News18 Odia Digital
ବାଲେଶ୍ଵର: ବାଲେଶ୍ବର ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ । ଆଜି ବାଲେଶ୍ଵରକୁ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବାଲେଶ୍ବରବାସୀ ଉତ୍ସାହିତ ହୋଇଛନ୍ତି।
ଜିଲ୍ଲା ପ୍ରଶାସନ ଓ ବାଲେଶ୍ଵର ବିଜେଡି ପକ୍ଷରୁ ଏନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସବୁ ବ୍ୟବସ୍ଥାକୁ ତଦାରଖ କରାଯାଉଛି। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ୧ହଜାର ଉନ୍ନୟନମୂଳକ ପ୍ରକଳ୍ପକୁ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଉନ୍ନୟନମୂଳକ ପ୍ରକଳ୍ପ ଭିତରେ ଶୋଭାରାମପୁର ଓଭର ବ୍ରିଜ ରହିଛି। ଜିଲ୍ଲାର ବିଭିନ୍ନ ବ୍ଳକରେ ମୁଖ୍ୟମନ୍ତ୍ରୀ ପ୍ରାୟ ୧୫୦୦କୋଟି ଟଙ୍କାର ବିବିଧ ପ୍ରକଳ୍ପର ଶିଳାନ୍ୟାସ କରିବେ। ହଳଦୀ ପଦା ଆନ୍ତଃ ରାସ୍ତା, ସହଦେବଖୁଣ୍ଟାରୁ ଫୁଲାଡ଼ି ପର୍ଯ୍ୟନ୍ତ ୪ ଥାକିଆ ରାସ୍ତା ରହିଛି। ଜିଲ୍ଲାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଅନୁସାରେ, କିଛି ପ୍ରକଳ୍ପ ଶିଳାନ୍ୟାସ ଓ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ।
ଗତ ନଭେମ୍ବର ୨୨ରେ ମୁଖ୍ୟମନ୍ତ୍ରୀ ବାଲେଶ୍ଵର ଆସିଥିଲେ। କିନ୍ତୁ କୋଭିଡ ଯୋଗୁଁ ସାଧାରଣ ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କୁ ନିଜ ଦୁଃଖ ଜଣାଇପାରିନଥିଲେ। କିନ୍ତୁ ଏବେ ଭେଟିବା ନେଇ ଆଶା ରଖିଛନ୍ତି ଲୋକ। ଆଜି ପ୍ରାୟ ୧୫ରୁ ୨୦ ହଜାର ଲୋକ ଆଜି କାର୍ଯ୍ୟକ୍ରମରେ ଯୋଗ ଦେବା ନେଇ ବ୍ୟବସ୍ଥା ହୋଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।