ସ୍ବଚ୍ଛ ସର୍ବେକ୍ଷଣ ୨୦୨୨ ଦ୍ରୁତ ଉନ୍ନତି ସହର ବର୍ଗରେ ଚିକିଟି NAC ଜାତୀୟ ସ୍ତରରେ ହେଲା ସମ୍ମାନିତ

ସ୍ବଚ୍ଛ ସର୍ବେକ୍ଷଣ ୨୦୨୨ ଦ୍ରୁତ ଉନ୍ନତି ସହର ବର୍ଗରେ ଚିକିଟି ଏନଏସି ଜାତୀୟ ସ୍ତରରେ ହେଲା ସମ୍ମାନିତ। ଆଗାମୀ ଦିନରେ ଅନ୍ୟ ବର୍ଗରେ ସଫଳତା ପାଇବା ପାଇଁ ପ୍ରୟାସ ଜାରି ରହିବ କହିଲେ ଏନଏସି କର୍ତ୍ତୃପକ୍ଷ ଓ ଅଧ୍ୟକ୍ଷା।

ସ୍ବଚ୍ଛ ସର୍ବେକ୍ଷଣ ୨୦୨୨ ଦ୍ରୁତ ଉନ୍ନତି ସହର ବର୍ଗରେ ଚିକିଟି NAC ଜାତୀୟ ସ୍ତରରେ ହେଲା ସମ୍ମାନିତ

ସ୍ବଚ୍ଛ ସର୍ବେକ୍ଷଣ ୨୦୨୨ ଦ୍ରୁତ ଉନ୍ନତି ସହର ବର୍ଗରେ ଚିକିଟି NAC ଜାତୀୟ ସ୍ତରରେ ହେଲା ସମ୍ମାନିତ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ବ୍ରହ୍ମପୁର: ସ୍ବଚ୍ଛତା କ୍ଷେତ୍ରରେ ଜାତୀୟ ସ୍ତରରେ ସମ୍ମାନିତ ହୋଇଛି ଚିକିଟି ଏନଏସି। ଚିକିଟି ଏନଏସି ଦ୍ରୁତ ଉନ୍ନତି ସହର ବର୍ଗରେ ରାଜ୍ୟରେ ଏକ ରାଙ୍କରେ ରହିଛି। ନିକଟରେ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ସ୍ବଚ୍ଛ ସର୍ବେକ୍ଷଣ ୨୦୨୨ ପୁରସ୍କାର ପ୍ରଦାନ ଉତ୍ସବରେ ଚିକିଟି ଏନଏସିକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ଚିକିଟି ଏନଏସି ଅଧ୍ୟକ୍ଷା ଦୀପା କୁମାରୀ ସାହୁ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ପୁରସ୍କାର ଗ୍ରହଣ କରିଥିଲେ। ଏହି ପୁରସ୍କାର ପାଇବା ପରେ ଚିକିଟି ଏନଏସି ବାସିନ୍ଦା ବେଶ୍ ଖୁସି ଥିବା ବେଳେ ଆଗାମୀ ଦିନରେ ମଧ୍ୟ ଏଭଳି ସ୍ଥିତି ବଜାୟ ରଖାଯିବ ସେ ନେଇ ପ୍ରୟାସ ଜାରି ରହିବ ବୋଲି କହିଛନ୍ତି ଏନଏସି ଅଧ୍ୟକ୍ଷା ଓ କାର୍ଯ୍ୟନିର୍ବାହୀ ଅଧିକାରୀ।

