ମା ପାଲଟିଲା ରାକ୍ଷସୀ! ନିଜ ହାତରେ ୬ ଦିନର ଶିଶୁ କନ୍ଯାର ନେଲା ଜୀବନ

ମା ପାଲଟିଲା ରାକ୍ଷସୀ । ହତ୍ଯା ଅଭିଯୋଗରେ ପୋଲିସ ଏହି ମାକୁ ଗିରଫ କରିଛି ।

ମା ପାଲଟିଲା ରାକ୍ଷସୀ!

ମା ପାଲଟିଲା ରାକ୍ଷସୀ!

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ବାଲେଶ୍ୱର: ମା ପାଲଟିଲା ରାକ୍ଷସୀ । ନିଜ ହାତରେ ନିଜେ ଜନ୍ମ କରିଥିବା ଶିଶୁ କନ୍ଯାକୁ ମାରିଦେଲା । କମର୍ଦ୍ଦା ଥାନା ସିଆଁରୋଇ ଗାଁ ବନ୍ଦନା ପାତ୍ର ତଣ୍ଟି ଚିପି ନିଜ ଝିଅକୁ ହତ୍ଯା କରିଛନ୍ତି । ପୋଲିସ ବନ୍ଦନାକୁ ଗିରଫ କରିଛି ।

ବନ୍ଦନା ଗତମାସ ୨୭ ତାରିଖରେ ଝିଅକୁ ଘରେ ଜନ୍ମ ଦେଇଥିଲେ। ପୂର୍ବରୁ ତାଙ୍କର ୩ ବର୍ଷର ଝିଅ ରହିଛି। ପାରିବାରିକ ଚାପର ବଶବର୍ତ୍ତୀ ହୋଇ ସେ ଏଭଳି ଜଘଣ୍ୟକାଣ୍ଡ ଘଟାଇଥିବା ନେଇ ମିଳିଛି ସୂଚନା । ଚଳିତ ମାସ ୫ ତାରିଖରେ ଗାଁରେ ଏକ ଉତ୍ସବ ଚାଲିଥିବା ବେଳେ ବନ୍ଦନାଙ୍କ ଶିଶୁ ନିଖୋଜ ହୋଇଯାଇଥିବା ନେଇ ପ୍ରଚାର ହୋଇଯାଇଥିଲା। ପୋଲିସ ଏନେଇ ଖବର ପାଇବା ପରେ ତଦନ୍ତ ଆରମ୍ଭ କରିଥିଲା। ତେବେ ଏହାର ପରଦିନ ଗାଁ ପୋଖରୀରୁ ନବଜାତ ଶିଶୁକନ୍ୟାର ମୃତଦେହ ଠାବ ହୋଇଥିଲା।

RAIN IN ODISHA: ବର୍ଷାରେ ଭିଜିଲା ଅଧା ରାଜ୍ୟ ! ପବନ ସହ କୁଆପଥର ମାଡ.. ୨ ଆହତ

ସୂଚନା ପାଇ କମର୍ଦ୍ଦା ଥାନା ଅଧିକାରୀ ଓ ଜଳେଶ୍ଵର ଏସଡିପିଓ ଦିଲ୍ଲୀପ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଜଳେଶ୍ଵରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲେ। ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରି ଶିଶୁକନ୍ୟାର ମାଆ ବନ୍ଦନାଙ୍କ ସମେତ ସ୍ୱାମୀ ବଳାରାମ ପାତ୍ର ଓ ପରିବାରର ୪ ଜଣକୁ ଅଟକ ରଖି ପଚାରାଉଚାରା କରିଥିଲା। ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ବନ୍ଦନାଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଏସ୍‌ଡିପିଓ ଶ୍ରୀ ସାହୁ ସୂଚନା ଦେଇଛନ୍ତି। ସେପଟେ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ।
Published by:Soumya Das
First published: