ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ନାଁରେ ମୁଖ୍ୟ ମନ୍ତ୍ରୀଙ୍କ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର କହିଲେ ବିରୋଧୀ

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ନାଁରେ ମୁଖ୍ୟ ମନ୍ତ୍ରୀଙ୍କ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର କହିଲେ ବିରୋଧୀ

ଆସନ୍ତା ୪ ତାରିଖରେ ଗଜପତି ଓ ୮ରେ ମୁଖ୍ୟ ମନ୍ତ୍ରୀ ମୟୂରଭଞ୍ଜ ଗସ୍ତ କରିବା ଯୋଜନା ରହିଛି । ଏହାସହ ବିଜୁସ୍ଵାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ଼ ଓ ସରକାରୀ ପ୍ରକଳ୍ପର ଉଦଘାଟନ ମଧ୍ୟ କରିବେ ।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ନାଁରେ ମୁଖ୍ୟ ମନ୍ତ୍ରୀଙ୍କ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର କହିଲେ ବିରୋଧୀ
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ନାଁରେ ମୁଖ୍ୟ ମନ୍ତ୍ରୀଙ୍କ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର କହିଲେ ବିରୋଧୀ
  • News18 Odia
  • Last Updated: October 1, 2021, 11:00 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଆସନ୍ତା ଚାରି ତାରିଖରେ ମୁଖ୍ୟ ମନ୍ତ୍ରୀଙ୍କ ଗଜପତି ଓ ଆଠ ତାରିଖରେ ମୟୂରଭଞ୍ଜ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି। ଗସ୍ତର ଉଦ୍ଦେଶ୍ୟ ରହିଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ଼ ଵଣ୍ଟନ ଓ ସରକାରୀ ପ୍ରକଳ୍ପର ଘୋଷଣା କରିବେ। ଏହାକୁ ସ୍ମାର୍ଟ କାର୍ଡ଼ ବଣ୍ଟନ ନାଁରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ବୋଲି ବିରୋଧୀ କହୁଛନ୍ତି। ବିଜେଡି କହିଛି ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇବା ସହ ପ୍ରଚାରର କୌଣସି ସମ୍ପର୍କ ନାହିଁ।

ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ମାର୍ଟ କାର୍ଡ଼ ବଣ୍ଟନ ପ୍ରଥମେ ମାଲକାନଗିରିରୁ ଆରମ୍ଭ ହୋଇଥିଲା । ତା'ପରେ ସୁନ୍ଦରଗଡ, ବଲାଙ୍ଗୀରରେ ଵାଣ୍ଟିଲେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ଼। ଆସନ୍ତା ଚାରି ତାରିଖରେ ଗଜପତି ଓ ମୟୂରଭଞ୍ଜରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କୁ ସ୍ମାର୍ଟ କାର୍ଡ଼ ବାଣ୍ଟିବେ । ମୁଖ୍ୟ ମନ୍ତ୍ରୀ ଯେଉଁ ସ୍ଥାନକୁ ସ୍ମାର୍ଟ କାର୍ଡ଼ ବାଣ୍ଟିବାକୁ ଯାଉଛନ୍ତି ସେଠାରେ ସ୍ମାର୍ଟ କାର୍ଡ଼ ବଣ୍ଟନ ସହିତ କିଛି ସରକାରୀ ପ୍ରକଳ୍ପ ଘୋଷଣା କରୁଛନ୍ତି।

ମୁଖ୍ୟ ମନ୍ତ୍ରୀଙ୍କ ଏଭଳି ତୋଫାନୀ ଗସ୍ତରୁ ରାଜନୈତିକ ଗନ୍ଧ ବାରିଛନ୍ତି ବିରୋଧୀ। ସ୍ମାର୍ଟ କାର୍ଡ଼ ବଣ୍ଟନ ନାଁରେ ଏହା ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ବୋଲି ବିରୋଧୀ କହୁଛନ୍ତି । ବିଭିନ୍ନ ଜିଲ୍ଲା ବୁଲି ପ୍ରକଳ୍ପ ଘୋଷଣା କରି କର୍ମୀଙ୍କୁ ଉତ୍ସାହିତ କରୁଛନ୍ତି ।ଏହା ତାଙ୍କର ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ବୋଲି କହିଛନ୍ତି କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା


ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି, "ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟବାସୀ କେତେ ଲାଭ ପାଉଛନ୍ତି ତାହା ସମସ୍ତେ ଜାଣନ୍ତି। ଲୋକେ ମନ ପରିବର୍ତ୍ତନ କରିସାରିଲେଣି ଲମ୍ବା ସମୟ ଶାସନରେ ଥିବା ବିଜୁ ଜନତା ଦଳର ପରିବର୍ତ୍ତନ କରିବା ପାଇଁ। ବିଜେଡିକୁ ଲୋକ ଭୋଟ ନ ଦେବା ପାଇଁ ମନସ୍ଥ କଲେଣି। ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ମୁଖ୍ୟ ମନ୍ତ୍ରୀ ତୁହାକୁତୁହା ଜିଲ୍ଲା ଗସ୍ତ କରୁଛନ୍ତି। ଉଦ୍ଦେଶ୍ୟ ସ୍ମାର୍ଟ କାର୍ଡ଼ ବଣ୍ଟନ ନୁହେଁ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଚାର ଏହା।’’

ଏହାର ଜବାବରେ ବିଜେଡି କହିଛି ବିରୋଧୀ ସ୍ବାସ୍ଥ୍ୟ ସେବାକୁ ବୁଝି ପାରୁନାହାନ୍ତି। ରାଜ୍ୟର ୯୦ ଲକ୍ଷ ପରିବାର ଏହି ସୁବିଧାର ଲାଭ ପାଇବେ । ଗରିବ ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ମୁଖ୍ୟ ମନ୍ତ୍ରୀ ବଦ୍ଧପରିକର । ଏହି ସୁବିଧା କେବଳ ଶାସକ ଦଳ ନୁହେଁ ବିରୋଧୀ ଦଳର ଲୋକ ବି ଲାଭ ପାଇବେ ବୋଲି କହିଛନ୍ତି ବିଜେଡି ବିଧାୟକ ସୁଧୀର ସାମଲ।

୨୦୨୧ ଜାନୁଆରୀ ଫେବୃଆରୀରେ ହେବ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ପଞ୍ଚାୟତ ନିର୍ବାଚନ ହେବ ସବୁ ଦଳ ପାଇଁ ଟେଷ୍ଟ । ୨୦୧୭ ପଞ୍ଚାୟତ ନିର୍ବାଚନରେ ଶାସକ ବିଜେଡି ଦଳକୁ ଲାଗିଥିବା ଝଟକାର ପୁନରାବୃତ୍ତି ନଘଟିବା ପାଇଁ ବିଜେଡି ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡ଼ିଛି।
Published by: Lipina Das
First published: October 1, 2021, 10:54 AM IST