ଗଞ୍ଜାମ ପାଇଁ ଗର୍ବ ଆଣିଲା ଚିକିଟି ଏନଏସି। ଚିକିଟି ଏନଏସି ଦ୍ରୁତ ଉନ୍ନତି ସହର ଦିଗରେ ଜାତୀୟ ସ୍ତରରେ ସମ୍ମାନିତ ହୋଇଛି। ନିକଟରେ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ସ୍ବଚ୍ଛ ସର୍ବେକ୍ଷଣ ୨୦୨୨ ପୁରସ୍କାର ପ୍ରଦାନ ଉତ୍ସବରେ ଏହି ଜାତୀୟ ସମ୍ମାନ ଚିକିଟି ଏନଏସିକୁ ପ୍ରଦାନ କରାଯାଇଛି। ଦ୍ରୁତ ଉନ୍ନତି ସହର ବର୍ଗରେ ମୋଟ ୪୩୫୫ଟି ଏନଏସି ସାମିଲ ହୋଇଥିଲା। ସମସ୍ତ ଏନଏସିକୁ ପଛରେ ପକାଇ ଚିକିଟି ଏନଏସି ପ୍ରଥମ ହୋଇଥିଲା। ବିଶେଷ କରି ସ୍ବଚ୍ଛତା କ୍ଷେତ୍ରରେ ଚିକିଟି ଏନଏସି ବେଶ୍ ଭଲ ପ୍ରଦର୍ଶନ କରିଥିଲା।

ସ୍ବଚ୍ଛ ସର୍ବେକ୍ଷଣ ୨୦୨୨ ଦ୍ରୁତ ଉନ୍ନତି ସହର ବର୍ଗରେ ଚିକିଟି NAC ଜାତୀୟ ସ୍ତରରେ ହେଲା ସମ୍ମାନିତ


‘‘ଏହି ସଫଳତା ପାଇଁ ଅନେକ ପରିଶ୍ରମ କରିବାକୁ ପଡ଼ିଥିଲା। ସ୍ବଚ୍ଛ ସର୍ବେକ୍ଷଣା ୨୦୨୨ ନିମନ୍ତେ ଯେଉଁ ସବୁ ନିୟମାବଳୀ ରହିଥିବା ତାହାକୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରାଯାଇଥିଲା। ଚିକିଟି ଏନଏସିକୁ କିଭଳି ସବୁ ଦିଗରୁ ଭଲ ପ୍ରର୍ଦଶନ କରିପାରିବ ସେ ନେଇ ବହୁତ କାମ କରିବାକୁ ପଡ଼ିଥିଲା। ପରିମଳ ଠାରୁ ଆରମ୍ଭ କରି ଡ୍ରେନେଜ ସବୁ କ୍ଷେତ୍ରକୁ ଦୃଷ୍ଟିରେ ରଖି ସମସ୍ତେ କଷ୍ଟ କରିଥିଲେ। ଯାହାଫଳରେ ଆଜି ଏହି ସଫଳତା ମିଳିଛି,’’ କହିଛନ୍ତି ଚିକିଟି ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ସମ୍ବିତ ସଂଗ୍ରାମଜିତ ସାହୁ।

ସେହିପରି ଚିକିଟି ଏନଏସି ଅଧ୍ୟକ୍ଷା ଦୀପା କୁମାରୀ ସାହୁ କହିଛନ୍ତି, ‘‘ଏହି ସଫଳତା ରାଜ୍ୟ ସରକାର, ସ୍ଥାନୀୟ ବିଧାୟକ, ଚିକିଟି ଏନଏସିର ଜନସାଧାରଣ ଓ ଏନଏସିର ପ୍ରତ୍ୟେକ କର୍ମକର୍ତ୍ତା ଯୋଗୁଁ ସମ୍ଭବ ହୋଇପାରିଛି। କାରଣ ସରକାରଙ୍କ ପ୍ରତ୍ୟେକ ଯୋଜନାର ସଠିକ ରୂପାୟନ କରିବା ସହ ତାହା ଲୋକଙ୍କ ନିକଟରେ ପହଞ୍ଚା ଯାଇଥିଲା। ଏହାସହିତ ସହରକୁ ସ୍ବଚ୍ଛ ରଖିବା ନିମନ୍ତେ ବିଭିନ୍ନ ପଦକ୍ଷେପ ନିଆଯିବା ସହିତ ତାହାକୁ କିଭଳି ସହରବାସୀ ପାଳନ କରିବେ ସେ ନେଇ ମଧ୍ୟ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା। ଲୋକେ ସଚେତନ ହେବା ଫଳରେ ଏହା ସମ୍ଭବପର ହୋଇପାରିଛି।’’

