• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ଦିଲ୍ଲୀରେ ୧୬ ଦେଶର ରାଷ୍ଟ୍ରଦୂତଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ; ଓଡ଼ିଶାରେ ପୁଞ୍ଜିନିବେଶ ନେଇ କରିବେ ଆଲୋଚନା

ଦିଲ୍ଲୀରେ ୧୬ ଦେଶର ରାଷ୍ଟ୍ରଦୂତଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ; ଓଡ଼ିଶାରେ ପୁଞ୍ଜିନିବେଶ ନେଇ କରିବେ ଆଲୋଚନା

ନଭେମ୍ବର ୩୦ ରୁ ଡିସେମ୍ବର ୪ ମେକ ଇନ ଓଡ଼ିଶା ତୃତୀୟ ସଂସ୍କରଣ ହେବାକୁ ଯାଉଥିବା ବେଳେ ଅଧିକ ବିଦେଶୀ ପୁଞ୍ଜିନିବେଶ ଆଣିବାକୁ ୩୧ ତାରିଖରେ ଦିଲ୍ଲୀରେ ୧୬ ଦେଶର ରାଷ୍ଟ୍ରଦୂତଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ।

ଦିଲ୍ଲୀରେ ୧୬ ଦେଶର ରାଷ୍ଟ୍ରଦୂତଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ; ଓଡ଼ିଶାରେ ପୁଞ୍ଜିନିବେଶ ନେଇ କରିବେ ଆଲୋଚନା

ଦିଲ୍ଲୀରେ ୧୬ ଦେଶର ରାଷ୍ଟ୍ରଦୂତଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ; ଓଡ଼ିଶାରେ ପୁଞ୍ଜିନିବେଶ ନେଇ କରିବେ ଆଲୋଚନା

  • Share this:
News 18 Odia Digital

ଭୁବନେଶ୍ୱର: ମେକ ଇନ୍ ଓଡ଼ିଶା ପାଇଁ ରାଜ୍ୟ ସରକାରଙ୍କ ଜୋରଦାର ପ୍ରସ୍ତୁତି । ନଭେମ୍ବର ୩୦ରୁ ଡିସେମ୍ବର ୪ ମେକ ଇନ ଓଡ଼ିଶା ତୃତୀୟ ସଂସ୍କରଣ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଅବସରରେ ରାଜ୍ୟକୁ ଅଧିକ ପୁଞ୍ଜିନିବେଶ ଆଣିବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର । ଦୁବାଇ ଇନଭେଷ୍ଟର ମିଟ ପରେ ୩୧ରେ ଦିଲ୍ଲୀରେ ୧୬ ଦେଶର ଆମ୍ୱାସଡରଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ । ଜାପାନ, ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ, ୟୁଏଇ, ସାଉଦି ଆରବ, ବାହାରିନ, ଓମାନ, ସିଙ୍ଗାପୁର, ଜର୍ମାନୀ, ଫ୍ରାନ୍ସ, ଇଟାଲୀ, ବେଲଜିଅମ, ଆମେରିକା ପରି ଦେଶର ରାଷ୍ଟ୍ରଦୂତଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହା ସହ କର୍ଟନ ରେଜର କାର୍ଯ୍ୟକ୍ରମ ଜରିଆରେ ପୁଞ୍ଜିନିବେଶକାରୀଙ୍କୁ ମୁଖ୍ୟମନ୍ତ୍ରୀ ଓଡ଼ିଶା ଆମନ୍ତ୍ରଣ କରିବେ । ରାଜ୍ୟରେ ପୁଞ୍ଜିନିବେଶ ପାଇଁ ଅନୁକୂଳ ବାତାବରଣ ଥିବାବେଳେ ପୁଞ୍ଜି ନିବେଶକଙ୍କୁ ଆକୃଷ୍ଟ କରିବେ ସରକାର ।

ଦୁବାଇ ଇନଭେଷ୍ଟର ମିଟରେ ପ୍ରାୟ ୨୧ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ମିଳିଥିବା ବେଳେ ଦିଲ୍ଲୀ କାର୍ଯ୍ୟକ୍ରମକୁ ସଫଳ କରିବାକୁ ସରକାର ଯୋଜନା କରିଛନ୍ତି । ବିଜେଡି ବିଧାୟକ ଶଶିଭୂଷଣ ବେହେରା କହଛନ୍ତି ରାଜ୍ୟରେ ଶିଳ୍ପାୟନ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି । ରାଜ୍ୟରେ ଏକ ସ୍ଥିର ସରକାର ଚାଲିଛି । ରାଜ୍ୟ ସରକାରଙ୍କ ଉଚିତ୍ ପଦକ୍ଷେପ ଯୋଗୁଁ ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରକାଶ ପାଉଥିବା ବେଳେ ଆଗାମୀ ସଂସ୍କରଣରେ ଅଧିକ ପୁଞ୍ଜିନିବେଶ ମିଳିବ ବୋଲି ଆଶା କରାଯାଉଛି ।

ସେପଟେ ରାଜ୍ୟରେ ଶିଳ୍ପାୟନ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଶିଳ୍ପାୟନରେ ରାଜ୍ୟ ସରକାର ବିଫଳ । ଗୋଟେ ପରେ ଗୋଟେ ଶିଳ୍ପ ବନ୍ଦ ହେଉଛି । ଖାଲି ଦେଖେଇଲେ ହେବନି କାର୍ଯ୍ୟକାରୀ ହେବା ଆବଶ୍ୟକ । କାର୍ଯ୍ୟକାରୀ ହେଲେ ଲୋକେ ନିଯୁକ୍ତି ସୁଯୋଗ ପାଇବେ । ପିସିସି ସଭାପତି ଶରତ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି କି " ଗତ ୨୨ ବର୍ଷରେ କେତେ ଶିଳ୍ପ ପ୍ରତିଷ୍ଠା କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାର ଲୋକଙ୍କୁ ଠକୁଛନ୍ତି । ସରକାରଙ୍କ ନୀତି ଅସ୍ପଷ୍ଟ । ଗୋଟେ ହେଲେବି ଶିଳ୍ପ ପ୍ରତିଷ୍ଠା କରି ପାରିନାହାଁନ୍ତି । ଖାଲି ସ୍ବପ୍ନ ଦେଖାଉଛନ୍ତି ।

ଗତ ଦୁଇଟି ସଂସ୍କରଣ ତଥ୍ୟ ଦେଖିଲେ ୬ ଲକ୍ଷ ୨୬ ହଜାର ୩୫୦ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ଆସିଛି ଆଗ୍ରହ ପ୍ରସ୍ତାବ । ଶିଳ୍ପ ପ୍ରତିଷ୍ଠା ପାଇଁ ପୁଞ୍ଜିନିବେଶକଙ୍କୁ ଆକୃଷ୍ଟ କରିବାକୁ ୨ ଟି ମେକ ଇନ୍ ଓଡ଼ିଶା କରାଯାଇଛି । ୨୦୧୬ ରେ ପ୍ରଥମ ସଂସ୍କରଣ ଓ ୨୦୧୮ରେ ଦ୍ଵିତୀୟ ସଂସ୍କରଣ ଆୟୋଜନ କରାଯାଇଛି। ୨୦୧୬ ମେକ ଇନ୍ ଓଡ଼ିଶା ଆୟୋଜନ ପାଇଁ ଖର୍ଚ୍ଚ ହୋଇଥିଲା ୨୧.୨୬ କୋଟି । ୨୦୧୮ରେ ଦ୍ଵିତୀୟ ସଂସ୍କରଣ ପାଇଁ ଖର୍ଚ୍ଚ ହୋଇଛି ୩୩.୭୦ କୋଟି । ୨୦୧୬ ରେ ବିଭିନ୍ନ କ୍ଷେତ୍ରରେ ଶିଳ୍ପ ପ୍ରତିଷ୍ଠା ପାଇଁ ୨ ଲକ୍ଷ ୩ ହଜାର ୨୩୫ କୋଟିର ପୁଞ୍ଜିନିବେଶ ପାଇ ଆଗ୍ରହ ପ୍ରସ୍ତାବ ଆସିଥିଲା । ଶିଳ୍ପ ସ୍ଥାପନ ପାଇଁ ୮୪ ଟି କମ୍ପାନୀ ଆଗ୍ରହ ପ୍ରକାଶ କରିଥିଲେ । ୧ ଲକ୍ଷ ୩୭ ହଜାର ୬୩୪ ନିଯୁକ୍ତିର ଆକଳନ କରାଯାଇଥିଲା । ୨୦୧୮ ରେ ୨୦୨ ଟି ଶିଳ୍ପ ସଂସ୍ଥା ଆଗ୍ରହ ପ୍ରକାଶ କରିଥିବା ବେଳେ ୪ ଲକ୍ଷ ୨୩ ହଜାର ୧୧୪ କୋଟି ପାଇଁ ନିଯୁକ୍ତି ପ୍ରସ୍ତାବ ମିଳିଥିଲା । ୫ ଲକ୍ଷ ୯୧ ହଜାର ୮୪୭ ନିଯୁକ୍ତି ଆକଳନ କରାଯାଇଥିଲା । ୨ ଟି ସଂସ୍କରଣ ରେ ମୋଟ ୨୮୬ ଟି ଆଗ୍ରହ ପ୍ରସ୍ତାବ ମଧ୍ୟରୁ ୧୬୪ ଟି ପ୍ରସ୍ତାବକୁ ସିଙ୍ଗିଲ ୱିଣ୍ଡୋ ଅନୁମୋଦନ ଦେଇଛି । ୧୬ ଟି ବୃହତ୍ ପ୍ରକଳ୍ପ ସ୍ଥାପନ ହୋଇ ଆଂଶିକ ତଥା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି । ଏହା ମାଧ୍ୟମରେ ୫୬୪୭ ଟଙ୍କାର ପୁଞ୍ଜିନିବେଶ ସହ ୫୮୭୮ ନିଯୁକ୍ତି ଆକଳନ କରାଯାଇଛି ।
Published by:Soubhagya Mishra
First published: