... ଆଉ କିଛି ମିଶିକି ଲଢ଼ିବେ.

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; କୁହାଯାଏ ବାପାଙ୍କ ଅନ୍ତେ ପୁଅ । ରାଜ୍ୟ ରାଜନୀତିରେ ଏ ଉକ୍ତିର ସତ୍ୟତା ପୂର୍ବରୁ ପ୍ରମାଣିତ ହୋଇଛି । ୨୦୨୪ ନିର୍ବାଚନରେ ପୁଣି ଥରେ ପ୍ରମାଣିତ ହେବାକୁ ଯାଉଛି । ଏଥର ତିନି ଦଳର ଅନେକ ନେତାଙ୍କ ପୁଅ, ଝିଅ ଓହ୍ଲାଇ ପାରନ୍ତି ନିର୍ବଚନୀ ମୈଦାନକୁ । ନିଜେ ନ ଲଢ଼ି ପୁଅ କିମ୍ବା ଝିଅଙ୍କୁ ଲିଫ୍ଟ ଦେଇପାରନ୍ତି ବହୁ ଭେଟେରାନ । ଆଗାମୀ ନିର୍ବାଚନରେ ରାଜ୍ୟ ରାଜନୀତି କ୍ଷେତ୍ରରେ ଦେଖିବାକୁ ମିଳିପାରେ ଭିନ୍ନ ଦୃଶ୍ୟ ।

ପ୍ରତ୍ୟକ୍ଷ ନିର୍ବାଚନ ରାଜନୀତିରୁ ବିରତ ରହିପାରନ୍ତି ତିନି ପ୍ରମୁଖ ଦଳର ବହୁ ବରିଷ୍ଠ ରାଜନେତା । ପୁଅ କିମ୍ବା ଝିଅଙ୍କୁ ଦେଇପାରନ୍ତି ଲିଫ୍ଟ । ଯାହାର ଆଭାସ ଏବେଠାରୁ ମିଳିସାରିଲାଣି । କିଛି ତୁଙ୍ଗ ନେତା ତ ଏକଥାକୁ ଖୋଲାଖୋଲି ସ୍ୱୀକାର କରୁଛନ୍ତି । ସେ ଭିତରେ ଅଧିକ ଚର୍ଚ୍ଚାରେ ଅଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ । ଆଉ ନିର୍ବାଚନ ଲଢ଼ିବେନି କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ ରାଉତରାୟ । ୧୯୭୭ରେ ଜଟଣୀରୁ ଜନତା ପାର୍ଟିରୁ ଲଢ଼ି ବିଜୟୀ ହୋଇଥିବା ସୁରେଶ, ୧୯୮୦, ୧୯୮୫, ୧୯୯୫, ୨୦୦୦ ଏବଂ ୨୦୧୯ରେ କଂଗ୍ରେସ ଟିକେଟକୁ ବିଜୟୀ ହୋଇଛନ୍ତି । ବୟସ ୮୦ ଛୁଇଁଲାଣି, ଆଉ ଲଢ଼ିବେନି । ଆଗାମୀ ନିର୍ବାଚନରେ ସାନ ପୁଅ ତଥା ଏୟାର ଇଣ୍ଡିଆରେ ପାଇଲଟ୍ ଥିବା ମନ୍ମଥ ରାଉତରାୟଙ୍କୁ ମୈଦାନକୁ ଛାଡ଼ିବେ ସୁରେଶ । ବିଗତ କିଛି ଦିନ ଧରି ଜଟଣୀ ନିର୍ବାଚନ କ୍ଷେତ୍ରରେ ବିଭିନ୍ନ ସଭା ସମିତିରେ ମନ୍ମଥଙ୍କୁ ଦେଖିବାକୁ ମିଳୁଛି ।