ଚିକିଟି ଏନଏସି ଜାତୀୟ ସ୍ତରରେ ପୁରସ୍କୃତ ହେବା ପରେ ଚିକିଟିରେ ଖେଳିଯାଇଛି ଖୁସୀର ଲହରୀ। କାରଣ ଗତ କିଛି ବର୍ଷର ଚିକିଟି ଓ ବର୍ତ୍ତମାନର ଚିକିଟି ମଧ୍ୟରେ ଅନେକ ଫରକ ରହିଛି।

ରାସ୍ତାଘାଟର ଉନ୍ନତି ଠାରୁ ଆରମ୍ଭ କରି ଡ୍ରେନେଜ ସବୁ କ୍ଷେତ୍ରରେ ପରିବର୍ତ୍ତନ ହୋଇଛି। ଅନେକ ନୂଆ ରାସ୍ତା ହେବା ସହିତ ଡ୍ରେନେ ସମସ୍ୟାର ସମାଧାନ ହୋଇଛି। ଏହାସହିତ ସହରର ବିଭିନ୍ନ ସ୍ଥାନରେ ପାର୍କ, ଶ୍ମଶାନ ଗୃହ, ସେଲଫି ପଏଣ୍ଟ ଓ ସୌନ୍ଦର୍ଯ୍ୟକରଣ ନିମନ୍ତେ ବିଭିନ୍ନ ମୂର୍ତ୍ତି ମାନ ନିର୍ମାଣ କରାଯିବା ସହିତ କାନ୍ଥ ଗୁଡ଼ିକରେ ପଟ୍ଟଚିତ୍ର ମଧ୍ୟ ଅଙ୍କନ କରାଯାଇଛି। ଯାହାକି ସହରର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରୁଛି ବୋଲି କହିଛନ୍ତି ଚିକିଟି ବାସିନ୍ଦା ଅନନ୍ତରାମ ପଣ୍ଡା ।

ଚିକିଟି ବାସିନ୍ଦା ନରସିଂହ ବେହେରା କହିଛନ୍ତି, ‘‘ଚିକିଟି ଏନଏସି ବାସିନ୍ଦାଙ୍କ ନିମନ୍ତେ ଅନେକ ସୁବିଧା ହୋଇଥିଲେ ସୁଦ୍ଧା ବର୍ତ୍ତମାନ ମଧ୍ୟ ଅନେକ କାମ ବାକି ରହିଛି। ସହରର କିଛି ସ୍ଥାନରେ କଲ୍ୟାଣ ମଣ୍ଡପ, ଶ୍ମଶାନ ଗୃହ ସହ ପରିମଳ ବ୍ୟବସ୍ଥାରେ ଉନ୍ନତି, ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ସ୍ବତନ୍ତ୍ର ଗୃହ ଭଳି କିଛି ଦାବି ରହିଛି। ଏହି ସବୁ ଦିଗକୁ ଦୃଷ୍ଟିରେ ରଖି ଏନଏସି କର୍ତ୍ତୃପକ୍ଷ କାମ କରିବେ ତେବେ ଆଗାମୀ ଦିନରେ ଏନଏସି ଆହୁରି ସ୍ବଚ୍ଛ ହେବା ସହିତ ସାରା ଦେଶରେ ଏକ ହୋଇପାରିବ ଆଶା ରହିଛି।’’

ସ୍ବଚ୍ଛ ସର୍ବେକ୍ଷଣ ୨୦୨୨ର ଦ୍ରୁତ ଉନ୍ନତି ସହର ବର୍ଗରେ ଚିକିଟି ଏନଏସି ସାରା ରାଜ୍ୟରେ ପ୍ରଥମ ହୋଇଥିବା ବେଳେ ଆଗାମୀ ଦିନରେ ଅନ୍ୟ ବର୍ଗରେ ମଧ୍ୟ କିଭଳି ଚିକିଟି ଏନଏସି ସଫଳତା ହାସଲ କରିବ ସେ ନେଇ ଏବେଠାରୁ କାମ ଆରମ୍ଭ ହୋଇଛି।
Published by:Lipina Das
First published: