ରାଜଧାନୀରେ ମେଟ୍ରୋ ଟ୍ରେନ ପାଇଁ ବଢିଲା ଆଶା; ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ

ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ ପାଇଁ ସୁବିଧା ଅଛି କି, କେଉଁଠୁ କେଉଁଠିକି ମେଟ୍ରୋ ଟ୍ରେନ ଗଡିବ ତାହା ନେଇ ଆଲୋଚନା ହୋଇଛି।

ସମୀକ୍ଷା କଲେ ଅଧିକାରୀ

ସମୀକ୍ଷା କଲେ ଅଧିକାରୀ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ବର: ଭୁବନେଶ୍ବରରେ ମେଟ୍ରୋ ଟ୍ରେନ ପାଇଁ ବଢିଲା ଆଶା । ଏ ନେଇ ଭୋର ସମୟରେ ହୋଇଛି ସର୍ଭେ ବା ରିଭ୍ୟୁ । କେଉଁ କେଉଁ ରୁଟ ଦେଇ ଯିବ ମେଟ୍ରୋ ଟ୍ରେନ ସେ ନେଇ ସମସ୍ତ ରୁଟର ରିଭ୍ୟୁ ହୋଇଛି । ଟ୍ରାଫିକ ବ୍ୟବସ୍ଥାଠୁ ଆରମ୍ଭ କରି ପାର୍କିଂ ସହିତ ସମସ୍ତ ଦିଗକୁ ନଜରରେ ରଖି ରିଭ୍ୟୁ କରାଯାଉଛି। ଭୁବନେଶ୍ୱର ବିମାନ ବନ୍ଦରରୁ ଆରମ୍ଭ କରି କଟକ ତ୍ରିଶୁଳିଆ ପର୍ଯ୍ୟନ୍ତ କରାଯାଇଛି ରିଭ୍ୟୁ । ସମସ୍ତ ଜାଗା ଦେଖିବା ସହ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ ।

LPG CYLINDER PRICE 1ST APRIL: ଏପ୍ରିଲ ପହିଲାରୁ ଖୁସି ଖବର; କମିଲା ସିଲିଣ୍ଡର ଦାମ

ବିଜୁ ପଟ୍ଟନାୟକ ବିମାନ ବନ୍ଦରଠାରୁ ଭୁବନେଶ୍ୱର ରେଲୱେ ଷ୍ଟେସନ, ବାଣୀବିହାର, ଜୟଦେବ ବିହାର, ପଟିଆ ଛକ ନନ୍ଦନକାନନ ଓ ତ୍ରିଶୁଳିଆରେ ସମୀକ୍ଷା କରାଯାଇଛି । ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ୍, ଉନ୍ନୟନ କମିଶନର ଅନୁ ଗର୍ଗ, ପରିବହନ ସଚିବ ଉଷା ପାଢ଼ୀ , ଗୃହ ଓ ନଗର ଉନ୍ନୟନ ବିଭାଗର ସଚିବ ଜି ମାଥ୍ୟୁ ଭାଥନମ, ଆଇଟି ପ୍ରମୁଖ ସଚିବ ମନୋଜ ମିଶ୍ର ଓ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଗ୍ରାଉଣ୍ଡ ଜିରୋକୁ ଯାଇ ସର୍ଭେ କରିଛନ୍ତି। କଟକ ତ୍ରିଶୂଳିଆରେ ପହଞ୍ଚିବା ପରେ କଟକ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ ରୁଟ ଚାର୍ଟର ନକ୍ସା ଦେଖାଇଥିଲେ। କାମ କିଭଳି ହେବ ଓ କେଉଁ ରୁଟ୍ ଦେଇ କାମ ଚାଲିବ ସେ ନେଇ ବ୍ୟାପକ ଆଲୋଚନା ହୋଇଥିଲା।
Published by:Soumya Das
First published: