ବାଲ୍ୟବିବାହ ଏକ ସାମାଜିକ ବ୍ୟାଧି; ବ୍ୟାପକ ସଚେତନତା ସୃଷ୍ଟି ଜରୁରୀ

ଆଇନ ଅନୁମୋଦିତ ବୟସ ଅନୁସାରେ ବିବାହ କାର୍ଯ୍ୟ ହେବା ବିଧେୟ । ଏହାର ଉଲ୍ଲଘଂନ ପାଇଁ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପ୍ରାବଧାନ ରହିଥିବାରୁ ଏହାର ବ୍ୟାପକ ସଚେତନତା ସୃଷ୍ଟି ଜରୁରୀ ।

ବାଲ୍ୟବିବାହ ଏକ ସାମାଜିକ ବ୍ୟାଧି; ବ୍ୟାପକ ସଚେତନତା ସୃଷ୍ଟି ଜରୁରୀ

ବାଲ୍ୟବିବାହ ଏକ ସାମାଜିକ ବ୍ୟାଧି; ବ୍ୟାପକ ସଚେତନତା ସୃଷ୍ଟି ଜରୁରୀ

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀ; ବାଲ୍ୟବିବାହ ନିରୋଧ ସମ୍ପର୍କରେ ଏକ କର୍ମଶାଳା ସଂସ୍କୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ, ୟୁନିସେଫ୍, ଆକ୍ସନଏଡ୍ , ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଓ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ କାର୍ଯ୍ୟକ୍ରମ କରାଯାଇଥିଲା ।



ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ କହିଛନ୍ତି ଯେ, ବିବାହ ଏକ ସାମାଜିକ ପବିତ୍ର କର୍ମ ଏହାକୁ ସମ୍ପର୍ଣ୍ଣ ପାଇଁ ସାମାଜିକ ଓ ଆଇନଗତ ବ୍ୟବସ୍ଥା ରହିଛି ବୋଲି କହିଛନ୍ତି । ତେଣୁ ଆଇନ ଅନୁମୋଦିତ ବୟସ ଅନୁସାରେ ବିବାହ କାର୍ଯ୍ୟ ହେବା ବିଧେୟ । ଏହାର ଉଲ୍ଲଘଂନ ପାଇଁ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପ୍ରାବଧାନ ରହିଥିବାରୁ ଏହାର ବ୍ୟାପକ ସଚେତନତା ସୃଷ୍ଟି ଜରୁରୀ । ବାଲ୍ୟବିବାହ ଏକ ସାମାଜିକ ବ୍ୟାଧି । ଏହାକୁ ରୋକିବା ଆମ ସମସ୍ତଙ୍କର ସାମାଜିକ ଦାୟିତ୍ୱ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ।

ଅତିରିକ୍ତ ଏସପି ପ୍ରଫୁଲ୍ଲ ଚନ୍ଦ୍ର ବଡଜେନା କହିଛନ୍ତି ଯେ, ବାଲ୍ୟବିବାହ ଓ ଶିଶୁ ସୁରକ୍ଷାକୁ ରୋକିବା ପାଇଁ ସରକାରଙ୍କ ତରଫରୁ ଅନେକ ପଦକ୍ଷେପ ନିଆଯାଇଛି । ଏଥିପାଇଁ ଶିଶୁ ସୁରକ୍ଷା ଆଇନରେ ଏକାଧିକ ବାର ସଂଶୋଧନ ମଧ୍ୟ ହୋଇଛି । ପୋଲିସ ଏଥିରେ ସମସ୍ତ ସହଯୋଗ ଯୋଗାଇ ଦେଉଛି । ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଚିନ୍ମୟୀ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କର୍ମଶାଳାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ମହାବୀର ରୁଦ୍ର ନାରାୟଣ ସାହୁ, ସଦସ୍ୟ ରାମ ଶଙ୍କର ପାତ୍ର, ଚାଇଲ୍ଡ ଲାଇନର ନିର୍ଦ୍ଦେଶକ ଦେବାଶିଷ ରଥ, କଳିଙ୍ଗ ବୈଶ୍ୟ ସମାଜ ମହିଳା ମହାସଂଘର ସଭାପତି ଗାୟତ୍ରୀ ପାତ୍ର, ଲିଙ୍ଗରାଜ ମହାରଣା, ନିମାପଡା ଜାମା ମସଜିଦର ମୌଲବୀ ଅବଦୁଲ କାଦିର, ଯାଦବ ମହାସଂଘ ସଭାପତି ରମେଶ ଚନ୍ଦ୍ର ବେହେରା, ପିପିଲି ବାପଟିଷ୍ଟ ଚର୍ଚ୍ଚର ଫାଦର, ବିଭିନ୍ନ ବ୍ଲକର ସିଡିପିଓ, ବିଭିନ୍ନ ଜାତି ସମ୍ପ୍ରଦାୟର ନେତୃମଣ୍ଡଳୀ, ଶିଶୁ ସୁରକ୍ଷା ୟୁନିଟର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ ।
Published by:Soubhagya Mishra
First published: