- News18 Odia
- Last Updated :
- Other, India
News18 Odia Digital
ମଞ୍ଚରେ ଦେଖିବାକୁ ମିଳିବନି କୁନି ବଳରାମଙ୍କ ଅଭିନୟ। ଖେଳୁ ଖେଳୁ ଚାଲିଗଲା ଉଡ଼ିଗଲା ପ୍ରାଣବାୟୁ। କୁନି କଳାକାର ଶ୍ରେୟାସ ପୂଝାରୀଙ୍କ ଦେହାନ୍ତ ହୋଇଛି । ଖେଳୁଥିବା ବେଳେ ତଳେ ପଡିଯିବାରୁ ଗୁରୁତର ହୋଇଥିଲେ । ହସ୍ପିଟାଲରେ ତାଙ୍କୁ ମୃତ ଘୋଷଣା କଲେ ଡାକ୍ତର ।
ହସ୍ପିଟାଲ ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶ୍ରେୟାସ ସ୍ଥାନୀୟ ଶିଶୁ ମନ୍ଦିରରେ ସପ୍ତମ ଶ୍ରେଣୀରେ ପଢୁଥିଲେ । ଧନୁଯାତ୍ରା ପାଇଁ ଗୋପପୁର ସାଜୁଥିବା ଅମ୍ବାପାଲିରେ ସେ ନିୟମିତ ଭାବେ ରିହରସଲ୍ ପାଇଁ ଆସୁଥିଲେ । ଏପରିକି ଗତକାଲି ମଧ୍ୟ ଡାଇଲଗ୍ ଅଭ୍ୟାସ କରିଥିଲେ ।
ଆଜି ହଠାତ ତାଙ୍କର ଅକାଳ ମୃତ୍ୟୁ ଯୋଗୁଁ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।