ସେହିପରି ରାଜ୍ୟ ରାଜନୀତିରେ ଚର୍ଚ୍ଚିତ ଚେହେରା ବିଜୟ ମହାପାତ୍ରଙ୍କ ପୁଅ ସଫ୍ଟୱେର ଇଂଜିନିୟର ଅରବିନ୍ଦ ମହାପାତ୍ରଙ୍କୁ ନେଇ ବି ଚାଲିଛି ଜୋରଦାର ଚର୍ଚ୍ଚା । ଆଗାମୀ ନିର୍ବାଚନରେ ଅରବିନ୍ଦ ନିର୍ବାଚନ ଲଢ଼ିବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି । ୨୦୧୯ରୁ ପାଟକୁରା ଓ ମହାକାଳପଡ଼ା ନିର୍ବାଚନୀ କ୍ଷେତ୍ରରେ ଆକ୍ଟିଭ୍ ଅଛନ୍ତି ଅରବିନ୍ଦ । ୧୯୮୦ରୁ ଲଗାତର ୪ ଥର କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀରୁ ଜିତି ପତିଆରା ଜାହିର କରିଥିବା ବିଜୟ ମହାପାତ୍ର ୨୦୧୪ ଓ ୨୦୧୯ରେ ବିଜେପି ଟିକେଟରୁ ଲଢ଼ି ପରାସ୍ତ ହୋଇଥିଲେ । ପୁଅକୁ ସୁଯୋଗ ଦେବା ସହ ନିଜେ ବିଜୟ ମଧ୍ୟ ନିର୍ବାଚନ ଲଢ଼ିପାରନ୍ତି ବୋଲି କୁହାଯାଉଛି ।

ବରିଷ୍ଠ ବିଜେଡି ନେତା ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୁଅ ବିପ୍ଲବଙ୍କୁ ଏଥର ନିର୍ବାଚନୀ ମୈଦାନରେ ଦେଖିବାକୁ ମିଳିପାରେ ।  କାରଣ ସ୍ୱାସ୍ଥ୍ୟଗତ କାରଣରୁ ପ୍ରତ୍ୟକ୍ଷ ନିର୍ବାଚନକୁ ବାଏ ବାଏ କରିପାରନ୍ତି  ସୂର୍ଯ୍ୟ । ବାପାଙ୍କ ଦେହ ଭଲ ରହୁ ନ ଥିବାରୁ ଏମବିଏ ଗ୍ରାଜୁଏଟ୍‌ ବିପ୍ଲବ ପାତ୍ର ଏବେ ବେଶ୍ ସକ୍ରିୟ । ଗତ ପଞ୍ଚାୟତ ନିର୍ବାଚନରେ ବିଭିନ୍ନ ସଭା ଓ ସମିତରେ ଭାଗ ନେଇଥିଲେ ସମ୍ବିତ । ୧୯୯୦ରୁ ଦିଗପହଣ୍ଡି ଆସନରୁ କ୍ରମାଗତ ୭ ଥର ଜିତି ଆସିଛନ୍ତି ସୂର୍ଯ୍ୟ । ତେଣୁ ବାପାଙ୍କ ଗଡ଼ରେ ପୁଅ ଜନସଂପର୍କ ବଢ଼ାଇ ଆସିଲେଣି। ସେହିପରି ବିଜେଡିର ଅନ୍ୟତମ ବରିଷ୍ଠ ନେତା ତଥା ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଆସନରୁ ୬ ଥର ବିଧାୟକ ରହି ଆସିଥିବା ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କ ନିର୍ବାଚନ ଲଢ଼ିବା ସମ୍ଭାବନା ବେଶ୍ ଉଜ୍ୱଳ । ବରପଦା ଇଂଜିନିୟରିଂ କଲେଜର ଅଧ୍ୟକ୍ଷ ଥିବା ପ୍ରୟାସକାନ୍ତି ସ୍ଥାନୀୟ ଅଞ୍ଚରେ ଯୁବ ନେତା ଭାବେ ପତିଆରା ଜାହିର କରି ସାରିଲେଣି । ଅନେକ ଥର ନିର୍ବାଚନ ବେଳେ ବାପାଙ୍କ ପାଇଁ କ୍ୟାମ୍ପେନ କରିଛନ୍ତି ।

ସେହିପରି  ବିଜେଡିର ଅନ୍ୟତମ ବରିଷ୍ଠ ନେତା ବଦ୍ରିନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ରଙ୍କୁ ଏଥର ଦେଖିବାକୁ ମିଳିପାରେ ନିର୍ବାଚନୀ ମୈଦାନରେ । କେନ୍ଦୁଝର ଜିଲ୍ଲା ଘସିପୁରା କ୍ଷେତ୍ରରୁ ୫ ଥର ବିଧାୟକ ହୋଇଥିବା ବଦ୍ରିଙ୍କ ପୁଅ ଦେବାଶିଷ ୨ ଦଶନ୍ଧି ହେଲାଣି ରାଜନୀତିରେ ବେଶ୍ ଆକ୍ଟିଭ୍ ଅଛନ୍ତି । ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ଘସିପୁରା ବ୍ଲକ ଅଧ୍ୟକ୍ଷ ବି ଥିଲେ ଦେବାଶିଷ । କେବଳ ପୁଅ ନୁହେଁ, ଝିଅଙ୍କ ପାଇଁ ପଲିଟିକାଲ୍ ପ୍ଲାନ୍ କରିଛନ୍ତି ଭେଟରାଲନ ଲିଡର । ଝାରସୁଗୁଡ଼ାର ପ୍ରଭାବଶାଳୀ ନେତା ନବକିଶୋରଙ୍କ ଦାସଙ୍କ ଝିଅ ଦୀପାଳିଙ୍କୁ ନେଇ ମଧ୍ୟ ଏବେ ବେଶ୍ ଚର୍ଚ୍ଚା । ଝାରସୁଗୁଡ଼ା ବିଧାନସଭା ଆସନରୁ ୨ ଥର କଂଗ୍ରେସ ଟିକେଟ ଏବଂ ଥରେ ବିଜେଡି ଟିକେଟରେ ବିଜୟୀ ହୋଇଛନ୍ତି ନବକିଶୋର ।  କୁହାଯାଉଛି, ଏମବିଏ ଗ୍ରାଜୁଏଟ୍ ଝିଅ ଦୀପାଳିଙ୍କୁ ଏଥର ଲିଫ୍ଟ୍ ଦେଇପାରନ୍ତି ନବ । ଉଚ୍ଚଶିକ୍ଷିତା ଦୀପାଳି ବିଗତ କିଛି ବର୍ଷ ହେବ ବାପାଙ୍କ ସହ ବିଭିନ୍ନ ରାଜନୈତିକ ସଭା, ସମିତିରେ ଆକ୍ଟିଭ୍ ରହୁଛନ୍ତି । ବ୍ରଜରାଜନଗର ଉପନିର୍ବାଚନ ବେଳେ ବିଜେଡି ମହିଳା ପ୍ରଚାର ଟିମ୍‌ର ସଂଯୋଜକ ଥିଲେ ଦୀପାଳି । ତେଣୁ ୨୦୨୪ରେ ଦୀପାଳିଙ୍କୁ ଟିକେଟ୍ ମିଳିବା ସମ୍ଭାବନା ଅଧିକ ଥିବା ରାଜନୀତି ସମୀକ୍ଷକ କହିଛନ୍ତି ।

କଂଗ୍ରେସ ରାଜନୀତିରେ ଚର୍ଚ୍ଚିତ ଚେହେରା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ର ବି ଚର୍ଚ୍ଚାରେ । ୧୯୯୫, ୨୦୦୦ ଏବଂ ୨୦୦୪ରେ ବ୍ରହ୍ମଗିରି ଆସନରୁ ବିଜୟୀ ହୋଇଥିଲେ ଲୁଲୁ । ୨୦୧୪ରେ ବାପାଙ୍କ ସହ କ୍ୟାମ୍ପେନ କରିଥିଲେ କରିଥିଲେ ଉପାସନା । ବାପାଙ୍କ ବିୟୋଗ ପରେ ବିଜେପିରେ ଯୋଗଦେଲେ । ୨୦୧୯ରେ ଦାଦା ଳଲିତେନ୍ଦୁଙ୍କ ପାଇଁ ମଧ୍ୟ ପ୍ରଚାର କରିଥିଲେ । ଏଥର ଉପାସନା ନିର୍ବାଚନ ଲଢ଼ିବା ନେଇ ଜୋରଦାର ଚର୍ଚ୍ଚା ହେଉଛି ।

https://odia.news18.com/news/trending/bharat-jodo-yatra-started-in-ambala-4srm-100123-srm-147001.html
Published by:Soubhagya Mishra
First published: