ନୂଆବର୍ଷରେ କ୍ରୀଡ଼ାବିତଙ୍କୁ ନୂଆ ଉପହାର ଦେବେ ମୁଖ୍ୟମନ୍ତ୍ରୀ

ପୁରୀ ପେଣ୍ଠକଟାରେ ନିର୍ମାଣଧୀନ ଶ୍ରୀ ଜଗନ୍ନାଥ ଷ୍ଟାଡିୟମ ଜାନୁଆରୀ ୧ରେ ଲୋକାର୍ପଣ ହେବ। ସବୁ ମହଲରୁ ଏହାକୁ ସ୍ଵାଗତ କରାଯାଇଥିବା ବେଳେ ପୁରୀ ଜିଲ୍ଲାରେ ରହିଥିବା ବିଭିନ୍ନ କ୍ରୀଡା ସଂଘ ଗୁଡିକର ନିର୍ବାଚନ ଓ କ୍ରୀଡା ସହ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କୁ ଏଥିରେ ସାମିଲ କରିବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି ସହରର ବୁଦ୍ଧିଜୀବୀ ଓ କଂଗ୍ରେସ ନେତା।

ନୂଆବର୍ଷରେ କ୍ରୀଡ଼ାବିତଙ୍କୁ ନୂଆ ଉପହାର ଦେବେ ମୁଖ୍ୟମନ୍ତ୍ରୀ

ନୂଆବର୍ଷରେ କ୍ରୀଡ଼ାବିତଙ୍କୁ ନୂଆ ଉପହାର ଦେବେ ମୁଖ୍ୟମନ୍ତ୍ରୀ

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀ; ଶ୍ରୀକ୍ଷେତ୍ରରେ ନିର୍ମାଣ ହେଉଛି ଶ୍ରୀଜଗନ୍ନାଥ ଷ୍ଟାଡିୟମ । ଯାହାର ଅଟକଳ ମୂଲ୍ୟ ରହିଛି ୫୪ କୋଟି । ନିର୍ମାଣ କାର୍ଯ୍ୟ ବର୍ତ୍ତମାନ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ୧୧ ଏକର ପରିମିତ ଅଞ୍ଚଳରେ କ୍ରିକେଟ ଗ୍ରାଉଣ୍ଡ, ସୁଇମିଙ୍ଗ ପୁଲ, ୱିଣ୍ଡୋର ହଲ ଓ ପାବିଲିୟନ ସହ କ୍ରୀଡା ପ୍ରତିଭାଙ୍କ ପ୍ରଶିକ୍ଷଣ ପାଇଁ ୧୦୦ ଶଯ୍ୟା ବିଶିଷ୍ଟ କ୍ରୀଡା ଛାତ୍ର ବାସ ନିର୍ମାଣ ହୋଇଛି।



ତେବେ କ୍ରୀଡାର ବିକାଶ ସହ ଏହି ଷ୍ଟାଡିୟମର କିକ୍ରେଟ ଗ୍ରାଉଣ୍ଡରେ ମ୍ୟାଚ ଦେଖିବାର ସୁବିଧା ପାଇବେ ପୁରୀବାସୀ । ଏହା କହିଛନ୍ତି ଜିଲ୍ଲା କ୍ରୀଡା ଅଧୁକାରୀ । ସେପଟେ ଚାରି ବର୍ଷ ତଳେ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏହାକୁ ଶ୍ରୀ ଜଗନ୍ନାଥ ଷ୍ଟାଡିୟମ ନାମରେ ନାମିତ କରାଯାଇ ଜାନୁଆରୀ ପ୍ରଥମ ସପ୍ତାହରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଲୋକାର୍ପଣ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ।

ଏବେ ପୂର୍ଣ୍ଣାଙ୍ଗ ରୂପ ନେଉଛି ଶ୍ରୀଜଗନ୍ନାଥ ଷ୍ଟାଡିୟମ । ପରିକଳ୍ପିତ ଐତିହ୍ୟ ସହର ମଧ୍ୟରେ ସାକାର ହେବାକୁ ଯାଉଛି ଏହି ଅନନ୍ୟ କ୍ରୀଡ଼ା ଭିତ୍ତିଭୂମି । ୨୦୨୩ ଜାନୁଆରୀରେ ଶ୍ରୀଜଗନ୍ନାଥ ଷ୍ଟାଡିୟମକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିବେ ବୋଲି କହିଛନ୍ତି ପୁରୀ ଜିଲାପାଳ ସମର୍ଥ ବର୍ମା ।

"ସେପଟେ ବଦଳିବ ପୁରୀ ଜିଲାର କ୍ରୀଡା ଭି୍ତ୍ତିଭୂମିର ଚିତ୍ର । ପୁରୀ ପେଣ୍ଠକଟାରେ ୧୧ ଏକର ପରିମିତ ଅଞ୍ଚଳରେ ବହୁବିଧ କ୍ରୀଡ଼ାର ସୁଯୋଗ ସୃଷ୍ଟି ପାଇଁ ପ୍ରସ୍ତୁତ ହୋଇଛି ଜାତୀୟ ସ୍ତରର ଷ୍ଟାଡିୟମ । ଏହି ବହୁମୁଖୀ କ୍ରୀଡ଼ା କମ୍ପ୍ଲେକ୍ସ କେବଳ କ୍ରୀଡ଼ା ପାଇଁ ଭିତ୍ତିଭୂମି ଭେଟି ଦେବ ନାହିଁ, ବରଂ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର କ୍ରୀଡ଼ାବିତ୍‌ ଗଢ଼ିବା ପାଇଁ ପ୍ରଶିକ୍ଷଣ ଦେବ। କ୍ରିକେଟ ପ୍ରେମୀମାନେ ଷ୍ଟାଡିୟମରେ ରଣଜୀ ମ୍ୟାଚ ଉପଭୋଗ କରିବାର ସୁଯୋଗ ପାଇବେ। ଦୀର୍ଘବର୍ଷ ହେଲା ଖେଳ ପଡ଼ିଆ ସମସ୍ୟା ଯୋଗୁଁ ଅଭ୍ୟାସରୁ ବଞ୍ଚିତ ଥିବା କ୍ରିକେଟ୍ ପ୍ରତିଭାଙ୍କ ପାଇଁ ବାଟ ଫିଟିବ।  କ୍ରିକେଟ୍‌ ଉପଭୋଗ ପାଇଁ ଦର୍ଶକ ଗ୍ୟାଲେରିରେ ଏକକାଳୀନ ୧୫ଶହରୁ ଊର୍ଦ୍ଧ ଦର୍ଶକ ବସିବାର ସୁବିଧା ରହିଛି। ବିଶେଷକରି କ୍ରିକେଟ୍‌ ପାଇଁ ଉପଯୋଗୀ ସବୁଜ ପଡ଼ିଆ ଆକର୍ଷଣୀୟ ହୋଇଛି। ସେହିଭଳି ସୁଇମିଂ ପୁଲ୍ ଉପଭୋଗ ପାଇଁ ଏକକାଳୀନ ୫ଶହ ଦର୍ଶକ ବସିବାର ବନ୍ଦୋବସ୍ତ ରହିଛି। ଇନ୍‌ଡୋର ଖେଳ ଉପଭୋଗ କରିବା ପାଇଁ ମଧ୍ୟ ଏକକାଳୀନ ୫ଶହ ଦର୍ଶକ ବସିବାର ବ୍ୟବସ୍ଥା କରାଯାଇଛି। ୱାପକସ ପକ୍ଷରୁ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ କରାଯାଉଛି। ଏହା ମଧ୍ୟରେ କ୍ରିକେଟ୍‌, ଫୁଟବଲ, ରେସଲିଂ, ଜିମ୍ନାଷ୍ଟିକ, ଖୋଖୋ, କବାଡ଼ି, ଭଲିବଲ, ଜୁଡୋ, ବକ୍ସିଂ, ବାସ୍କେଟବଲ ଆଦି କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିବାର ସୁବିଧା ରହିଛି ବୋଲି କହିଛନ୍ତି ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ "।

"୪ ବର୍ଷ ତଳେ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ପାଇଁ ଭିତ୍ତି ପଡ଼ିଥିଲା। ମାତ୍ର କୋଭିଡ୍ ପ୍ରଭାବରେ ନିର୍ଦ୍ଧାରିତ ସମୟରେ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଶେଷ ହୋଇ ପାରିନଥିଲା। ଜିଲ୍ଲା କ୍ରୀଡ଼ା ସଂଘ ପକ୍ଷରୁ ୧୧ ଏକର ଜମି ଯୋଗାଇ ଦିଆଯିବା ପରେ ରାଜ୍ୟ ସରକାର ଏପର୍ଯ୍ୟନ୍ତ ଷ୍ଟାଡିୟମ ନିର୍ମାଣ ପାଇଁ ୪୫ କୋଟି ଟଙ୍କାର ଅନୁଦାନ ଦେଇଛନ୍ତି। ଇନ୍‌ଡୋର ହଲ୍‌ ପାଇଁ କେନ୍ଦ୍ର ସରକାର ଖେଲୋ ଇଣ୍ଡିଆ ଯୋଜନାରେ ପ୍ରଥମେ ସାଢ଼େ ୭କୋଟି ଟଙ୍କା ଯୋଗାଇ ଦେଇଥିବା ବ‌େଳେ ଫନି ବାତ୍ୟାରେ ଭାଙ୍ଗିରୁଜି ଯିବାରୁ ଆଉ ଦେଢ଼ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଅନୁମ‌ୋଦନ ଭିତ୍ତିରେ କ୍ରିକେଟ୍ ପଡ଼ିଆ ପ୍ରସ୍ତୁତ କରାଯାଇଛି। ଇତି ମଧ୍ୟରେ ଇନ୍‌ଡୋର ହଲ୍‌ ଓ ସୁଇମିଂପୁଲ୍‌ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଆପାତତଃ ନୂଆବର୍ଷ ଆରମ୍ଭରୁ ଏହାକୁ ଉଦଘାଟନ କରାଯିବ। କ୍ରିକେଟ ପଡ଼ିଆ କାର୍ଯ୍ୟ କିଛି ବାକି ଥିବାରୁ ଏହାକୁ ଖୁବଶୀଘ୍ର ଶେଷ କରାଯାଇ ରଣଜୀ ମ୍ୟାଚ ଆୟୋଜନ କରାଯିବ ବୋଲି କହିଛନ୍ତି ପୁରୀ ଜିଲାପାଳ ସମର୍ଥ ବର୍ମା ।

"ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀଜଗନ୍ନାଥ ଷ୍ଟାଡିୟମକୁ ନେଇ ସବୁ ମହଲରୁ ସ୍ଵାଗତ କରାଯାଇଥିବା ବେଳେ ପୁରୀ ଜିଲ୍ଲାରେ ରହିଥିବା ବିଭିନ୍ନ କ୍ରୀଡା ସଂଘ ଗୁଡିକର ନିର୍ବାଚନ ଓ କ୍ରୀଡା ସହ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କୁ କ୍ରୀଡା ସଙ୍ଘରେ ସାମିଲ କରିବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି ସହରର ବୁଦ୍ଧିଜୀବୀ । କାରଣ ସଙ୍ଘରେ ପୂର୍ବତନ ଖେଳାଳୀ ରହିଲେ ଖେଳାଳୀମାନେ ଅଧିକ ସଂଖ୍ୟାରେ ପ୍ରୋତ୍ସାହନ ପାଇବେ । ଏ ନେଇ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ବିନାୟକ ଦାସ ମହାପାତ୍ର"।

ଷ୍ଟାଡିୟମକୁ ସଂଯୋଗ ରାସ୍ତାର ସଂପ୍ରସାରଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। ଭିଆଇପି ରୋଡ୍‌ ସୁଭାଷ ବୋଷ ଛକରୁ ଷ୍ଟାଡିୟମ ପର୍ଯ୍ୟନ୍ତ ରାସ୍ତା ୪୦ ଫୁଟ ଚଉଡ଼ା କରିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ସେହିପରି ‌ଷ୍ଟାଡିୟମରୁ ତାଳବଣିଆ ରାସ୍ତା ଦେଇ ମେରାଇନ ରୋଡ୍‌କୁ ସଂଯୋଗ ହୋଇଥିବା ରାସ୍ତାକୁ ମଧ୍ୟ ପ୍ରଶସ୍ତ କରାଯାଉଛି। ପୁରୀରେ ଉନ୍ନତମାନର ଖେଳ ପଡ଼ିଆ ଉପଲବ୍ଧ ନଥିବାରୁ ବହୁ କ୍ରିକେଟ ପ୍ରତିଭା ଖେଳ ପଡ଼ିଆ ପାଇଁ ସଂଘର୍ଷ କରୁଛନ୍ତି। ଶ୍ରୀଜଗନ୍ନାଥ ଷ୍ଟାଡିୟମ କ୍ରିକେଟ ପ୍ରତିଭାଙ୍କ ଅଭାବବୋଧ ପୂରଣ କରିବା ସହ ଆଗନ୍ତୁକ ପର୍ଯ୍ୟଟକଙ୍କୁ ବାନ୍ଧି ରଖିବାରେ ସହାୟକ ହେବ ।
Published by:Soubhagya Mishra
First published: